France Exposes Pakistan Rafale Lie / ଧରାପଡ଼ିଲା ରାଫେଲକୁ ନେଇ ପାକିସ୍ତାନର ଫେକ୍ ନ୍ୟୁଜ୍, ଫ୍ରାନ୍ସ ଖୋଲିଦେଲା ସବୁ ସତ
·7 months ago·2 min read

Key Points
ପାକିସ୍ତାନର ମିଥ୍ୟା ଖବରକୁ ଫ୍ରାନ୍ସର ଖଣ୍ଡନ
ଜିଓ ନ୍ୟୁଜ୍ ଏବଂ ହାମିଦ ମିର୍ର ଦାବି ମିଥ୍ୟା
ଫ୍ରାନ୍ସ ଦେଲା କଠୋର ଉତ୍ତର
ଜିଓ ନ୍ୟୁଜ୍ ଏବଂ ହାମିଦ ମିର୍ର ଦାବି ମିଥ୍ୟା
ଫ୍ରାନ୍ସ ଦେଲା କଠୋର ଉତ୍ତର
ପାକିସ୍ତାନର ମିଛକୁ ପଦାରେ ପକାଇଲା ଫ୍ରାନ୍ସ ନୌସେନା । ଫ୍ରାନ୍ସ ନୌସେନା ରବିବାର ପାକିସ୍ତାନୀ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଦାବିକୁ ଖଣ୍ଡନ କରିଛି । ଫ୍ରାନ୍ସ ନୌସେନା କହିଛି ଯେ ପାକିସ୍ତାନର ଜିଓ ନ୍ୟୁଜ୍ ଏବଂ ହାମିଦ ମିର୍ ତାଙ୍କ ନାମରେ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି । ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ଜିଓ ନ୍ୟୁଜ୍ ଏବଂ ହାମିଦ ମିର୍ ଦାବି କରିଥିଲେ ଯେ ଜଣେ ବରିଷ୍ଠ ଫରାସୀ ନୌସେନା ଅଧିକାରୀ ପାକିସ୍ତାନ ବାୟୁସେନାକୁ ଭାରତୀୟ ବାୟୁସେନା ଅପେକ୍ଷା ଶ୍ରେଷ୍ଠ ବୋଲି ବର୍ଣ୍ଣନା କରିଥିଲେ ଏବଂ ଏକ କାର୍ଯ୍ୟକ୍ରମରେ ରାଫେଲ ଲଢ଼ୁଆ ବିମାନ ବିଷୟରେ ଆଲୋଚନା କରିଥିଲେ।
ହମିଦ ମିର୍ ଏବଂ ଜିଓ ନ୍ୟୁଜ୍ ଦାବି କରିଥିଲେ ଯେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ହୋଇଥିବା ସଂଘର୍ଷରେ ପାକିସ୍ତାନ ଏୟାର ଫୋର୍ସ ଭଲ ଭାବେ ମ୍ୟାନେଜ୍ କରିଥିଲା ବୋଲି ସ୍ବୀକାର କରିଥିଲେ । ଆଉ ଏହା ପରେ ଫ୍ରାନ୍ସ ନୌସେନା "ମିଥ୍ୟା ସୂଚନା" ପ୍ରସାରଣ କରିବା ପାଇଁ ଜିଓ ନ୍ୟୁଜ୍କୁ ସମାଲୋଚନା କରିଛି । ଫ୍ରାନ୍ସ ନୌସେନା କହିଛି ଯେ କାର୍ଯ୍ୟକ୍ରମ ସମୟରେ ତାଙ୍କର ନୌସେନା କମାଣ୍ଡର ଏହି ସମ୍ପର୍କରେ କୌଣସି ବିବୃତ୍ତି ଦେଇ ନଥିଲେ।
ଜିଓ ନ୍ୟୁଜ୍ କହିଥିଲା ଯେ "ସାମ୍ପ୍ରତିକ ଭାରତ-ପାକିସ୍ତାନ ସଂଘର୍ଷରେ ପାକିସ୍ତାନୀ ବାୟୁସେନା ଫ୍ରାନ୍ସ ରାଫେଲ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିଲା । ଜଣେ ଫରାସୀ ନୌସେନା କମାଣ୍ଡର ଏହି ସଫଳତାକୁ ସ୍ୱୀକାର କରିଛନ୍ତି।" ଜିଓ ନ୍ୟୁଜ୍ ଆଙ୍କର ଏବଂ ସାମ୍ବାଦିକ ହାମିଦ ମିର ଦାବି କରିଛନ୍ତି ଯେ ପ୍ୟାରିସରେ ଅନୁଷ୍ଠିତ ଇଣ୍ଡୋ-ପାସିଫିକ୍ ସୁରକ୍ଷା ସମ୍ମିଳନୀ ସମୟରେ ଫରାସୀ ନୌସେନା କ୍ୟାପ୍ଟେନ୍ ଲୌନେ ସ୍ୱୀକାର କରିଛନ୍ତି ଯେ "ପାକିସ୍ତାନର ବାୟୁ ରଣନୀତି ଭାରତୀୟ ବାୟୁସେନା ଅପେକ୍ଷା ଉତ୍କୃଷ୍ଟ ଥିଲା ଏବଂ ଏହା ଅନେକ ରାଫେଲ୍ ଜେଟ୍ ଖସାଇ ଦେଇଛି ।"
କିନ୍ତୁ ଫ୍ରାନ୍ସ ନୌସେନା ଜିଓ ନ୍ୟୁଜ୍ର ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରମାତ୍ମକ ବୋଲି କହି ଖାରଜ କରିଛି । କ୍ୟାପ୍ଟେନ୍ ଲୌନେ କେବେ ଏପରି ମନ୍ତବ୍ୟ ଦେଇ ନାହାଁନ୍ତି । ଫ୍ରାନ୍ସର ଏହି ବିବୃତ୍ତି ପରେ ପାକିସ୍ତାନର ଅସଲ ଚେହେରା ପଦାରେ ପଡ଼ିଛି ।
ଏହି ଘଟଣା ସୋସିଆଲ ମିଡିଆରେ ଏକ ନୂତନ ବିତର୍କ ସୃଷ୍ଟି କରିଛି । ଅନେକ ଏହାକୁ ପାକିସ୍ତାନୀ ଗଣମାଧ୍ୟମରେ ଭାରତ ବିରୋଧୀ ପ୍ରଚାର ବୋଲି କହିଛନ୍ତି।
ହମିଦ ମିର୍ ଏବଂ ଜିଓ ନ୍ୟୁଜ୍ ଦାବି କରିଥିଲେ ଯେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ହୋଇଥିବା ସଂଘର୍ଷରେ ପାକିସ୍ତାନ ଏୟାର ଫୋର୍ସ ଭଲ ଭାବେ ମ୍ୟାନେଜ୍ କରିଥିଲା ବୋଲି ସ୍ବୀକାର କରିଥିଲେ । ଆଉ ଏହା ପରେ ଫ୍ରାନ୍ସ ନୌସେନା "ମିଥ୍ୟା ସୂଚନା" ପ୍ରସାରଣ କରିବା ପାଇଁ ଜିଓ ନ୍ୟୁଜ୍କୁ ସମାଲୋଚନା କରିଛି । ଫ୍ରାନ୍ସ ନୌସେନା କହିଛି ଯେ କାର୍ଯ୍ୟକ୍ରମ ସମୟରେ ତାଙ୍କର ନୌସେନା କମାଣ୍ଡର ଏହି ସମ୍ପର୍କରେ କୌଣସି ବିବୃତ୍ତି ଦେଇ ନଥିଲେ।
ଅଧିକ ପଢ଼ନ୍ତୁ: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ରେ ହୋଇପାରେ ବିନାଶକାରୀ ଯୁଦ୍ଧ
ଫ୍ରାନ୍ସ ନୌସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, କ୍ୟାପଟେନ୍ ଲୌନଙ୍କ ନାମରେ ମିଥ୍ୟା ଖବର ଦିଆଯାଇଛି । ଯିଏ କେବେବି କୌଣସି ପ୍ରକାଶନ ପାଇଁ ତାଙ୍କର ସମ୍ମତି ଦେଇ ନଥିଲେ। ଲେଖାରେ ବହୁ ପରିମାଣର ମିଥ୍ୟା ସୂଚନା ରହିଛି ।ଜିଓ ନ୍ୟୁଜ୍ କହିଥିଲା ଯେ "ସାମ୍ପ୍ରତିକ ଭାରତ-ପାକିସ୍ତାନ ସଂଘର୍ଷରେ ପାକିସ୍ତାନୀ ବାୟୁସେନା ଫ୍ରାନ୍ସ ରାଫେଲ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିଲା । ଜଣେ ଫରାସୀ ନୌସେନା କମାଣ୍ଡର ଏହି ସଫଳତାକୁ ସ୍ୱୀକାର କରିଛନ୍ତି।" ଜିଓ ନ୍ୟୁଜ୍ ଆଙ୍କର ଏବଂ ସାମ୍ବାଦିକ ହାମିଦ ମିର ଦାବି କରିଛନ୍ତି ଯେ ପ୍ୟାରିସରେ ଅନୁଷ୍ଠିତ ଇଣ୍ଡୋ-ପାସିଫିକ୍ ସୁରକ୍ଷା ସମ୍ମିଳନୀ ସମୟରେ ଫରାସୀ ନୌସେନା କ୍ୟାପ୍ଟେନ୍ ଲୌନେ ସ୍ୱୀକାର କରିଛନ୍ତି ଯେ "ପାକିସ୍ତାନର ବାୟୁ ରଣନୀତି ଭାରତୀୟ ବାୟୁସେନା ଅପେକ୍ଷା ଉତ୍କୃଷ୍ଟ ଥିଲା ଏବଂ ଏହା ଅନେକ ରାଫେଲ୍ ଜେଟ୍ ଖସାଇ ଦେଇଛି ।"
କିନ୍ତୁ ଫ୍ରାନ୍ସ ନୌସେନା ଜିଓ ନ୍ୟୁଜ୍ର ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରମାତ୍ମକ ବୋଲି କହି ଖାରଜ କରିଛି । କ୍ୟାପ୍ଟେନ୍ ଲୌନେ କେବେ ଏପରି ମନ୍ତବ୍ୟ ଦେଇ ନାହାଁନ୍ତି । ଫ୍ରାନ୍ସର ଏହି ବିବୃତ୍ତି ପରେ ପାକିସ୍ତାନର ଅସଲ ଚେହେରା ପଦାରେ ପଡ଼ିଛି ।
ଏହି ଘଟଣା ସୋସିଆଲ ମିଡିଆରେ ଏକ ନୂତନ ବିତର୍କ ସୃଷ୍ଟି କରିଛି । ଅନେକ ଏହାକୁ ପାକିସ୍ତାନୀ ଗଣମାଧ୍ୟମରେ ଭାରତ ବିରୋଧୀ ପ୍ରଚାର ବୋଲି କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: