Parents Horrified / ୧୫ ବର୍ଷର ଝିଅକୁ ଗର୍ଭବତୀ କଲା ୧୨ ବର୍ଷର ପୁଅ, ଲାଇଭ ଶୋ'ରେ କହିଲା...
·5 months ago·2 min read

Key Points
୧୨ ବର୍ଷରେ ବାପା ହେଲେ ସ୍କୁଲ ଛାତ୍ର
ପ୍ରେମିକାକୁ ଏବେ ୧୫
ପ୍ରେମିକାକୁ ଏବେ ୧୫
ଆପଣ ପ୍ରତ୍ୟେକ ଦିନ ଅନେକ ଆଶ୍ଚର୍ଯ୍ୟ କଲାଭଳି ଖବର ନିଶ୍ଚୟ ଶୁଣୁଥିବେ। ଏଥିରୁ ଅନେକ କିଛି ଆମକୁ ଶିକ୍ଷା ଦେଇଥାଏ ତ ଆଉ କିଛି ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଠିକ ଏହିପରି ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୧୫ ବର୍ଷରେ ମାଆ ହେଲା ସ୍କୁଲ ପଢୁଆ ଝିଅ । ବାପାର ବୟସ ବି ମାତ୍ର ୧୨। ଉଭୟ ହେଉଛନ୍ତି ପ୍ରେମିକ ପ୍ରେମିକା । କିନ୍ତୁ କଅଁଳ ବୟସରେ ଖସି ଗଲା ପାଦ । ଯାହା ପାଇଁ ବଡ ଭୁଲ କରିଦେଲେ ସେମାନେ । ଏପରି କିଛି ଘଟଣା ଘଟିଛି ଆମେରିକାର ଅର୍କାସସରେ ।ସବୁଠାରୁ ବଡ କଥା ହେଉଛି ଯେ, ହଣ୍ଟର ଏବେବି ସ୍କୁଲରେ ପାଠ ପଢୁଛନ୍ତି ।
ତେଣୁ ସବୁ ଦାୟିତ୍ୱ ନେବା କଷ୍ଟକର ହୋଇଯାଉଛି । ସେ ଏବେ ଅଷ୍ଟମ ଶ୍ରେଣୀରେ ପଢୁଥିବାରୁ ଫେଲ୍ ହେବାର ଭୟ ମଧ୍ୟ ରହୁଛି । ବେଲା ମଧ୍ୟ ପାଠପଢାକୁ ନେଇ ସିରିୟସ ଅଟନ୍ତି । ହଣ୍ଟରଙ୍କୁ ଯେପରି ସ୍କୁଲରେ କିଛି ସମସ୍ୟା ନହୁଏ ସେଦିଗରେ ସେ ନିରନ୍ତର ପ୍ରୟାସ କରୁଛନ୍ତି । ରିପୋର୍ଟ ଅନୁସାରେ, ଅର୍କାସସରେ ରୁହନ୍ତି ବେଲା ଏବଂ ହଣ୍ଟର । ବେଲାଙ୍କ ବୟସ ୧୫ ହୋଇଥିବା ବେଳେ ହଣ୍ଟର ୧୨ ବର୍ଷର । ତେବେ ବେଲା ଗର୍ଭବତୀ ହେବା ସମୟରେ ହଣ୍ଟର ମାତ୍ର ୧୨ବର୍ଷର ହୋଇଥିଲେ । ପରିବାର ଲୋକେ ଏହା ଜାଣିବା ପରେ ଚକିତ ହୋଇଯାଇଥିଲେ । ବେଲା ନିଜ ସନ୍ତାନଙ୍କୁ ଜନ୍ମ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଏକ ପ୍ରସିଦ୍ଧ ଶୋର ପ୍ରମୋ ରିଲିଜ୍ ହେଲା ପରେ ସବୁ ଘଟଣା ସାମ୍ନାକୁ ଆସିଛି । ଦୁହେଁ ସବୁ କଥା ଖୋଲି କହିଛନ୍ତି।
ବେଲା ଶୋରେ କହିଛନ୍ତି ଯେ, ତାଙ୍କ ଓଜନ ବଢିବାକୁ ଲାଗିଥିଲା । ସେ ପ୍ରଥମେ କିଛି ଜାଣିନଥିଲେ । ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା । ଏକଥା ପରିବାର ଲୋକେ ଜାଣି ବହୁତ ରାଗିଥିଲେ । ପରେ କିନ୍ତୁ ସମର୍ଥନ କରିଥିଲେ । ହଣ୍ଟରଙ୍କ ପରିବାର କିନ୍ତୁ ଆଦୌ ଖୁସି ନଥିଲେ । ସେମାନେ ବେଲାଙ୍କ ଉପରେ ଗର୍ଭପାତ କରିବାକୁ ଚାପ ପକାଇଥିଲେ । କିନ୍ତୁ ବେଲା ସେମାନଙ୍କ କଥା ମାନିନଥିଲେ । ଏବେ ସେ ସମସ୍ତ କଥାକୁ ଦୁନିଆ ସାମ୍ନାରେ ରଖିଛନ୍ତି ।
ଏଥିସହ ପଢ଼ନ୍ତୁ: ମଦ ପିଇ କଲେ ବଡ଼ ଭୁଲ: କ୍ରିକେଟରଙ୍କୁ ମାଡିବସିଲା ପୋଲିସ୍, ଏବେ ଜେଲରେ...
ଏହି ଶୋରେ କମ୍ ବୟସର ଯୁବକ-ଯୁବତୀଙ୍କ କାହାଣୀ ସ୍ଥାନ ପାଇଥାଏ । ଉଭୟ ବେଲା ଏବଂ ହଣ୍ଟର ଗତବର୍ଷ ନିଜ ଝିଅ ବେସଲିର ନାମକରଣ କରିଥିଲେ । ସେହି ସମୟରେ ବେଲା ୧୫ ଏବଂ ହଣ୍ଟର ୧୨ବର୍ଷର ଥିଲେ । ଉଭୟଙ୍କ କାହାଣୀ ସାମ୍ନାକୁ ଆସିବା ପରେ ନେଟିଜେନ୍ସ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । ଜଣେ ୟୁଜର କହିଛନ୍ତି ଯେ, ବେଲା ସନ୍ତାନ ଜନ୍ମ ଦେବା ସମୟରେ ସେ ନିଜେ ଏକ ଛୋଟ ଛୁଆ ହୋଇଥିଲେ । ଆଉକେହି କେହି ଏହାକୁ ଖରାପ ସ୍ୱପ୍ନ ସହ ତୁଳନା କରିଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories