Videos
|
International

Japan Earthquake Resistant Buildings / ଭୂକମ୍ପ ସମୟରେ ପବନରେ ଉଡ଼ିବ ଏହି ଘର; ଭବିଷ୍ୟତର ଘର ତିଆରି କରି ଚର୍ଚ୍ଚାରେ ଜାପାନୀ କମ୍ପାନୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଭୂକମ୍ପ ସମୟରେ ପବନରେ ଉଡ଼ିବ ଏହି ଘର; ଭବିଷ୍ୟତର ଘର ତିଆରି କରି ଚର୍ଚ୍ଚାରେ ଜାପାନୀ କମ୍ପାନୀ
Japan Earthquake Resistant Buildings

Key Points

ଏହି ଘର ତଳେ ଏକ ସ୍ୱତନ୍ତ୍ର ବାୟୁ ଚାମ୍ବର ତିଆରି କରାଯାଇଛି, ଯାହା ସାଧାରଣ ସମୟରେ ଶାନ୍ତ ରହିଥାଏ। ଘରେ ସ୍ଥାପିତ ସେନ୍ସର ଭୂମି ତଳେ ଯେକୌଣସି ଗତିବିଧିକୁ ତୁରନ୍ତ ଚିହ୍ନଟ କରିଦିଏ।
ବିଶ୍ୱର ସର୍ବାଧିକ ଭୂକମ୍ପ ପ୍ରଭାବିତ ଦେଶ ତାଲିକାରେ ରହିଛି ଜାପାନ। ଏଠାରେ ଭୂମିକମ୍ପ ଝଟକା ଅନୁଭୂତ ହେବା ଏକ ସାଧାରଣ ଘଟଣା। ସଦ୍ୟ ଏକ ଜାପାନୀ କମ୍ପାନୀ ଭୂମିକମ୍ପ ପ୍ରତିରୋଧି ଘର ବିକଶିତ କରିଥିବା ଦାବି କରିଛି। ଯାହା ଭୂମିକମ୍ପ ସମୟରେ ଭୂମିଠାରୁ ଟିକେ ଉପରକୁ ଉଠିଯାଇ,ଘରକୁ ସୁରକ୍ଷିତ ରଖିଥାଏ। ଏହି ଘରର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଏହାକୁ ସେୟାର କରିଛନ୍ତି ପ୍ରସିଦ୍ଧ ଶିଳ୍ପପତି ହର୍ଷ ଗୋଏଙ୍କା। ଜାପାନୀ କମ୍ପାନୀ (Japanese company), " ଏୟାର ଡାନଶିନ୍ ସିଷ୍ଟମ୍ସ ଇନକର୍ପୋରେଟେଡ୍ ଇଙ୍କ" (Air Danshin Systems Inc) ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ଏହି ମଡେଲ୍ ବିକଶିତ କରିଛି। ଭୂମିକମ୍ପ ହେବା ମାତ୍ରେ ଏହି ଜ୍ଞାନକୌଶଳ ଆପଣଙ୍କ ସମ୍ପୂର୍ଣ୍ଣ ଘରକୁ ଭୂମି ଉପରକୁ ଉଠାଇ ଦେଇଥାଏ। ଯାହା ଘରେ ତଳେ ହୋଇଥିବା ଧ୍ୱଂସର ପ୍ରଭାବ ଯେପରି ଆପଣଙ୍କ ଘର ଉପରେ ଅନୁଭୂତ ନହୁଏ।

କିପରି କାମ କରିଥାଏ ଏହି ଜ୍ଞାନକୌଶଳ?
ଏହି ଭୂକମ୍ପ ପ୍ରତିରୋଧି ଘର ପଛରେ କାମ କରୁଥିବା ବିଜ୍ଞାନ ବହୁତ ସରଳ। ଘର ତଳେ ଏକ ସ୍ୱତନ୍ତ୍ର ବାୟୁ ଚାମ୍ବର (Air Chamber) ତିଆରି କରାଯାଇଛି। ଯାହା ସାଧାରଣ ସମୟରେ ଶାନ୍ତ ରହିଥାଏ। ଘରେ ସ୍ଥାପିତ ସେନ୍ସର (Sensors) ତୁରନ୍ତ ଭୂମି ତଳେ ଯେକୌଣସି ଗତିବିଧି ଚିହ୍ନଟ କରନ୍ତି। ମାତ୍ର ୦.୫ ଠାରୁ ୧ ସେକେଣ୍ଡ ମଧ୍ୟରେ, ଏୟାର କମ୍ପ୍ରେସର (Air Compressor) ଚାଲୁ ହୋଇଯାଏ। ଘର ତଳେ ବାୟୁର ଏକ ମଜବୁତ "କୁଶନ" (Cushion) ସୃଷ୍ଟି କରେ। ଏହି ବାୟୁ ସମଗ୍ର ଘରକୁ ଭୂମି ଠାରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠାଇ ନେଇଥାଏ। ଯେପର୍ଯ୍ୟନ୍ତ ଭୂମିକମ୍ପ ଜାରି ରହିଛି, ସେ ପର୍ଯ୍ୟନ୍ତ ଘର ଭାସମାନ ଅବସ୍ଥାରେ ରହିଥାଏ। ଭୂକମ୍ପ ଭୂମିରେ ଅନୁଭୂତ ହେଉଥିବା କମ୍ପାନୀ ଘର ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦିଏ ନାହିଁ। କମ୍ପନ କମିଗଲେ, ଘର ଧିରେ ଧିରେ ଏହାର ମୂଳ ସ୍ଥିତିକୁ ଫେରିଆସେ।

ଏହା ସହ ପଢନ୍ତୁ: ଭୂତ' ଘର କିଣିବା ପାଇଁ ଚାଲିଛି ପ୍ରତିଯୋଗିତା; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କମ୍ ଖର୍ଚ୍ଚରେ ନିର୍ମାଣ କରାଯାଇ ପାରିବ ଏପରି ଘର
ଏପରି ଅନନ୍ୟ ଜ୍ଞାନକୌଶଳର ଉଦ୍ଭାବକ ହେଉଛନ୍ତି ଶୋଇଚି ସାକାମୋଟୋ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଜ୍ଞାନକୌଶଳ ପାରମ୍ପରିକ ଭୂମିକମ୍ପ-ପ୍ରତିରୋଧୀ ପ୍ରଣାଳୀର କେବଳ ଏକ ତୃତୀୟାଂଶ ଖର୍ଚ୍ଚ କରେ। ଯାହାର ଅର୍ଥ ହେଉଛି ଏହା ନିରାପଦ ଏବଂ କମ୍ ଆର୍ଥିକ ବୋଝ ବିଶିଷ୍ଟ। ବିଦ୍ୟୁତ୍ ବିଭ୍ରାଟ ସମୟରେ ମଧ୍ୟ ଏହି ପ୍ରଣାଳୀ କାର୍ଯ୍ୟକ୍ଷମ ହେବା ନିଶ୍ଚିତ କରିବା ପାଇଁ, ଏହା ଏକ ଶକ୍ତିଶାଳୀ ବ୍ୟାଟେରୀ ବ୍ୟାକଅପ୍ ସହିତ ସଜ୍ଜିତ।

କମ୍ପାନୀ ଏକ ଲାଇଭ୍ ପରୀକ୍ଷଣ ମଧ୍ୟ କରିଥିଲା। ଏକ ଘର ଭିତରେ ଏକ ଟେବୁଲ, ଚେୟାର ଏବଂ କମ ମଜବୁତ ବିଶିଷ୍ଟ କାଚ ନିର୍ମିତ ମଦ ଗ୍ଲାସ ରଖାଯାଇଥିଲା ଏବଂ ଏକ ଶକ୍ତିଶାଳୀ କୃତ୍ରିମ ଭୂମିକମ୍ପ ଆଘାତ ଲଗାଯାଇଥିଲା। ଭୂମିକମ୍ପ ହେବା ମାତ୍ରେ, ଏହି ଘର ବାୟୁରେ ଉପରକୁ ଉଠିଗଲା। ଘର ଭିତରେ ଥିବା ଗୋଟିଏ ହେଲେ ବସ୍ତୁ ମଧ୍ୟ ନିଜ ସ୍ଥାନରୁ ହଲିଲା ନାହିଁ। ଏହି ପ୍ରଣାଳୀ ବର୍ତ୍ତମାନ ଜାପାନର ପ୍ରାୟ ୯୦ ଘରେ ସଫଳତାର ସହ କାର୍ଯ୍ୟ କରୁଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଲେ ତଥାପି କିଛି ବିଶେଷଜ୍ଞ ଏହା ବିଷୟରେ ଟିକିଏ ସତର୍କ ଅଛନ୍ତି। ସେମାନେ କହିଛନ୍ତି ଯେ ଏହି ଜ୍ଞାନକୌଶଳ ସାମାନ୍ୟରୁ ମଧ୍ୟମ ଧରଣର ଭୂମିକମ୍ପରେ ଭଲ କାମ କରିଥାଏ। ହେଲେ ଯଦି ଭୂମିକମ୍ପ ଅତ୍ୟନ୍ତ ବିନାଶକାରୀ ହୋଇଥାଏ ଏବଂ ଏହା ସବୁ ଦିଗରେ କମ୍ପନ ସୃଷ୍ଟି କରେ, ତାହେଲେ କ’ଣ ଏହି ଜ୍ଞାନକୌଶଳ ଶକ୍ତିଶାଳୀ ଭୂକମ୍ପ ଝଟକାକୁ ସହ୍ୟ କରିପାରିବ।