|
logo
Live
Argus News App
GET APP

Argus News - 'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ

Business

Geopolitics / 'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·2 months ago·2 min read
'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ
Denmark PM Issues Strong Warning to Trump

Key Points

ଆମେରିକା, ଡେନମାର୍କ ସହ ଏକ ସୁରକ୍ଷା ଚୁକ୍ତି କରିଛି । ଉକ୍ତ ଚୁକ୍ତି ବଳରେ ହିଁ ଆମେରିକା, ଗ୍ରୀନଲାଣ୍ଡ ପର୍ଯ୍ୟନ୍ତ ପହଞ୍ଚି ପାରୁଛି । ତେଣୁ ଏବେ ଟ୍ରମ୍ପ ଆକ୍ରମଣ କଥା କହିବାର କୌଣସି ଅର୍ଥ ନାହିଁ ।
କୋପେନହଗେନ: ଟ୍ରମ୍ପଙ୍କୁ ମୁହଁତୋଡ଼ ଜବାବ । ଡୋନାଲ୍ଡ ଟ୍ରମ୍ପଙ୍କଙ୍କୁ ମେଟ୍ଟେ ଫ୍ରେଡେରିକସେନ୍‌ଙ୍କ କଡ଼ା କାଉଣ୍ଟର । କହିଲେ, ଆମ ଉପରେ ଆମେରିକାର ନାହିଁ ଅଧିକାର । ଆମେରିକାର ଅଂଶ କେବେ ହେବୁ ନାହିଁ ।

ଗ୍ରୀନଲାଣ୍ଡକୁ ଆମେରିକା ନିୟନ୍ତ୍ରଣ କରିବା ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟର ନିନ୍ଦା କରିଛନ୍ତି ମେଟ୍ଟେ ଫ୍ରେଡେରିକସେନ୍ । ଡେନମାର୍କର ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ୍ କହିଛନ୍ତି, "ଏକ ସହଯୋଗୀ ରାଷ୍ଟ୍ର ଓ ତାର ଲୋକଙ୍କ ପାଇଁ ଏଭଳି ମନ୍ତବ୍ୟ କେବଳ ଅସ୍ଵୀକାର୍ଯ୍ୟ ନୁହେଁ ବରଂ ଅପମାନଜନକ ।"

ଏଥିସହ ପଢ଼ନ୍ତୁ: ଆମେରିକାର ଭେନେଜୁଏଲା ଆକ୍ରମଣ ପରେ କିମ୍ ଜୋଙ୍ଗ ଉନ୍‌ଙ୍କ ବଡ଼ ଘୋଷଣା

ନିକଟରେ ଟ୍ରମ୍ପ ଗ୍ରୀନଲାଣ୍ଡର ରଣନୈତିକ ଗୁରୁତ୍ଵକୁ ଆମେରିକାର ପ୍ରତିରକ୍ଷା ସହ ଯୋଡ଼ି ଉକ୍ତ କ୍ଷେତ୍ରକକୁ କବ୍‌ଜା କରିବା କଥା କହିଥିଲେ । ଟ୍ରମ୍ପଙ୍କ ଉକ୍ତ ମନ୍ତବ୍ୟ ଉପରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ କଡ଼ା ପ୍ରତିକ୍ରିୟା ରଖି ରଖିଛନ୍ତି ।

ମେଟ୍ଟେ ଫ୍ରେଡେରିକସେନ୍ କହିଛନ୍ତି, "ଗ୍ରୀନଲାଣ୍ଡକୁ ଆମେରିକା କବ୍‌ଜା କରିବା ନେଇ କଥା ହେବାର କୌଣସି ଅର୍ଥ ହିଁ ନାହିଁ । ଡେନିଶ କିଙ୍ଗଡମ୍‌ ୩ ଦେଶରୁ କୌଣସି ରାଷ୍ଟ୍ରକୁ କବ୍‌ଜା କରିବାର ଅଧିକାର ତାଙ୍କର ନାହିଁ । ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣ ନେଇ ଟ୍ରମ୍ପ ଧମକ ଦେବା ବନ୍ଦ କରିବା ଦରକାର ।"

ସେ ଆହୁରି କହିଛନ୍ତି, "ମୁଁ ଆମେରିକା ସହ ସିଧା କଥାବାର୍ତ୍ତା କରୁଛି । ଡେନମାର୍କ ହେଉଛି ନାଟୋର ସଦସ୍ୟ ଏବଂ ଏହି ସଂଗଠନର ସୁରକ୍ଷା ଗ୍ୟାରେଣ୍ଟି ଭିତରେ ଆସେ ।"

ପୂର୍ବରୁ ହିଁ ଆମେରିକା, ଡେନମାର୍କ ସହ ଏକ ସୁରକ୍ଷା ଚୁକ୍ତି କରିଛି । ଉକ୍ତ ଚୁକ୍ତି ବଳରେ ହିଁ ଆମେରିକା, ଗ୍ରୀନଲାଣ୍ଡ ପର୍ଯ୍ୟନ୍ତ ପହଞ୍ଚି ପାରୁଛି । ତେଣୁ ଏବେ ଟ୍ରମ୍ପ ଆକ୍ରମଣ କଥା କହିବାର କୌଣସି ଅର୍ଥ ନାହିଁ । ଡେନମାର୍କ ଓ ଗ୍ରୀନଲାଣ୍ଡର ଲୋକ ବିକ୍ରିର ସାମଗ୍ରୀ ନୁହନ୍ତି ବୋଲି କହିଛନ୍ତି ମେଟ୍ଟେ ।

ଏଥିସହ ପଢ଼ନ୍ତୁ: ଭାରତ ଉପରେ ଆହୁରି ବଢ଼ିପାରେ ଟାରିଫ୍; ଋଷଠୁ ତେଲ କିଣାକୁ ନେଇ ଟ୍ରମ୍ପ ଦେଖାଇଲେ ନାଲି ଆଖି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଲଗାତାର ଭାବେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବା କଥା କହି ଆସୁଛନ୍ତି । ଗ୍ରୀନଲାଣ୍ଡର ରଣନୈତିକ ସ୍ଥିତି ଏବଂ ହାଇ-ଟେକ୍ କ୍ଷେତ୍ର ଗୁରୁତ୍ଵପୂର୍ଣ୍ଣ ଖଣିଜ ସମ୍ପଦରେ ଭରପୁର । ଯାହାକି ଆମେରିକାର ସୁରକ୍ଷା ଆବଶ୍ୟକତାକୁ ପୁରଣ କରୁଛି ।

ଗ୍ରୀନଲାଣ୍ଡରେ ପ୍ରାୟ ୫୭ ହଜାର ଲୋକ ରହୁଛନ୍ତି । ୧୯୭୯ରୁ ଏହି ଦ୍ଵୀପ ନିଜେ ନିଜକୁ ଶାସନ କରୁଛି । କିନ୍ତୁ ପ୍ରତିରକ୍ଷା ଓ ବିଦେଶ ନୀତି ଡେନମାର୍କ ହାତରେ ରହିଛି । ତଥାପି ଅନେକ ଥର ଡେନମାର୍କ ଠାରୁ ଗ୍ରୀନଲାଣ୍ଡ ଅଲଗା ହେବାକୁ ଦାବି କରିଥିବା ବେଳେ ଆମେରିକାର ଅଂଶ ହେବାକୁ ବିରୋଧ କରି ଆସୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Geopolitics: 'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ | Argus News