|
logo
Live
Argus News App
GET APP

Argus News - ମଦ ପିଇ କଲେ ବଡ଼ ଭୁଲ: କ୍ରିକେଟରଙ୍କୁ ମାଡିବସିଲା ପୋଲିସ୍‌, ଏବେ ଜେଲରେ...

Sports

Cricketer Arrested / ମଦ ପିଇ କଲେ ବଡ଼ ଭୁଲ: କ୍ରିକେଟରଙ୍କୁ ମାଡିବସିଲା ପୋଲିସ୍‌, ଏବେ ଜେଲରେ...

Banajyotshna Ray
Browse all articles by Banajyotshna Ray
·2 months ago·2 min read
ମଦ ପିଇ କଲେ ବଡ଼ ଭୁଲ: କ୍ରିକେଟରଙ୍କୁ ମାଡିବସିଲା ପୋଲିସ୍‌, ଏବେ ଜେଲରେ...
Cricketer Arrested

Key Points

ମଦ ପିଇ ଗାଡି ଚଲାଉଥିଲେ ଭାରତୀୟ କ୍ରିକେଟ ଟିମର ଏହି ଖାଳାଳି
ଗିରଫ ହେଲେ ଭାରତୀୟ କ୍ରିକେଟର
ମଦ ପିଇବା ପଡ଼ିଲା ମହଙ୍ଗା। ଭାରତୀୟ କ୍ରିକେଟର କଲେ ଏମିତି କାମ ତାଙ୍କୁ ଗିରଫ କଲା ପୋଲିସ। ଯେଉଁ ଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ ଇତିହାସରେ ଅନେକ ଏମିତି ଖେଳାଳି ରହିଛନ୍ତି, ଯାହାଙ୍କ ପାଖରେ ଅସାଧାରଣ ପ୍ରତିଭା ଥିଲା । କିନ୍ତୁ ବିବାଦ ତାଙ୍କ କ୍ୟାରିୟରକୁ ଅଧୁରା ରଖିଦେଇଥିଲା। ସେହି ତାଲିକାରେ ଆଉଥରେ ଚର୍ଚ୍ଚାରେ ଆସିଛନ୍ତି ପୂର୍ବ ଭାରତୀୟ କ୍ରିକେଟର ଜେକବ୍ ମାର୍ଟିନ। ମଙ୍ଗଳବାର ବଡୋଦରା ପୋଲିସ ଜେକବ୍ ମାର୍ଟିନଙ୍କୁ ମଦ୍ୟପାନ ଅବସ୍ଥାରେ ଗାଡ଼ି ଚଲାଇବା ଅଭିଯୋଗରେ ଗିରଫ କରିଛି।

ଏହା ପ୍ରଥମ ଥର ନୁହେଁ ଯେ ଜେକବ୍ ମାର୍ଟିନ ବିବାଦରେ ଫସିଛନ୍ତି। ୨୦୦୯ ମସିହାରେ ତାଙ୍କ ଉପରେ ମାନବ ଚାଲାଣ ସହ ସଂପୃକ୍ତ ଗୁରୁତର ଅଭିଯୋଗ ଲାଗିଥିଲା। ଅଭିଯୋଗ ଥିଲା ଯେ ସେ ଜଣେ ବ୍ୟକ୍ତିଙ୍କୁ ଅବୈଧ ଭାବେ ବ୍ରିଟେନ୍ ପଠାଇବା ପାଇଁ ନକଲି ପାସପୋର୍ଟ ବ୍ୟବସ୍ଥା କରିଥିଲେ। ଏହି ମାମଲାରେ ସେ ତିହାର ଜେଲ୍‌କୁ ମଧ୍ୟ ଯାଇଥିଲେ। ୨୦୧୭ ମସିହାରେ ବଡୋଦରା କ୍ରିକେଟ ଆସୋସିଏସନ୍ ତାଙ୍କୁ ରଣଜୀ ଦଳର କୋଚ୍ ନିଯୁକ୍ତ କରିଥିଲା। ସେ ସମୟରେ ସେ ଜାମିନରେ ଥିବା ସତ୍ତ୍ୱେ ଏହି ଦାୟିତ୍ୱ ଦିଆଯାଇଥିବାରୁ କ୍ରିକେଟ ମହଳରେ ଭାରି ଆଲୋଚନା ହୋଇଥିଲା।

ପୋଲିସ ସୂଚନା ଅନୁସାରେ, ୨୭ ଜାନୁଆରୀ ରାତି ପ୍ରାୟ ୨.୩୦ ବେଳେ ବଡୋଦରାର ଅକୋଟା ଅଞ୍ଚଳ ଅନ୍ତର୍ଗତ ପୁନି ନଗର ସୋସାଇଟି ନିକଟରେ ଜେକବ୍ ମାର୍ଟିନ ନିଜର ଲକ୍ସରୀ SUV ଗାଡ଼ିରେ ରାସ୍ତାରେ ଥୁଆ ହୋଇଥିବା ୩ଟି ଗାଡିକୁ ଧକ୍କା ଦେଇଥିଲେ। ଗାଡ଼ି ଚଲାଇବା ସମୟରେ ସେ ମଦ୍ୟପାନ କରିଥିବା ଅଭିଯୋଗ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ହେପାଜତକୁ ନେଇଥିଲା ଏବଂ ମେଡିକାଲ୍ ପରୀକ୍ଷା ପରେ ଗିରଫ କରାଯାଇଛି।ଜେକବ୍ ମାର୍ଟିନ ଯେତେବେଳେ ଭାରତୀୟ ଦଳ ପାଇଁ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ଡେବ୍ୟୁ କରିଥିଲେ, ସେ ସମୟରେ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲୀ। ସେ ସଚିନ ତେନ୍ଦୁଲକର ଭଳି ଦିଗ୍ଗଜ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍ ସେୟାର କରିଛନ୍ତି। ତଥାପି, ତାଙ୍କର ଇଣ୍ଟରନ୍ୟାସନାଲ୍ କ୍ୟାରିୟର ଦୀର୍ଘସ୍ଥାୟୀ ହୋଇପାରିନଥିଲା। ସେ ଭାରତ ପାଇଁ କେବଳ ୧୦ଟି ଓଡିଆଇ ମ୍ୟାଚ୍ ଖେଳି ୧୫୮ ରନ୍ କରିଥିଲେ।

ଏଥିସହ ପଢ଼ନ୍ତୁ: ୯୭୦୦ କେ.ଜି ଓଜନ ୪୭ ଫୁଟ ଡେଣା: ଥିଲା ସବୁ ସୁବିଧା, ତଥାପି କେମିତି ହେଲା ଅଜିତ୍‌ଙ୍କ ମୃତ୍ୟୁ ?

ଇଣ୍ଟରନ୍ୟାସନାଲ୍ ଷ୍ଟେଜରେ ସୀମିତ ସୁଯୋଗ ମିଳିଥିଲେ ମଧ୍ୟ, ଜେକବ୍ ମାର୍ଟିନଙ୍କ ଘରୋଇ କ୍ରିକେଟ ରେକର୍ଡ ବହୁତ ଶକ୍ତିଶାଳୀ ଥିଲା। ସେ ୧୩୮ଟି ଫର୍ଷ୍ଟ କ୍ଲାସ୍ ମ୍ୟାଚ୍ ଖେଳି ୪୬ରୁ ଅଧିକ ଏଭରେଜରେ ୯୦୦୦ରୁ ଅଧିକ ରନ୍ କରିଥିଲେ। ତାଙ୍କ ନାମରେ ୨୩ଟି ଶତକ ଓ ୪୭ଟି ଅର୍ଧଶତକ ରହିଛି। ଲିଷ୍ଟ-A କ୍ରିକେଟରେ ମଧ୍ୟ ସେ ପ୍ରାୟ ୩୦୦୦ ରନ୍ କରିଥିଲେ ଏବଂ ବଡୋଦରା ଟିମ୍‌ର ମୁଖ୍ୟ ଆଧାର ଭାବେ ପରିଚିତ ଥିଲେ।

ଅଧିକ ପଢ଼ନ୍ତୁ ଖେଳ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cricketer Arrested: ମଦ ପିଇ କଲେ ବଡ଼ ଭୁଲ: କ୍ରିକେଟରଙ୍କୁ ମାଡିବସିଲା ପୋଲିସ୍‌, ଏବେ ଜେଲରେ... | Argus News