Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୁଗୁଲରେ ଖାଲି ସେଲିବ୍ରିଟି ନୁହେଁ , ଏବେ ସାଧାରଣ ଲୋକ ବି

International

ଗୁଗୁଲରେ ଖାଲି ସେଲିବ୍ରିଟି ନୁହେଁ , ଏବେ ସାଧାରଣ ଲୋକ ବି

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଗୁଗୁଲରେ ଖାଲି ସେଲିବ୍ରିଟି ନୁହେଁ , ଏବେ ସାଧାରଣ ଲୋକ ବି

ଅର୍ଗସ ବ୍ୟୁରୋ : ଗୁଗୁଲରେ ଯଦି ସେଲିବ୍ରିଟିଙ୍କ ନାଁ କିମ୍ବା ବଡ଼ ବଡ଼ିଆ ଲୋକଙ୍କ ନାଁ ସର୍ଚ୍ଚ କରାଯାଏ ତେବେ ସେମାନଙ୍କ ବିଷୟରେ ତଥ୍ୟ ଆସିଯାଇଥାଏ। କିନ୍ତୁ ଯଦି ସାଧାରଣ ଲୋକର ନାଁ ସର୍ଚ୍ଚ କରାଯାଏ ତେବେ  କିଛି ଆସେ ନାହିଁ। ସେଥିପାଇଁ ଗୁଗୁଲ ଏକ ନୂଆ ଫିଚର ଆଣିଛି। ଯାହାଦ୍ବାରା ଗୁଗୁଲରେ ଜଣେ ସାଧାରଣ ଲୋକର ନା ସର୍ଚ୍ଚ କଲେ ଯେପରି ସେଲିବ୍ରିଟିଙ୍କର ତଥ୍ୟ ମିଳିଥାଏ ସେହିପରି ସାଧାରଣ ଲୋକଙ୍କର ବି ତଥ୍ୟ ମିଳିବ। ଏହା ସର୍ଚ୍ଚ ଇଞ୍ଜିନର ଗୁଗୁଲ୍ ଫିଚରରେ Add me to Google ସାହାଯ୍ୟରେ ହୋଇପାରିବ। ଏହା ମାଧ୍ୟମରେ ଲୋକେ ନିଜର ଗୁଗୁଲ୍ ପିପୁଲ୍ କାର୍ଡ ତିଆରି କରିପାରିବେ। ଯେଉଁଥିରେ ନା ସହିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ଆସିବ। 

ଆମେରିକୀୟ ଟେକ୍ କମ୍ପାନୀ କିଛି ଦେଶରେ ଏହାକୁ ଲାଗୁ କରିଛି। ଏହି ସୁବିଧା କେବଳ କେନିଆ, ନାଇଜେରିଆ ଏବଂ ଦକ୍ଷିଣ ଆଫ୍ରିକା ସହିତ ଭାରତରେ ରହିଛି।  ତେବେ ଏହି କାର୍ଡ ତିଆରି କରିବାକୁ ଆବଶ୍ୟକ ଥିବା ପଦକ୍ଷେପ କଣ କଣ ଆସନ୍ତୁ ଜାଣିବା।

ପ୍ରଥମେ ମୋବାଇଲ୍ ଫୋନରେ ଗୁଗୁଲ୍ ସର୍ଚ୍ଚକୁ ଯାଇ add me to Search ଟାଇପ୍ କରି ସର୍ଚ୍ଚ କରନ୍ତୁ। ଯେତେବେଳେ ଯାଏଁ Add Yourself to Google Search  ନଆସିଛି ସେତେ ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ। ଏହାପରେ Get Started ଉପରେ ଟଚ୍ କରନ୍ତୁ ଏବଂ ଯାଞ୍ଚ ପାଇଁ ମୋବାଇଲ୍ ନମ୍ବର ଏଣ୍ଟ୍ରି କରନ୍ତୁ। ତାପରେ ନିଜ ବିଷୟରେ କିଛି ମୌଳିକ ବିବରଣୀ ଦେଇ ଫର୍ମ ପୁରଣ କରନ୍ତୁ। ଏଠାରେ ଆପଣଙ୍କ ନାମ ଆପେ ଆପେ ପୂରଣ ହେବ। କେବଳ ସ୍ଥାନ, ନିଜ ବିଷୟରେ, ବୃତ୍ତି, ଶିକ୍ଷା, ୱେବସାଇଟ୍, ସୋସିଆଲ୍ ମିଡିଆ ଆକାଉଣ୍ଟ୍, ଇମେଲ୍, ଫୋନ୍ ନମ୍ବର ଏବଂ ଘର ଭଳି ସୂଚନା ନିଜେ ଏଣ୍ଟ୍ରି କରିବାକୁ ପଡିବ। ତାପରେ ପ୍ରିଭ୍ୟୁ ଅପ୍ସନ୍ ଉପରେ ଟ୍ୟାପ୍ କରି ସବୁ ତଥ୍ୟ ଯାଞ୍ଚ କରିବେ। ଯଦି ସବୁକିଛି ଠିକ ଅଛି ତେବେ Submit ଅପ୍ସନ୍ ଉପରେ ଟ୍ୟାପ୍ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଦେଶ ଖବର ଆହୁରି ପଢନ୍ତୁ

Sponsored
Google People Card using Add Me to Google Search | Argus News