Videos
|
International

Student Protest / ଛାତ୍ର ଆନ୍ଦୋଳନ ବେଳେ ହିଂସା; ଅଭିଭାବକଙ୍କ ଠାରୁ କ୍ଷତି ଭରଣା କରିବେ ସରକାର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଛାତ୍ର ଆନ୍ଦୋଳନ ବେଳେ ହିଂସା; ଅଭିଭାବକଙ୍କ ଠାରୁ କ୍ଷତି ଭରଣା କରିବେ ସରକାର
400 Schools Shut Amid Violent Unrest

Key Points

ହଜାର ହଜାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆସି ସେମାନଙ୍କ ହକ୍ ପାଇଁ ପ୍ରଦର୍ଶନ କରୁଥିବା ବେଳେ ଆନ୍ଦୋଳନ ହିଂସାତ୍ମକ ହେବାରେ ଲାଗିଛି । ଶୁକ୍ରବାର ଫ୍ରାନ୍ସରେ ପ୍ରାୟ ୪୦୦ ହାଇସ୍କୁଲ୍ ବନ୍ଦ ରହିଛି । ସପ୍ତାହେ ହେଲା ଛାତ୍ର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।
ନୂଆଦିଲ୍ଲୀ: ବିଦ୍ୟାଳୟ ଗୁଡ଼ିକର ସ୍ଥିତି ଠିକ୍ ନାହିଁ । ପଢ଼ା ସମୟ ଅଧିକ ରହୁଛି । ଶ୍ରେଣୀ ଗୃହରେ ଗରମ ଲାଗୁଛି, ଏସି ନାହିଁ । ଏମିତି କିଛି ଦାବିକୁ ନେଇ ଏବେ ଫ୍ରାନ୍ସ ଜଳୁଛି । ହଜାର ହଜାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆସି ସେମାନଙ୍କ ହକ୍ ପାଇଁ ପ୍ରଦର୍ଶନ କରୁଥିବା ବେଳେ ଆନ୍ଦୋଳନ ହିଂସାତ୍ମକ ହେବାରେ ଲାଗିଛି ।

ଫ୍ରାନ୍ସର ଅଧିକାରୀଙ୍କ ଅନୁସାରେ, "ଶୁକ୍ରବାର ଫ୍ରାନ୍ସରେ ପ୍ରାୟ ୪୦୦ ହାଇସ୍କୁଲ୍ ବନ୍ଦ ରହିଛି । ସପ୍ତାହେ ହେଲା ଛାତ୍ର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଛାତ୍ର ଆନ୍ଦୋଳନ ଯୋଗୁଁ ସ୍କୁଲ୍‌ର ସଂଖ୍ୟାଧିକ କର୍ମଚାରୀ ଆହତ ହୋଇଛନ୍ତି । ୨ ହଜାରରୁ ଅଧିକ ଛାତ୍ରଙ୍କୁ ଗିରଫ କରାଯାଇଛି ।"

ଏଥିସହ ପଢ଼ନ୍ତୁ: ଫ୍ଲାଏଦୁବାଇ ମାମଲାରେ ନୂଆ ଖୁଲାସା, ଆକ୍ରମଣକାରୀ ଏକା ନଥିଲା ! 

କେମିତି ଆରମ୍ଭ ହେଲା ଆନ୍ଦୋଳନ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛାତ୍ରଙ୍କ ଏହି ଆନ୍ଦୋଳନ ଗତ ସପ୍ତାହରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରୁ ଆରମ୍ଭ ହୋଇଥିଲା ଏବଂ ଦେଖୁ ଦେଖୁ ସାରା ଦେଶକୁ ବ୍ୟାପି ଯାଇଛି । ଏହି ଆନ୍ଦୋଳନରେ ହାଇସ୍କୁଲର ଫାଇନାଲ୍ ବର୍ଷର ଛାତ୍ର ସେମାନଙ୍କ ସ୍କୁଲ୍ ଗେଟ୍‌ରେ ରାସ୍ତାରୋକ କରିବା ସହ ସହ ପୋଲିସ ସ ମୁହାଁମୁହିଁ ହୋଇଛନ୍ତି । ସ୍କୁଲ୍ ବନଦ କରିବାକୁ ଯାଇ ଗେଟ୍‌ରେ ନିଆଁ ଲଗା ଦେଇଛନ୍ତି ।

ଆନ୍ଦୋଳନରତ ଛାତ୍ରଙ୍କ ଅନୁସାରେ, "ଫ୍ରାନ୍ସର ସ୍କୁଲ୍‌ଗୁଡ଼ିକରେ ବହୁତ ଅଧିକ ସମୟ ପାଠପଢ଼ା ଯାଛି । ସ୍କୁଲ୍‌ର ଅବସ୍ଥା ଠିକ୍ ନଥିବା ବେଳେ ଶ୍ରେଣୀଗୃହରେ AC ନଥିବାର ଭୀଷଣ ଗରମ ଲାଗୁଛି ।" ଏପରିକି ଶିକ୍ଷକ ଓ ଅନ୍ୟ ଷ୍ଟାଫ ଅନେକ ସମୟରେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି ।

କ'ଣ କହିଲେ ସରକାର ?

ଫ୍ରାନ୍ସ ସରକାରଙ୍କ ଅନୁସାର, ଅଣା ଯାଇଥିବା ଅଭିଯୋଗ ସତ କିନ୍ତୁ ହିଂସା ଠିକ୍ ନୁହେଁ । ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ ଏଡୁଆର୍ଡ ଗେଫ୍ରେ କହିଛନ୍ତି, "ହାଇସ୍କୁଲ୍ ଛାତ୍ରଙ୍କ ଆନ୍ଦୋଳନ ବହୁତ ଅଧିକ ହିଂସାକାରୀ ଗୋଷ୍ଠୀଙ୍କ କବ୍‌ଜାରେ ରହିଛି । ଦେଶର ୩, ୭୦୦ ହାଇସ୍କୁଲ୍‌ ମଧ୍ୟରୁ ପ୍ରାୟ ୪୦୦ ସ୍କୁଲ୍ ଶୁକ୍ରବାର ବନ୍ଦ ରହିଛି ।"

ଆନ୍ଦୋଳନର ଉଗ୍ର ରୂପ ଦେଖି ସରକାର ଅନେକ ହାଇସ୍କୁଲ୍‌ରେ ଅନଲାଇନ୍ କ୍ଲାସ୍ ପାଇଁ ଯୋଜନା କୁଛନ୍ତି । ଆନ୍ଦୋଳନରେ ୬୫ ଅଣଶିକ୍ଷକ କର୍ମଚାରୀଙ୍କ ସହ ୪୦ ଜଣ ପ୍ରିନ୍ସିପାଲ୍ ଆହତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ଭୂକମ୍ପ ସମୟରେ ପବନରେ ଉଡ଼ିବ ଏହି ଘର; ଭବିଷ୍ୟତର ଘର ତିଆରି କରି ଚର୍ଚ୍ଚାରେ ଜାପାନୀ କମ୍ପାନୀ 

ଅଭିଭାବକ କରିବେ କ୍ଷତି ଭରଣା

ଫ୍ରାନ୍ସର ନ୍ୟାୟ ମନ୍ତ୍ରୀ ଗେରାଲ୍ଡ ଡାରମାନିନ କହିଛନ୍ତି, "ଛାତ୍ର ଆନ୍ଦୋଳନ ବେଳେ ଅନେକ କିଛି କ୍ଷତି ହୋଇଛି । ଉକ୍ତ କ୍ଷତିର ଭରଣା ପାଇଁ ଛୁଆଙ୍କ ବାପାମାଆଙ୍କୁ ଦାୟୀ କରାଯିବ ଏବଂ ସେମାନଙ୍କୁ ଠାରୁ ମରାମତି ଖର୍ଚ୍ଚ ଆଦାୟ କରାଯିବ ।"