Gaza Revenge / ଆତ୍ମଘାତୀ ଆକ୍ରମଣକାରୀ ଥିଲା ଓମାନି କୋ-ପାଇଲଟ୍; ନେବାକୁ ଚାହୁଁଥିଲା ଗାଜା 'ପ୍ରତିଶୋଧ'
·1 hour ago·2 min read

Key Points
ଓମାନର କୋ-ପାଇଲଟଙ୍କ ଆକ୍ରମଣରେ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ଖପୁରୀରେ ଆଘାତ ଲାଗିଛି । ଖପୁରୀର ସର୍ଜରୀ କରାଯାଇ ତାଙ୍କୁ UAE ନିଆଯାଇଛି ।
ନୂଆଦିଲ୍ଲୀ: ଓମାନର କୋ-ପାଇଲଟ୍ ହମାମ୍ ଅଲ-ହାମାମୀ ନେଇଥାନ୍ତେ ଗାଜା 'ପ୍ରତିଶୋଧ' । ସେଥିପାଇଁ ଇସ୍ରାଏଲ୍ର ଯାତ୍ରୀ ଭର୍ତ୍ତି ବିମାନକୁ କ୍ରାଶ୍ କରିବାକୁ ପ୍ରୟାସ କରିଥିଲା । ଗତ ସପ୍ତାହରେ ଦୁବାଇରୁ ତେଲ୍-ଅଭିଭ ଯାଉଥିବା ଫ୍ଳାଏଦୁବାଇ ବିମାନର କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ କକପିଟ୍ରେ ଅତି ନିର୍ଦ୍ଦୟ ଭାବେ ଆକ୍ରମଣ କରି ପ୍ଲେନ କ୍ରାଶ୍ ଉଦ୍ୟମ କରିଥିଲା ।
ଇସ୍ରାଏଲ୍ର ଏକ ଟିଭି ନ୍ୟୁଜ୍ ଚ୍ୟାନେଲ୍ ରିପୋର୍ଟ ଅନୁସାରେ, ତଦନ୍ତକାରୀ ଅଧିକାରୀଙ୍କୁ ଜେରା ବେଳେ ହମାମ୍ ଅଲ-ହାମାମୀ କହିଛି ଯେ- "ମୁଁ ଗାଜା ଆକ୍ରମଣର ପ୍ରତିଶୋଧ ନେବାକୁ ଚାହୁଁଥିଲି । ସେଥିପାଇଁ ସହିଦ ହୋଇ ମରିଥାନ୍ତି ।
ଏଥିସହ ପଢ଼ନ୍ତୁ: ଭୟଙ୍କର ସତ ମାନିଲା ଓମାନର କୋ-ପାଇଲଟ୍; କହିଦେଲା flydubaiରେ ଯୋଗଦେବା ପଛରେ ଥିଲା ଷଡ଼ଯନ୍ତ୍ର
ମଚ୍ଛାରଙ୍କ ଖପୁରୀରେ ଆଘାତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓମାନର କୋ-ପାଇଲଟଙ୍କ ଆକ୍ରମଣରେ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ଖପୁରୀରେ ଆଘାତ ଲାଗିଛି । ଏବେ ସାଉଦି ଆରବରେ ମଚ୍ଛାରଙ୍କ ଜରୁରୀ ଚିକିତ୍ସା ସହ ଖପୁରୀର ସର୍ଜରୀ କରାଯାଇ ତାଙ୍କୁ UAE ନିଆଯାଇଛି ।
ନେଇଥାନ୍ତା ଗାଜାର 'ପ୍ରତିଶୋଧ'
ହମାମ୍ ଅଲ-ହାମାମୀ ଏବେ UAEର ହେପାଜତରେ ରହିଥିବା ବେଳେ ଯାଞ୍ଚ ଏଜେନ୍ସି ପଚରାଉଚରା କରୁଛନ୍ତି । ଦ ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଅନୁସାରେ, ହମାମ୍ ଅଲ-ହାମାମୀ ତଦନ୍ତକାରୀ ଟିମ୍କୁ କହିଛି ଯେ- "ତାର ଯୋଜନା ଥିଲା କ୍ୟାପଟେନକୁ ରାସ୍ତାରୁ ହଟାଇବା ପରେ ବିମାନକୁ ସ୍ଵାଭାବିକ ଭାବେ ଉଡ଼ାଇଥାନ୍ତା । ଅବତରଣ ପାଇଁ ସମସ୍ତ ଅନୁମତି ନେବା ପରେ ବିମାନବନ୍ଦରର କୌଣସି କୋଠା କିମ୍ବା ଛିଡ଼ ହୋଇଥିବା କୌଣସି ବିମାନ ସହ କ୍ରାଶ୍ କରିଥାନ୍ତା ।"
ଷଡ଼ଯନ୍ତ୍ର ପଣ୍ଡ କରିଦେଲେ ମଚ୍ଛାର
ତେବେ ଓମାନର କୋ-ପାଇଲଟ୍ ହମାମ୍ ଅଲ-ହାମାମୀଙ୍କ ଷଡ଼ଯନ୍ତ୍ରଙ୍କୁ ବିଫଳ କରି ଦେଇଥିଲେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛାର । ଆଘାତ ସତ୍ତ୍ଵେ ମଚ୍ଛାର କକପିଟ୍ର ଡୋର୍ ଖୋଲିବା ପରେ ବିମାନରେ ଥିବା ଯାତ୍ରୀ ହମାମ୍ ଅଲ-ହାମାମୀକୁ କାବୁ କରି ନେଇଥିଲେ । ଏଥିସହ ଡ୍ୟୁଟିରେ ନଥିବା ପାଇଲଟ୍ ବିମାନକୁ ନିୟନ୍ତ୍ରଣକୁ ନେଇ ସୁରକ୍ଷିତ ଅବତରଣ କରାଇଥିଲେ ।
ଉକ୍ତ ବିମାନରେ ୧୭୦ରୁ ଅଧିକ ଯାତ୍ରୀ ଓ କ୍ରିଉ ମେମ୍ବର ଥିଲେ । ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଥିଲେ ଇସ୍ରାଏଲ୍ର ନାଗରିକ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅନୁସାରେ, ସନ୍ଦିଗ୍ଧ ଜଣଙ୍କ ଇସଲାମିକ୍ କଟ୍ଟରପନ୍ଥୀ ବିଚାରଧାରାରେ ପ୍ରଭାବିତ ଏବଂ ସେ ପ୍ଲେନ୍ କ୍ରାଶ ପାଇଁ ପ୍ରଚେଷ୍ଟା କରିଥିଲେ ।

ଏଥିସହ ପଢ଼ନ୍ତୁ: ଆକାଶରୁ ଖସିଲା ମିଲିଟାରୀ ବିମାନ; ଦୁର୍ଘଟଣାରେ ୩୨ଜଣଙ୍କ ମୃତ୍ୟୁ, ବାୟୁସେନା ମୁଖ୍ୟ ବି ଆଖି ବୁଜିଲେ
ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଶୁକ୍ରବାର ପ୍ରକାଶିତ କରିଥିବା ଖବର ଅନୁସାରେ, ପୂର୍ବରୁ ହିଁ ଓମାନର ଅଧିକାରୀ ହମାମ୍ ଅଲ-ହାମାମୀକୁ ବିମାନ ଉଡ଼ାଇବାରୁ ବ୍ୟାନ୍ ରିଥିଲେ । କାରଣ ସେମାନଙ୍କର ସନ୍ଦେହ ଥିଲା ଯେ, ହମାମ୍ ଅଲ-ହାମାମୀ କଟ୍ଟରପନ୍ଥୀ ବିଚାରଧାରାକୁ ଆପଣାଇ ନେଇଛନ୍ତି ।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, "ଇସ୍ରାଏଲ୍ ତଦନ୍ତ କରିବ କୋ-ପାଇଲଟଙ୍କୁ ଇସ୍ରାଏଲ୍ ଉଡ଼ାଣ ପାଇଁ କେମିତି ଅନୁମତି ଦିଆଗଲା । ଆମ ନିୟ ଅନୁସାରେ, ଇସ୍ରାଏଲ ସହ କୂଟନୈତିକ ସମ୍ପର୍କ ନଥିବା ଦେଶର ପାଇଲଟ୍ ରଖା ଯାଇପାରିବ ନାହିଁ ।"

Related Topics
Explore more stories