Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଅସ୍ଥିର ଫ୍ରାନ୍ସକୁ ଅଡ଼ୁଆ ନୂଆ ପ୍ରଧାନମନ୍ତ୍ରୀ !

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଅସ୍ଥିର ଫ୍ରାନ୍ସକୁ ଅଡ଼ୁଆ ନୂଆ ପ୍ରଧାନମନ୍ତ୍ରୀ !

Key Points

ମାର୍କନଙ୍କ ଉପରେ ଚାପ ବି ବଢ଼ୁଛି । ଆଉ 'Block Everything' ନିଆଁକୁ ପ୍ରଶମିତ ପାଇଁ ମାର୍କନ ନିଯୁକ୍ତ କରିଥିବା ନୂଆ ପ୍ରଧାନମନ୍ତ୍ରୀ ଏବେ ସରକାର ପାଇଁ ସାଜିଛନ୍ତି ନିଆଁ ହୁଳା ।

ପାରିସ: ଫ୍ରାନ୍ସ ଜଳୁଛି, ପୋଲିସ ଲୁହ ବୁହା ଗ୍ୟାସ୍ ଛାଡ଼ୁଛି । ରାଷ୍ଟ୍ରପତି ଇମ୍ମାନୁଏନ୍ ମାର୍କନଙ୍କ ଉପରେ ଚାପ ବି ବଢ଼ୁଛି । ଆଉ 'Block Everything' ନିଆଁକୁ ପ୍ରଶମିତ ପାଇଁ ମାର୍କନ ନିଯୁକ୍ତ କରିଥିବା ନୂଆ ପ୍ରଧାନମନ୍ତ୍ରୀ ଏବେ ସରକାର ପାଇଁ ସାଜିଛନ୍ତି ନିଆଁ ହୁଳା ।


ପାରିସ ସହ ଫ୍ରାନ୍ସର ବିଭିନ୍ନ ସହରରେ ପ୍ରତିବାଦ ତେଜୁଥିବା ବେଳେ ଆନ୍ଦୋଳନର ପ୍ରଥମ କେଇ ଘଣ୍ଟାରେ ପୋଲିସ ୨୫୦ରୁ ଅଧିକ ଜଣଙ୍କୁ ଗିରଫ କରିଛି । ଦେଶବ୍ୟାପୀ ହେଉଥିବା ଆନ୍ଦୋଳନ ମାର୍କନଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ବଜେଟ୍ ହ୍ରାସ ସହ ଅନ୍ୟ ଅଭିଯୋଗକୁ ନେଇ ଲୋକେ ଖପ୍ପା ଅଛନ୍ତି ।


ଅନଲାଇନ୍‌ରେ ଆରମ୍ଭ କ୍ୟାମ୍ପେନ୍ 'Block Everything' ଏବେ ସମଗ୍ର ଫ୍ରାନ୍ସକୁ ବ୍ୟାପି ଗଲାଣି । ଯେଉଁଥିପାଇଁ ସରକାର ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ କରିବା ସହ ଆଇନ୍ ଶୃଙ୍ଖଳା ପାଇଁ ୮୦ ହଜାର ପୋଲିସ ମୁତୟନ କରିଛନ୍ତି । କିନ୍ତୁ ପ୍ରଶାସନର ସବୁ ପଦକ୍ଷେପ ସତ୍ତ୍ଵେ ଥମୁନି ଜନ ଅସନ୍ତୋଷ ।


ଏଥିସହ ପଢନ୍ତୁ: 'Block Everything'କୁ ନେଇ ଅସ୍ଥିର ଫ୍ରାନ୍ସ, ଆଗକୁ ହେବ କ'ଣ 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫ୍ରାନ୍ସର ପଶ୍ଚିମ ସହର ରେନ୍ନେସରେ ଲୋକେ ବସ୍ ଜାଳି ଦେଇଥିବା ବେଳେ ବିଦ୍ୟୁତ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଥିବାରୁ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି । ତେବେ ମାର୍କନଙ୍କ ଶାସନ କାଳରେ ଫ୍ରାନ୍ସରେ ଏଭଳି ପ୍ରତିବାଦ ନୂଆ ନୁହେଁ ।

ବିବାଦ ଓ ମାର୍କନ


ଫ୍ରାନ୍ସ ରାଷ୍ଟ୍ରପତି ଭାବେ ଇମ୍ମାନୁଏଲ୍ ମାର୍କନ ଦାୟିତ୍ଵ ନେବାର ପ୍ରଥମ ପାଳି ହେଉ କି ଦ୍ଵିତୀୟ ପାଳି, ବିବାଦ ତାଙ୍କ ପିଛା ଛାଡ଼ୁନି । ୨୦୧୮-୧୯ରେ ମାର୍କନଙ୍କ ପ୍ରଥମ ପାଳିରେ ଆର୍ଥିକ ଅସମାନତାକୁ ନେଇ ଏକଜୁଟ୍ ହୋଇଥିଲେ ଫ୍ରାନ୍ସ ଲୋକ । ମାସାଧିକ ସମୟ ଧରି ଜାରି ରହିଥିଲା ଦେଶବ୍ୟାପୀ ଆନ୍ଦୋଳନ । କର୍ମଜୀବୀ ଓ ମଧ୍ୟବିତ୍ତଙ୍କ ଉପରେ ଟିକସକୁ ନେଇ ବିରୋଧ କରିଥିଲେ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳ ବାସିନ୍ଦା । ତୈଳ ଶୁଳ୍କ ହ୍ରାସ ସହ ସର୍ବନିମ୍ନ ମଜୁରୀ ବଢ଼ାଇବାକୁ ସେତେବେଳେ ଦାବି ହୋଇଥିଲା ।


ଏହା ପରେ ୨୦୨୨ରେ ଦ୍ଵିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଦାୟିତ୍ଵ ନିଅନ୍ତି ଇମ୍ମାନୁଏଲ୍ ମାର୍କନ । ଆଉ ଦାୟିତ୍ଵ ନେବାର ଠିକ୍ କେଇ ମାସ ପରେ ୨୦୨୩ ଜାନୁଆରୀରେ ଅଶାନ୍ତ ହୋଇ ଉଠେ ଫ୍ରାନ୍ସ । ପାରିସ୍ ଉପକଣ୍ଠରେ ପୋଲିସ ଗୁଳିରେ ଆଖି ବୁଜେ ନାବାଳକ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ପୋଲିସର ଫାୟାରିଂ ନେଇ ରାଜରାସ୍ତାରେ ପୋଡ଼ାଜଳା ହୁଏ, ସୃଷ୍ଟି ହୁଏ ଦଙ୍ଗା । ଆଉ କାରଣ ଥିଲା ଭତ୍ତା ସଂସ୍କାର ବିଲ୍ । ଯେଉଁଥିରେ ସରକାର ଅବସର ବୟସକୁ ୬୨ରୁ ୬୪କୁ ବଢ଼ାଇ ଦେଇଥିଲେ ।


ଆଉ ଏବେ ପୁଣି ଫ୍ରାନ୍ସରେ ମୁଣ୍ଡ ଟେକିଛି ଜନ ଅସନ୍ତୋଷ । ବହୁମତ ପରୀକ୍ଷାରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଫ୍ରାନ୍ସୋଇସ୍ ବେୟରୋଉ ହାରିବା ପରେ ମାର୍କନ ନୂଆ ପିଏମ୍ ଭାବେ ସେବାଷ୍ଟିନ୍ ଲେକୋରନୁଙ୍କୁ ନିଯୁକ୍ତି ଦେଇଛନ୍ତି । ଆଉ ସେବାଷ୍ଟିନ୍ ଲେକୋରନୁଙ୍କ ନିଯୁକ୍ତି ପୁଣି ମାର୍କନଙ୍କ ପାଇଁ ସୃଷ୍ଟି କରିଛି ନୂଆ ଆହ୍ଵାନ ।
ଫ୍ରାନ୍ସର ଦକ୍ଷିଣ ଭାଗରେ ଥିବା ବନ୍ଦର ସହର ମାର୍ସେଲ୍ଲେରୁ ନେଇ ଲିଲେ ଏବଂ ଉତ୍ତରରେ କାଏନରୁ ନେଇ ନନ୍ତେସ, ପଶ୍ଚିମରେ ଗ୍ରେନୋବଲରୁ ଦକ୍ଷିଣ ପୂର୍ବରୁ ଲାଏନ ପର୍ଯ୍ୟନ୍ତ ସବୁଠି ଜଳୁଛି ଅଶାନ୍ତିର ବହ୍ନି ।


ଆଉ ଏବେ ଅନଲାଇନ୍‌ରୁ ଆରମ୍ଭ ହୋଇଥିବା 'Block Everything' କ୍ୟାମ୍ପେନ୍ ଧିରେ ଧିରେ ସାରା ଦେଶକୁ ବ୍ୟାପିଲାଣି । ଯଦିଓ ଏହି କ୍ୟାମ୍ପେନ୍ ପଛର କାରଣ ନିର୍ଦ୍ଦିଷ୍ଟ ନାହିଁ ତଥାପି ବଜେଟ୍ ହ୍ରାସ, ସାମାଜିକ ଅସମାନତା ଏବଂ ମାର୍କନ ନିଜେ ଏଥିପାଇଁ ଦାୟୀ ବୋଲି କୁହାଯାଉଛି ।

Sponsored
France Appoints New Prime Minister Amid Unrest and Protests Against Macron | Argus News | Argus News