Nepal Flood Survivor / ଆଖି ସାମ୍ନାରେ ଭାସିଗଲେ ସାଙ୍ଗ, ବଞ୍ଚାଇ ପାରିଲିନି ! ନେପାଳ ବନ୍ୟାରୁ ବଞ୍ଚିଥିବା ଦୀପକଙ୍କ ଛାତିଥରା କାହାଣୀ
·37 mins ago·3 min read

Key Points
ନେପାଳ ବନ୍ୟାର ଭୟଙ୍କର କାହାଣୀ
‘ପଛରେ ବନ୍ୟା, ସାମ୍ନାରେ ପାହାଡ଼’…
ଶୁଣନ୍ତୁ ବନ୍ୟାରେ ବଞ୍ଚିଥିବାଙ୍କ କାହାଣୀ
‘ପଛରେ ବନ୍ୟା, ସାମ୍ନାରେ ପାହାଡ଼’…
ଶୁଣନ୍ତୁ ବନ୍ୟାରେ ବଞ୍ଚିଥିବାଙ୍କ କାହାଣୀ
ଆଖି ସାମ୍ନାରେ ମୃତ୍ୟୁର ତାଣ୍ଡବ…ଚାରିଆଡ଼େ ପାଣି, କାଦୁଅ ଆଉ ପ୍ରଳୟଙ୍କରୀ ସୁଅ । ଜୀବନ ବଞ୍ଚାଇବାକୁ କେହି ପାହାଡ଼ ଉପରକୁ ଦୌଡ଼ୁଥିଲେ, ତ କେହି ଭଙ୍ଗା ଘର ଓ ମାଟି ତଳେ ନିଜ ପରିଜନଙ୍କୁ ଖୋଜୁଥିଲେ । ନେପାଳର ଭୟାବହ ବନ୍ୟା ଯେମିତି ଛାତିଥରାଇଦେଇଛି, ସେମିତି ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ଫେରିଥିବା ଲୋକଙ୍କ ଅନୁଭୂତି ଆହୁରି ଭୟଙ୍କର ।
ନେପାଳରେ ଭୟଙ୍କର ବନ୍ୟା ଓ ମାଟି-ପଥରର ପ୍ରବଳ ସ୍ରୋତ ଅନେକ ଗାଁ ଓ ସହରକୁ ଛାରଖାର କରିଦେଇଛି । ଭୟଙ୍କର ବନ୍ୟା ଭିତରେ ଲୋକେ ଜୀବନ ବଞ୍ଚାଇବା ପାଇଁ ଯିଏ ଯେଉଁଆଡ଼େ ପାରିଲେ ଦୌଡ଼ିଥିଲେ । ଏହି ଭୟଙ୍କର ବନ୍ୟାରୁ ବଞ୍ଚିଯାଇଥିବା ଦୀପକ ତାମାଙ୍ଗ ଏବେ ନିଜ ଛାତିଥରା ଅନୁଭୂତି ବଖାଣିଛନ୍ତି ।
ନେପାଳ-ତିବ୍ବତ ସୀମା ନିକଟ ତିମୁରେ ସହରରେ ଥିଲେ ଦୀପକ । ହଠାତ୍ ତାଙ୍କୁ ଲାଗିଥିଲା ଯେମିତି ଭୂମି ଥରୁଛି । କିନ୍ତୁ କିଛି ସମୟ ପରେ ସେ ଦେଖିଲେ, ପାଣି, କାଦୁଅ ଓ ବଡ଼ ବଡ଼ ପଥରର ଭୟଙ୍କର ସ୍ରୋତ ତିମୁରେ ବଜାର ଆଡ଼କୁ ମାଡ଼ି ଆସୁଛି । ଆଉ ଡେରି ନକରି ଜୀବନ ବଞ୍ଚାଇବା ପାଇଁ ସେ ପାହାଡ଼ ଆଡ଼କୁ ଦୌଡ଼ିଥିଲେ ।
ଦୀପକ କହିଛନ୍ତି, ତାଙ୍କ ପଛରେ ବନ୍ୟାର ପ୍ରବଳ ସ୍ରୋତ ଥିଲା, ଆଉ ସାମ୍ନାରେ ଥିଲା ପାହାଡ଼ର ବଡ଼ ଢାଲ । ତଥାପି ତାଙ୍କ ପାଖରେ ବଞ୍ଚିବା ପାଇଁ ଅନ୍ୟ କୌଣସି ରାସ୍ତା ନଥିଲା । ସେ ବିନା କିଛି ଭାବି ପାହାଡ଼ ଚଢ଼ିବା ଆରମ୍ଭ କରିଥିଲେ। ଚଢ଼ିବା ସମୟରେ ଅନେକଥର ସେ ତଳକୁ ଖସିପଡ଼ିଥିଲେ । କିନ୍ତୁ ଦୀପକ ହାର ମାନିନଥିଲେ । କଣ୍ଟା ଗଛ ଓ ଝାଡ଼ିର ସାହାଯ୍ୟ ନେଇ ସେ ଉପରକୁ ଚଢ଼ି ଚାଲିଥିଲେ ।
ଦୀପକଙ୍କ କହିବା ଅନୁସାରେ, ପ୍ରତିଥର ସେ ତଳକୁ ଖସିପଡ଼ିବା ବେଳେ ତାଙ୍କୁ ଲାଗୁଥିଲା ଯେ ଏହା ହୁଏତ ତାଙ୍କ ଜୀବନର ଶେଷ ମୁହୂର୍ତ୍ତ । ଦୀର୍ଘ ସମୟର ସଂଘର୍ଷ ପରେ ସେ ଶେଷରେ ପାହାଡ଼ ଉପରେ ପହଞ୍ଚିବାରେ ସଫଳ ହୋଇଥିଲେ । କିନ୍ତୁ ଉପରେ ପହଞ୍ଚିବା ପରେ ଯାହା ଦେଖିଲେ, ତାହା ତାଙ୍କୁ ଆହୁରି ଭୟଭୀତ କରିଦେଇଥିଲା । ତାଙ୍କ ଆଖି ସାମ୍ନାରେ ତାଙ୍କର କିଛି ବନ୍ଧୁ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିଲେ । ସେ ଚାହିଁକି ବି ସେମାନଙ୍କୁ ବଞ୍ଚାଇ ପାରିନଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରେ ଦୀପକଙ୍କ ନଜର ଜଙ୍ଗଲରେ କାଠ ରଖିବା ପାଇଁ ବ୍ୟବହୃତ ଏକ ପୁରୁଣା ଗୋଦାମ ଉପରେ ପଡ଼ିଥିଲା । ସେଠାରେ ଆହୁରି ଅନେକ ଲୋକ ବନ୍ୟାରୁ ବଞ୍ଚି ଆଶ୍ରୟ ନେଇଥିଲେ । ଉଦ୍ଧାରକାରୀ ଦଳକୁ ଅପେକ୍ଷା କରି ସମସ୍ତେ ବିନା ବିଛଣାରେ ରାତି କାଟିଥିଲେ । ପ୍ରାୟ ୨୪ ଘଣ୍ଟା ପରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା ।
ବନ୍ୟା ପରେ ନେପାଳର ଅନେକ ଅଞ୍ଚଳର ଚିତ୍ର ମଧ୍ୟ ଅତ୍ୟନ୍ତ ଭୟଙ୍କର ଥିଲା । ତ୍ରିଶୁଳୀ ବଜାରରେ ପହଞ୍ଚିଥିବା ଜଣେ ଫଟୋ ଜର୍ଣ୍ଣାଲିଷ୍ଟଙ୍କ ଅନୁସାରେ, ବଜାରର ପ୍ରାୟ ୫୦ରୁ ୬୦ଟି ଘର କାଦୁଅ ଓ ମାଟି ତଳେ ପୋତି ହୋଇଯାଇଥିଲା । କେତେକ ସ୍ଥାନରେ କେବଳ ଘରର ଛାତ ଦେଖାଯାଉଥିଲା । ରାସ୍ତା କେଉଁଠି ଓ ଘର କେଉଁଠି, ତାହା ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା ।
ଏହି ବିପର୍ଯ୍ୟୟ ମଧ୍ୟରେ ଜଣେ ଭାରତୀୟ-ଆମେରିକୀୟ ଦମ୍ପତି ଅଞ୍ଜନା ରାଜା ଓ ପଟ୍ଟାଭିରାମନ୍ ଭେଙ୍କଟେଶନ୍ ମଧ୍ୟ ଫସିଯାଇଥିଲେ । ପରେ ଉଭୟଙ୍କୁ ଏୟାରଲିଫ୍ଟ କରି କାଠମାଣ୍ଡୁ ନିଆଯାଇଥିଲା ।
ଅଞ୍ଜନା କହିଛନ୍ତି, ବନ୍ୟା ଆସିବା ସମୟରେ ତାଙ୍କୁ ଲାଗିଥିଲା ଯେ ଏବେ ତାଙ୍କର ମୃତ୍ୟୁ ହେବ । ତାଙ୍କ ସ୍ୱାମୀ ଭେଙ୍କଟେଶନ୍ କହିଛନ୍ତି, ମାଟି ଓ ମଲବା ସହ ଏକ ବଡ଼ କାନ୍ଥ ମଧ୍ୟ ପାଣିର ସ୍ରୋତରେ ଭାସି ଆସୁଥିଲା । ଦୃଶ୍ୟଟି ଏମିତି ଥିଲା ଯେମିତି ସୁନାମି ମାଡ଼ି ଆସୁଛି ।
ଆଖି ସାମ୍ନାରେ ଘରଗୁଡ଼ିକ ଭୁଶୁଡ଼ି ପଡ଼ୁଥିବା ଦେଖି ଅଞ୍ଜନା ନିଜ ସ୍ୱାମୀଙ୍କୁ ‘ଦୌଡ଼’ ବୋଲି ଚିତ୍କାର କରିଥିଲେ। ଉଭୟେ ବସ୍ରୁ ଡେଇଁ ପଡ଼ି ପାହାଡ଼ ଆଡ଼କୁ ଦୌଡ଼ିଥିଲେ । ସେମାନେ କେଉଁଆଡ଼କୁ ଯାଉଛନ୍ତି ତାହା ମଧ୍ୟ ଜାଣିନଥିଲେ । କେବଳ ଜୀବନ ବଞ୍ଚାଇବା ପାଇଁ ଉପରକୁ ଚଢ଼ି ଚାଲିଥିଲେ ।
ସେପଟେ ବନ୍ୟା ପରେ ଭୋଟେକୋଶୀ ନଦୀରେ ପାଣିର ସ୍ତର ବଢ଼ୁଥିବାରୁ ରସୁୱା, ନୁୱାକୋଟ୍ ଓ ଧାଦିଙ୍ଗ ଜିଲ୍ଲାର ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ଏବେ ମାଟି ତଳେ କିଛି ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ୧୧ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

Related Topics
Explore more stories