Germans oppose / ଯୁଦ୍ଧକୁ ଜର୍ମାନବାସୀଙ୍କ ବିରୋଧ, କହିଲେ ଆମେରିକା କିଛି ବି କରିପାରେ...
·6 months ago·2 min read

Key Points
ଜର୍ମାନୀର ବଡ଼ ପ୍ରଶ୍ନ
ଯୁଦ୍ଧକୁ ଜର୍ମାନବାସୀଙ୍କ ବିରୋଧ
ଯୁଦ୍ଧକୁ ଜର୍ମାନବାସୀଙ୍କ ବିରୋଧ
ଯୁଦ୍ଧକୁ ନେଇ ବଡ଼ ବଡ଼ କବର ସାମ୍ନାକୁ ଆସୁଛି। କିଏ କେତେବେଳେ କେଉଁ ଦେଶକୁ ସପୋର୍ଟ କରୁଛନ୍ତି ତାହା ସମସ୍ତଙ୍କୁ ଅଧିକ ଭୟଭୀତ କରୁଛି। ବର୍ତ୍ତମାନ ଏହି ଯୁଦ୍ଧ ଏକ ବଡ଼ ରୂପ ନେଲାଣି। ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକା ଭୟଙ୍କର ମିସାଇଲ ଆକ୍ରମଣ କରୁଛନ୍ତି । ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ସମେତ ଆହୁରି ଟପ୍ ଲିଡର୍ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି । ଯୁଦ୍ଧକୁ ଜର୍ମାନବାସୀଙ୍କ ବିରୋଧ। ମଧ୍ୟପ୍ରାଚ୍ୟର ଏହି ଯୁଦ୍ଧ ୧୦ରୁ ଅଧିକ ଦେଶକୁ ବ୍ୟାପିଲାଣି । ଅନେକ ଏହି ଯୁଦ୍ଧକୁ ଠିକ୍ କହୁଥିବା ବେଳେ ଆଉ କିଛି ବିରୋଧ କରୁଛନ୍ତି ।
ଜର୍ମାନବାସୀ ମଧ୍ୟ ଗଲଫ୍ ଦେଶର ଯୁଦ୍ଧକୁ ନାପସନ୍ଦ କରିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।ଆମେରିକା କିମ୍ବା ଋଷିଆ କେହି ଭରସାଯୋଗ୍ୟ ନୁହେଁ ।ମାତ୍ର ୧୫ ପ୍ରତିଶତ ଜନତା ଆମେରିକାକୁ ଭରସାଯୋଗ୍ୟ ସହଯୋଗୀ ଭାବୁଥିବା ବେଳେ ୧୨ ପ୍ରତିଶତ ଋଷିଆକୁ ଭାବୁଛନ୍ତି । ଫ୍ରାନ୍ସ ଏବଂ ୟୁକେ ଜର୍ମାନର ସବୁଠୁ ଭଲ ବନ୍ଧୁ ବୋଲି ଜର୍ମାନବାସୀ ବିବେଚନା କରୁଛନ୍ତି ।ପୂର୍ବରୁ ୭୨ ପ୍ରତିଶତ ଜର୍ମାନବାସୀ ଭେନେଜୁଏଲା ଆକ୍ରମଣକୁ ବିରୋଧ କରିଥିଲେ । ସେହିପରି ୮୦ ପ୍ରତିଶତ ଆମେରିକା ୨୦୦୩ରେ ଇରାକ ଉପରେ କରିଥିବା ଆକ୍ରମଣକୁ ନାପସନ୍ଦ କରିଥିଲେ । ତେବେ ଏଆରଡି ଡ୍ୟୁଟସ୍ ଲ୍ୟାଣ୍ଡ୍ ଟ୍ରେଣ୍ଡ୍ ଗତ ମାର୍ଚ୍ଚ ୨ରୁ ୪ ତାରିଖ ଭିତରେ ଏହି ସର୍ଭେ କରିଛି । ଯେଉଁଥିରେ ୧୩୧୭ ଜଣ ଭାଗ ନେଇଥିଲେ ।
ଆହୁରି ମଧ୍ୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ଇରାନବାସୀଙ୍କ ପାଇଁ ଚିନ୍ତିତ ଅଛନ୍ତି । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ନିୟମର ଖୋଲା ଇଲ୍ଲଙ୍ଘନ ବୋଲି ସେମାନେ ଯୁକ୍ତି ବାଢୁଛନ୍ତି । ସବୁଠାରୁ ବଡ କଥାହେଲା ଯେ, ଜର୍ମାନବାସୀ ଆମେରିକା କିମ୍ବା ଋଷିଆ କାହାକୁ ସମର୍ଥନ କରୁନାହାଁନ୍ତି । ଏଆରଡି ଡ୍ୟୁଟସ୍ ଲ୍ୟାଣ୍ଡ୍ ଟ୍ରେଣ୍ଡ୍ ସର୍ଭେ ଅନୁସାରେ, ଏବେ ବିଶ୍ୱର ଯାହା ଘଟୁଛି ତାହାକୁ ନେଇ ଜର୍ମାନବାସୀ ଚିନ୍ତାରେ ଅଛନ୍ତି । ଯୁଦ୍ଧକୁ ଅନେକ ନାପସନ୍ଦ କରିବା ସହ ବିରୋଧ କରୁଛନ୍ତି । ୧୦ ଜଣଙ୍କ ମଧ୍ୟରୁ ୬ ଜଣ ଯୁଦ୍ଧ ସପକ୍ଷରେ ନାହାଁନ୍ତି । ଏହାକୁ ସେମାନେ ନ୍ୟାୟସଙ୍ଗତ କହୁ ନାହାଁନ୍ତି । ତେବେ ଏହି ବିରୋଧ ହାର ଆମେରିକାର ଭେନେଜୁଏଲା ଏବଂ ୨୦୦୩ରେ ଇରାକ ଉପରେ ଆକ୍ରମଣଠୁ କମ୍ ।
ଏଥିସହ ପଢ଼ନ୍ତୁ: ୟୁଟ୍ୟୁବରଙ୍କ ଆତ୍ମହତ୍ୟା ଉଦ୍ୟମ, ଜାଣନ୍ତୁ କାହା ପାଇଁ ଏତେ କାଣ୍ଡ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହୁରି ମଧ୍ୟ ଜଣାପଡିଛି ଯେ, ଯୁଦ୍ଧ ହେଲେ ଏହାର ପରିଣାମ କଣ ହେବ ତାହା ଜର୍ମାନୀବାସୀ ବୁଝିଛନ୍ତି । ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଯୁଦ୍ଧ ସାରା ବିଶ୍ୱକୁ ବ୍ୟାପିବ ବୋଲି ମତ ଦେଉଛନ୍ତି । ପ୍ରଥମେ ତୈଳ ଦର ଉପରେ ଯୁଦ୍ଧର ପ୍ରଭାବ ପଡିବ ବୋଲି ଜର୍ମାନବାସୀ କହୁଛନ୍ତି । ରିପୋର୍ଟ ଅନୁସାରେ, ଜର୍ମାନୀର ବିଭିନ୍ନ ଖ୍ରୀଷ୍ଟିଆନ ପାର୍ଟିକୁ ସମର୍ଥନ କରୁଥିବା ୪୮ ପ୍ରତିଶତ ଯୁଦ୍ଧକୁ ବିରୋଧ କରିଛନ୍ତି । ତେବେ ବାମପନ୍ଥୀ ଦଳ କିନ୍ତୁ ଏହି ମାମଲାରେ ଆଗରେ ରହିଛି । ବିଭିନ୍ନ ବାମଦଳର ୮୨ ପ୍ରତିଶତ ବ୍ୟକ୍ତି ଇରାନରେ ଆକ୍ରମଣକୁ ନିନ୍ଦା କରିଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories