Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନେପାଳରେ Gen-Zର ପ୍ରତିବାଦ ତୀବ୍ର; ସୋସିଆଲ୍ ମିଡିଆ ନିଷେଧକୁ ନେଇ ବିକ୍ଷୋଭ ବେଳେ ଗୁଳିମାଡ଼, ଜଣେ ମୃତ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ନେପାଳରେ Gen-Zର ପ୍ରତିବାଦ ତୀବ୍ର; ସୋସିଆଲ୍ ମିଡିଆ ନିଷେଧକୁ ନେଇ ବିକ୍ଷୋଭ ବେଳେ ଗୁଳିମାଡ଼, ଜଣେ ମୃତ

Key Points

ନେପାଳ ରାଜଧାନୀ କାଠମାଣ୍ଡୁରେ ତୀବ୍ର ପ୍ରତିବାଦ । ହଜାର ହଜାର ସଂଖ୍ୟାରେ Gen-Z ଯୁବପିଢ଼ି ବିରୋଧ କରି ରାସ୍ତାକୁ ଓହ୍ଲାଇ ଆସିଛନ୍ତି ।

କାଠମାଣ୍ଡୁ: ସୋସଆଲ୍ ମିଡିଆ ବ୍ୟାନକୁ ବିରୋଧ । ନେପାଳ ରାଜଧାନୀ କାଠମାଣ୍ଡୁରେ ତୀବ୍ର ପ୍ରତିବାଦ । ହଜାର ହଜାର ସଂଖ୍ୟାରେ Gen-Z ଯୁବପିଢ଼ି ବିରୋଧ କରି ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ବିକ୍ଷୋଭ ବେଳେ ପ୍ରଦର୍ଶନକାରୀ ସଂସଦ ଭବନ ପରିସରକୁ ମଧ୍ୟ ଧସେଇ ପଶିଛନ୍ତି ।


ଆନ୍ଦୋଳନକାରୀଙ୍କୁ ରୋକିବାକୁ ଲାଗି ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ପାଣି ଓ ଗୁଳିମାଡ଼ କରିଛି । ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି, ୮୦ରୁ ଅଧିକ ଆହତ ହୋଇଛନ୍ତି । ନେପାଳ ସରକାର ୨୬ଟି ବହୁଳ ବ୍ୟବହାର କରାଯାଉଥିବା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାକୁ ବିରୋଧ କରିଛନ୍ତି ସେଠାକାର ଯୁବପିଢ଼ି ।


ବିକ୍ଷୋଭକାରୀ ସଂସଦ ଭବନର ୨ ନମ୍ବର ଗେଟ୍ ନିକଟରେ ନିଆଁ ଲଗାଇ ଦେଇଛନ୍ତି । ଦମକଳ ବାହିନୀ ନିଆଁ ଲିଭାଇବାକୁ ପ୍ରୟାଶ କରୁଛି । ବିକ୍ଷୋଭ ବ୍ୟାପକ ହେଉଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ମୁତୟନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସରକାର ଜରୁରୀକାଳୀନ ବୈଠକ ଡାକିଛନ୍ତି । ରାଜଧାନୀ କାଠମାଣ୍ଡୁରେ ରାତି ୧୦ଟା ପର୍ଯ୍ୟନ୍ତ ପୋଲିସ କର୍ଫ୍ଯୁ ଲାଗୁ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମ ଓଲି ସରକାର ବିରୋଧରେ ଦେଶର ବିଭିନ୍ନ ସହରରେ ବିକ୍ଷୋଭ ହେଉଛି । ହ୍ଵାଟ୍ସଆପ୍, ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଏକ୍ସ, ଲିଙ୍କଡଇନ୍‍, ସ୍ନାପଚାଟ ଭଳି ୨୬ଟି ଆସେସ୍ ନେପାଳରେ ବ୍ଲକ୍ କରି ଦିଆଯାଇଛି । ସରକାର ଦେଇଥିବା ୭ ଦିନ ସମୟ ସୀମା ଭିତରେ ଏଭଳି ୨୬ଟି କମ୍ପାନୀ ପଞ୍ଜୀକରଣ କରି ନପାରିବାରୁ ଏ ସବୁର ବ୍ୟବହାରକୁ ନେପାଳରେ ନିଷିଦ୍ଧ କରାଯାଇଛି ।


କ'ଣ ଚାଲିବ, କ'ଣ ବନ୍ଦ ?

ନିଷିଦ୍ଧ- ଫେସବୁକ୍, ଇନଷ୍ଟାଗ୍ରାମ, ମେସେଞ୍ଜର, ୟୁଟ୍ୟୁବ୍, ଏକ୍ସ, ରେଡ୍ଡିଟ୍, ଲିଙ୍କଡଇନ୍, ହ୍ଵାଟ୍ସଆପ୍, ଡିସକର୍ଡ, ପିନଟେରେଷ୍ଟ, ସିଗନାଲ୍, ଥ୍ରେଡସ୍, ୱିଚାଟ୍, କ୍ଯୁରା, ଟମ୍ବଲର, କ୍ଲବହାଉସ୍, ରମ୍ବଲ, ଲାଇନ୍, ଇମୋ, ସୋଲ, ହାମରୋ ପାତ୍ରୋ, ଏମ୍ଆଇ ଭିଡିଓ, ଏମ୍ଆଇ ଭାଇକ୩ ।

ପ୍ରଚଳିତ- ଟିକଟକ୍, ଭାଇବର, ୱେଟଲକ, ନିମ୍ବୁଜ୍ଜ, ଟେଲିଗ୍ରାମ ଏଭଂ ଗ୍ରୋବାଲ ଡାଏରୀ ।

Sponsored
Massive Protests in Kathmandu Over Social Media Ban; One Dead, 80+ Injured | Argus News | Argus News