Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Flight crashes in France / ଫ୍ରାନ୍ସରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୧ ମୃତ୍ୟୁ; ସାଉଦି ହେଲିକପ୍ଟର ଦୁର୍ଘଟଣାରେ ଚାଲିଗଲା ୧୪ ଜୀବନ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଫ୍ରାନ୍ସରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୧ ମୃତ୍ୟୁ; ସାଉଦି ହେଲିକପ୍ଟର ଦୁର୍ଘଟଣାରେ ଚାଲିଗଲା ୧୪ ଜୀବନ
Aviation Accidents Today

Key Points

ଫ୍ରାନ୍ସରେ ବିମାନ ଦୁର୍ଘଟଣା ଏବଂ ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତଦନ୍ତ ଏଜେନ୍ସି ଉଭୟ ଦୁର୍ଘଟଣା ପଛରେ ରହିଥିବା କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି।

Saudi Arab helicaptor crash today: ରବିବାର ଫ୍ରାନ୍ସରେ ହୋଇଥିବା ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ନ୍ୟୁଜ ଏଜେନ୍ସି ଏଏଫପି ରିପୋର୍ଟ ଅନୁଯାୟୀ, ପୂର୍ବ ଫ୍ରାନ୍ସର ଟାମ୍ବଲେନ ଠାରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। ପୂର୍ବରୁ ଫ୍ରାନ୍ସ କର୍ତ୍ତୃପକ୍ଷ କହିଥିଲେ ଯେ ସେମାନେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଏକ X ପୋଷ୍ଟ ସେୟାର କରି କହିଛି ଯେ ଟାମ୍ବଲେନ ମୁନିସିପାଲିଟି ଅଞ୍ଚଳରେ ଏକ ବେସାମରିକ ବିମାନ ଦୁର୍ଘଟଣାକସ ଶୀକାର ହୋଇଛି। ଏହି ବିମାନ ନାନସି-ଆସି ଏୟାରଫିଲ୍ଡ ଠାରୁ ଉଡ଼ାଣ ଭରିଥିଲା।

ମେରେ-ଏଟ-ମୋସେଲ ପ୍ରିଫେକ୍ଟ ୟଭେସ୍ ସେଗୁଇଟ୍, ଘଟଣାର ପ୍ରକୃତ ସମୟ ତଦାରଖ ସୁନିଶ୍ଚିତ କରିବା ପାଇଁ ସମସ୍ତ କାର୍ଯ୍ୟକ୍ଷମ ସେବା ସହିତ ବିଭାଗୀୟ ଅପରେସନାଲ୍ ସେଣ୍ଟର (COD) ସକ୍ରିୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନିଜେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ରବିବାର ସ୍ଥାନୀୟ ସମୟ ସକାଳ ୧୧:୦୦ ସମୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍ ଏବଂ ସମସ୍ତ ୧୦ ଜଣ ଯାତ୍ରୀ, ୫ ଜଣ ଛାତ୍ରଙ୍କ ସହ ୫ ଜଣ ପ୍ରଶିକ୍ଷକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ପରେ ଜରୁରୀକାଳୀନ ସେବାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇଥିଲା। ଅଧିକାରୀ ଘଟଣାସ୍ଥଳରୁ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ବୟାନ ସଂଗ୍ରହ କରୁଛନ୍ତି।

ଏହା ସହ ପଢନ୍ତୁ: ଅଚାନକ ରନୱେ ସହ ପିଟି ହେଲା ବିମାନ; ହଠାତ ଜଳିଗଲେ ୨ ଚାଳକ

ଅନ୍ୟପକ୍ଷରେ ପୋଲିସ ଲୋକଙ୍କୁ ଅନୁରୋଧ କରିଛି ଯେ ସେମାନେ ଟମ୍ବଲେନ ସ୍ଥିତ ବିମାନବନ୍ଦର ଠାରୁ ଦୂରେଇ ରୁହନ୍ତୁ। ଯାହା ଦ୍ୱାରା ଜରୁରୀକାଳୀନ ସେବା ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥା କୌଣସି ବାଧା ବିନା ଦୁର୍ଘଟଣାସ୍ଥଳରେ ପହଞ୍ଚି ପାରିବ। ଗୃହ ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଗୃହ ମନ୍ତ୍ରୀ ଲରେଣ୍ଟ ନୁନେଜ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ସାଲଭାଡୋର ଆଲେଣ୍ଡେ ଷ୍ଟ୍ରିଟ୍ ଅଞ୍ଚଳରୁ ଦୂରେଇ ରହିବାକୁ ମଧ୍ୟ ଅନୁରୋଧ କରିଛି। ଏକ X ପୋଷ୍ଟ ସେୟାର କରି ପୋଲିସ କହିଛି, "ଜରୁରୀକାଳୀନ ସେବା ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥା ପାଇଁ ରାସ୍ତା ଖାଲି କରିବା ଲାଗି ଘଟଣାସ୍ଥଳକୁ ଯା'ନ୍ତୁ ନାହିଁ। ସେମାନଙ୍କ ପ୍ରୟାସରେ ସହଯୋଗ କରିବା ପାଇଁ ଧନ୍ୟବାଦ।

ସାଉଦି ଆରବରେ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ
ସାଉଦି ଆରବର ସରକାରୀ ସମାଚାର ଏଜେନ୍ସି ରବିବାର ରିପୋର୍ଟ କରିଛି ଯେ ଦେଶର ପ୍ରମୁଖ ତୈଳ କମ୍ପାନୀ "ଆରାମକୋ" ଦ୍ୱାରା ପରିଚାଳିତ ଏକ ହେଲିକପ୍ଟର ରାସ ଟାନୁରା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲିକପ୍ଟର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏନେଇ ତଦନ୍ତ ଚାଲିଛି। ରାସ ଟାନୁରା ଠାରେ ପଶ୍ଚିମ ଏସିଆର ସର୍ବବୃହତ ତୈଳ ବିଶୋଧନାଗାର ଅବସ୍ଥିତ ରହିଛି। ଯାହା ସାଉଦି ଆରାମକୋ ଦ୍ୱାରା ପରିଚାଳିତ। ସାଉଦି ପ୍ରେସ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକ ହେଉଛନ୍ତି ସାଉଦି ଆରବ ନାଗରିକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
France Plane Crash Kills 11; 14 Dead in Saudi Helicopter Crash | Argus News