Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭାରତ ଭଳି ଜଳୁଛି ଫ୍ରାନ୍ସ; ୟୁରୋପରେ ୪ ଦିନରେ ହଜାରେ ମୃତ୍ୟୁ ପରେ ବୈଜ୍ଞାନିକଙ୍କ ବଡ଼ ଚେତାବନୀ

International

Global Warming / ଭାରତ ଭଳି ଜଳୁଛି ଫ୍ରାନ୍ସ; ୟୁରୋପରେ ୪ ଦିନରେ ହଜାରେ ମୃତ୍ୟୁ ପରେ ବୈଜ୍ଞାନିକଙ୍କ ବଡ଼ ଚେତାବନୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭାରତ ଭଳି ଜଳୁଛି ଫ୍ରାନ୍ସ; ୟୁରୋପରେ ୪ ଦିନରେ ହଜାରେ ମୃତ୍ୟୁ ପରେ ବୈଜ୍ଞାନିକଙ୍କ ବଡ଼ ଚେତାବନୀ
France Crosses 40°C Amid Rising Heat Deaths

Key Points

ୟୁରୋପରେ ମଧ୍ୟ ତାତିର ତାଉ ଦେଖିବାକୁ ମିଳିଛି । ଫ୍ରାନ୍ସରେ ଚଳିତ ସପ୍ତାହରେ ଅନୁଭୂତ ହୋଇଛି ଭୀଷଣ ଗରମ । ଯେଉଁଥିପାଇଁ ହସ୍ପିଟାଲ୍‌ରେ ଭିଡ଼ ସହ ଜରୁରୀକାଳୀନ ସେବାର ଚାହିଦା ବୃଦ୍ଧି ପାଇଛି । 
ମୁମ୍ବାଇ: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି । ମୌସୁମୀ ଛୁଇଁଥିଲେ ବି ସନ୍ତୁଳି ହେଉଛି ଭାରତ । ସେପଟେ ୟୁରୋପରେ ମଧ୍ୟ ତାତିର ତାଉ ଦେଖିବାକୁ ମିଳିଛି । ଫ୍ରାନ୍ସରେ ଚଳିତ ସପ୍ତାହରେ ଅନୁଭୂତ ହୋଇଛି ଭୀଷଣ ଗରମ । ଯେଉଁଥିପାଇଁ ହସ୍ପିଟାଲ୍‌ରେ ଭିଡ଼ ସହ ଜରୁରୀକାଳୀନ ସେବାର ଚାହିଦା ବୃଦ୍ଧି ପାଇଛି ।

ଜୁନ୍ ୨୪ ତାରିଖୁ ଏବେ ସୁଦ୍ଧା ଦେଶରେ ପ୍ରାୟ ୧ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ପାର୍ କରିଛି । ଫଳରେ ସେଠାରେ ଜରୁରୀକାଳୀନ ସେବାର ଚାହିଦା ଅଚାନକ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ: ଫ୍ରାନ୍ସରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୧ ମୃତ୍ୟୁ; ସାଉଦି ହେଲିକପ୍ଟର ଦୁର୍ଘଟଣାରେ ଚାଲିଗଲା ୧୪ ଜୀବନ 

ରେଡ୍ ହିଟ୍ ଆଲର୍ଟ

ରବିବାର ପବ୍ଲିକ୍ ହେଲ୍‌ଥ ଫ୍ରାନ୍ସ ଏକ ବୟାନ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, ବୁଧବାର ଜୁନ୍ ୨୪ ସୁଦ୍ଧା ଦେଶରେ ସାଧାରଣ ଦିନ ଅପେକ୍ଷା ପ୍ରାୟ ୧ ହଜାରରୁ ଅଧିକ ଅତିରିକ୍ତ ମୃତ୍ୟୁ ହୋଇଛି । ଆଉ ଲୋକେ ମୃତ୍ୟୁବରଣ କରିଥିବା ଅଞ୍ଚଳ ଗୁଡ଼ିକରେ ରେଡ୍ ହିଟ୍ ଆଲର୍ଟ ରହିଥିଲା ।

ଯେଉଁଥିରେ ଇଲେ-ଡି-ଫ୍ରାନ୍ସ, ନୁବଲେ-ଅକିଟେନ୍, ବ୍ରିଟନୀ, ସେଣ୍ଟର-ଭାଲ ଡି ଲାୟର, ନର୍ମଡି ଓ ପେସ୍ ଡି ଲା ଲାୟର ଆଦି ରହିଛି । ହଜାରେରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ ପ୍ରତିଶତ ମୃତକଙ୍କ ବୟସ ୬୫ ବର୍ଷରୁ ଅଧିକ ।

ମଦ୍ୟପାନ ଉପରେ କଟକଣା

ସେପଟେ ପ୍ୟାରିସ୍‌ରେ ଜରୁରୀକାଳୀନ ସେବା ଉପରେ ବଢ଼ୁଥିବା ଚାପ କମ୍ କରିବାକୁ ପ୍ରଶାସନ ପଦକ୍ଷେପ ନେଇଛି । ସାପ୍ତାହିକ ଛୁଟିରେ ସାର୍ବଜନୀନ ସ୍ଥାନରେ ମଦ ପିଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଏପରିକି ଶନିବାର ହେଉଥିବା ପେରିସ୍ ପ୍ରାଇଡ୍ ମାର୍ଚ୍ଚକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଗରମ ପାଇଁ ଏଫିଲ୍ ଟାୱର ଓ ଲୋବରେ ମ୍ୟୁଜିୟମ୍ ଭଳି ପ୍ରସିଦ୍ଧ ସ୍ଥାନକୁ ସମୟ ପୂର୍ବରୁ ବନ୍ଦ କରାଯାଉଛି । ତାତିରୁ ମୁକ୍ତି ପାଇଁ ଲୋକେ ପାର୍କ ଓ ନଦୀ କୂଳରେ ଏକାଠି ହେଉଛନ୍ତି ।

ଏଥିସହ ପଢ଼ନ୍ତୁ: ଆମେରିକା ଆକ୍ରମଣ ପରେ ଇରାନର ପାଲଟା ଆକ୍ରମଣ, ବାହାରିନରେ ନୌସେନା ଘାଟି ଧ୍ୱଂସ 

ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡ ରୂପ ଏବେ ସମଗ୍ର ୟୁରୋପରେ ଦେଖିବାକୁ ମିଳିଛି । ବ୍ରିଟେନ୍‌ରେ ମଧ୍ୟ ଶୁକ୍ରବାର ଅତ୍ୟଧିକ ଗରମ ଅନୁବୂତ ହୋଇଥିଲା । ସ୍ପେନ ଓ ଜର୍ମାନୀରେ ମଧ୍ୟ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି ।

ବୈଜ୍ଞାନିକଙ୍କ ଅନୁସାରେ, ତାପମାତ୍ରା ବୃଦ୍ଧିର କାରଣ ଜଳବାୟୁ ପରିବର୍ତ୍ତନ । ମଣିଷ ପାଇଁ ଜଳବାୟୁ ପରିବର୍ତ୍ତନ ହେଉଛି, ଗ୍ରୀଷ୍ମ ପ୍ରବାହ ବଢ଼ୁଛି । ଏବେ ୟୁରୋପ ସବୁଠୁ ଭୀଷଣ ହିଟ୍‌ୱେଭ୍‌ର ସାମ୍ନା କରୁଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored