Videos
|
International

Flydubai Attack / ଜଣେ ନୁହେଁ ୩ ପାଇଲଟ କରିଥିଲେ ହାଇଜାକ୍ ପ୍ଲାନ୍; ଆଉ ଦୁଇ ଜଣ ଫ୍ଲାଏ ଦୁବାଇ ପାଇଲଟ ଗିରଫ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଜଣେ ନୁହେଁ ୩ ପାଇଲଟ କରିଥିଲେ ହାଇଜାକ୍ ପ୍ଲାନ୍; ଆଉ ଦୁଇ ଜଣ ଫ୍ଲାଏ ଦୁବାଇ ପାଇଲଟ ଗିରଫ
Three Pilots Suspected in Hijack Plot

Key Points

ଫ୍ଲାଏ ଦୁବାଇ ବିମାନ ଆକ୍ରମଣ ଘଟଣାରେ ନୂଆ ମୋଡ଼
ବିମାନରେ ଥିବା ଜଣେ ଯାତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ
ଜଣେ ନୁହେଁ ୩ ପାଇଲଟ କରିଥିଲେ ହାଇଜାକ୍ ପ୍ଲାନ୍
ନୂଆଦିଲ୍ଲୀ: ଫ୍ଲାଏ ଦୁବାଇ ପାଇଲଟ୍ ସ୍ମିଥ୍ ମଚ୍ଛାରଙ୍କୁ ଆକ୍ରମଣ ଘଟଣାରେ ବଡ଼ ଟ୍ଵିଷ୍ଟ । ଜଣେ ନୁହେଁ ୩ ପାଇଲଟ କରିଥିଲେ ବିମାନକୁ ହାଇଜାକ୍ ପ୍ଲାନ୍ । ବିମାନରେ ଥିବା ଜଣେ ବିମାନଯାତ୍ରୀଙ୍କ ବୟାନ ଆଧାରରେ ଘଟଣାର ମୋଡ଼ ବଦଳିଛି ।

ଯାତ୍ରୀଙ୍କ ଅନୁସାରେ, ଆକ୍ରମଣ କରିଥିବା ଅଭିଯୁକ୍ତ ପାଇଲଟକୁ ମୁକ୍ତ କରିବାକୁ କିଛି କ୍ରୁ ମେମ୍ବର ସହଯୋଗ କରିଥିଲେ । ଏପରିକି ସେମାନେ ଘଟଣା ସ୍ଥଳର ଭିଡିଓ ଉତ୍ତୋଳନ କରିବାକୁ ବାରମ୍ବାର ବାରଣ କରିଥିଲେ ।

ଏଥିସହ ପଢ଼ନ୍ତୁ: PoKରେ LoC ରେ ମାଇନ୍ ବିସ୍ଫୋରଣରେ ୪ ନିହତ…ମୃତକଙ୍କ ମଧ୍ୟରେ JKLF ସହଯୋଗୀ ମଧ୍ୟ ସାମିଲ 

ସେମାନେ ଏକାଠି ହୋଇ ଭାରତୀୟ ପାଇଲଟ୍ ସ୍ମିଥ୍ ମଚ୍ଛରଙ୍କୁ ଜୋରଜବରଦସ୍ତ ଔଷଧ ଖୁଆଇବାକୁ ଚେଷ୍ଟା କରିଥିଲେ । ଯାତ୍ରୀଙ୍କ ଏଭଳି ବୟାନ ଆସିଥିବା ବେଳେ ଘଟଣାରେ ଆଉ ଦୁଇ ଜଣ ଫ୍ଲାଏ ଦୁବାଇ ପାଲଟଙ୍କୁ ଦୁବାଇରୁ ଗିରଫ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆତଙ୍କୀ ଆକ୍ରମଣ ପଛରେ ମାଳଦ୍ଵୀପ ନାଗରିକ

ସେମାନେ ମାଳଦ୍ବୀପର ନାଗରିକ । ବିମାନରେ ଆତଙ୍କୀ ଆକ୍ରମଣରେ ସେମାନଙ୍କର ହାତ ଥିବା ସନ୍ଦେହ କରାଯାଉଛି । ତେଣୁ ଫ୍ଲାଏ ଦୁବାଇ ବିମାନ ଆକ୍ରମଣ ଘଟଣାରେ ଏକାଧିକ ପାଇଲଟଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ସେପ୍ଟେମ୍ବର ୩୦ରେ ଫ୍ଲାଏ ଦୁବାଇ ବିମାନରେ ଓମାନର ପାଇଲଟ୍ ଭାରତୀୟ ପାଇଲଟ୍ ସ୍ମିଥ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ ।

ଷଡ଼ଯନ୍ତ୍ର ପଣ୍ଡ କରିଦେଲେ ମଚ୍ଛାର

ଓମାନର କୋ-ପାଇଲଟ୍ ହମାମ୍ ଅଲ-ହାମାମୀଙ୍କ ଷଡ଼ଯନ୍ତ୍ରଙ୍କୁ ବିଫଳ କରି ଦେଇଥିଲେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛାର । ଆଘାତ ସତ୍ତ୍ଵେ ମଚ୍ଛାର କକପିଟ୍‌ର ଡୋର୍ ଖୋଲିବା ପରେ ବିମାନରେ ଥିବା ଯାତ୍ରୀ ହମାମ୍ ଅଲ-ହାମାମୀକୁ କାବୁ କରି ନେଇଥିଲେ । ଏଥିସହ ଡ୍ୟୁଟିରେ ନଥିବା ପାଇଲଟ୍ ବିମାନକୁ ନିୟନ୍ତ୍ରଣକୁ ନେଇ ସୁରକ୍ଷିତ ଅବତରଣ କରାଇଥିଲେ ।

ଉକ୍ତ ବିମାନରେ ୧୭୦ରୁ ଅଧିକ ଯାତ୍ରୀ ଓ କ୍ରିଉ ମେମ୍ବର ଥିଲେ । ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଥିଲେ ଇସ୍ରାଏଲ୍‌ର ନାଗରିକ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅନୁସାରେ, ସନ୍ଦିଗ୍ଧ ଜଣଙ୍କ ଇସଲାମିକ୍ କଟ୍ଟରପନ୍ଥୀ ବିଚାରଧାରାରେ ପ୍ରଭାବିତ ଏବଂ ସେ ପ୍ଲେନ୍ କ୍ରାଶ ପାଇଁ ପ୍ରଚେଷ୍ଟା କରିଥିଲେ ।

ଏଥିସହ ପଢ଼ନ୍ତୁ: ଆତ୍ମଘାତୀ ଆକ୍ରମଣକାରୀ ଥିଲା ଓମାନି କୋ-ପାଇଲଟ୍; ନେବାକୁ ଚାହୁଁଥିଲା ଗାଜା 'ପ୍ରତିଶୋଧ' 

ନେଇଥାନ୍ତା ଗାଜାର 'ପ୍ରତିଶୋଧ'

ହମାମ୍ ଅଲ-ହାମାମୀ ଏବେ UAEର ହେପାଜତରେ ରହିଥିବା ବେଳେ ଯାଞ୍ଚ ଏଜେନ୍ସି ପଚରାଉଚରା କରୁଛନ୍ତି । ଦ ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଅନୁସାରେ, ହମାମ୍ ଅଲ-ହାମାମୀ ତଦନ୍ତକାରୀ ଟିମ୍‌କୁ କହିଛି ଯେ- "ତାର ଯୋଜନା ଥିଲା କ୍ୟାପଟେନକୁ ରାସ୍ତାରୁ ହଟାଇବା ପରେ ବିମାନକୁ ସ୍ଵାଭାବିକ ଭାବେ ଉଡ଼ାଇଥାନ୍ତା । ଅବତରଣ ପାଇଁ ସମସ୍ତ ଅନୁମତି ନେବା ପରେ ବିମାନବନ୍ଦରର କୌଣସି କୋଠା କିମ୍ବା ଛିଡ଼ ହୋଇଥିବା କୌଣସି ବିମାନ ସହ କ୍ରାଶ୍ କରିଥାନ୍ତା ।"