Terror links exposed / ଭାରତ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଥିବା ହାଦିଙ୍କୁ ଆତଙ୍କୀ ସମର୍ଥନର ମିଳିଲା ବଡ଼ ପ୍ରମାଣ
·6 months ago·2 min read

Key Points
ଢାକାରେ ସରିଫ୍ ଉସମାନ ହାଦିଙ୍କ ସପକ୍ଷରେ ଜିହାଦୀ ଓ କଟ୍ଟର ମୁସଲିମ୍ ସଙ୍ଗଠନ
ଖୋଲାଖୋଲି ଉଡିଲା ଆତଙ୍କୀ ସଙ୍ଗଠନ ଆଇଏସଆଇଏସର ପତାକା
ବିଚ୍ଛିନ୍ନତାବାଦୀ ନେତାଙ୍କ ଲୋକଙ୍କୁ ଉସୁକାଇବା ଭଳି ଭାଷଣ

ଏ ହେଉଛି ବାଂଲାଦେଶରେ ଭାରତ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଥିବା ସରିଫ୍ ଓସମାନ ହାଦିର ଶେଷକୃତ୍ୟ ବେଳର ଦୃଶ୍ୟ । କଡା ସୁରକ୍ଷା ସହ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଦିଆଯାଇଛି କବର । କିନ୍ତୁ ଭାରତ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଥିବା ହାଦିଙ୍କୁ ଆତଙ୍କୀ ସମର୍ଥନ ଥିବାର ଏକ ବଡ ପ୍ରମାଣ ମିଳିଛି । ଖୋଲାଖୋଲି ଉଡିଥିଲା ଆଇଏସଆଇଏସ୍ର ପତାକା । ଢାକାରେ ସରିଫ୍ ଉସମାନ ହାଦିଙ୍କ ସପକ୍ଷରେ ଜିହାଦୀ ଓ କଟ୍ଟର ମୁସଲିମ୍ ସଙ୍ଗଠନ ଏକାଠି ହୋଇଥିଲେ। ବିଚ୍ଛିନ୍ନତାବାଦୀ ନେତାମାନେ ଲୋକଙ୍କୁ ଉସୁକାଇବା ଭଳି ଭାଷଣ ଦେଇଥିଲେ । ଏଥିସହ ସାମ୍ପ୍ରଦାୟିକ ହିଂସା ଓ ବିଦ୍ବେଷ ସୃଷ୍ଟି କଲା ଭଳି ମନ୍ତବ୍ୟ ଦେଇଥିଲେ । ବାଲାଂଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ମୃତଦେହ ଦର୍ଶନ ପାଇଁ କାହାକୁ ଅନୁମତି ଦିଆଯାଇ ନଥିଲା । ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ଅପିଲ୍ କରାଯାଉଥିଲା।
ସେପଟେ ବାଂଲାଦେଶରେ ହିଂସା ବଢୁଥିବା ବେଳେ ହିନ୍ଦୁଙ୍କୁ ପୁଣି ଟାର୍ଗେଟ କରାଯାଇଛି । ମୁସଲିମ୍ ଗଣ୍ଡଗୋଳକାରୀମାନେ କପଡା କାରଖାନାରେ କାମ କରୁଥିବା ଜଣେ ସାଧାରଣ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି । ସୀମା ଟପିଛି ବର୍ବରତା । ଦୀପୁ ଚନ୍ଦ୍ର ଦାଶଙ୍କୁ ଅମାନୁଷିକ ନିର୍ଯାତନା ଦେବା ପରେ ମାଡ ମାରିଥିଲେ । ଯେତେବେଳେ ସେମାନଙ୍କର ମାଡ ସହି ନ ପାରି ତାଙ୍କର ମୃତ୍ୟୁ ହୋଇଥିଲା ପୁଣି ବର୍ବର ଆଚରଣ କରାଯାଇଥିଲା । ଦୀପୁଙ୍କ ମୃତଦେହକୁ ଏକ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ । ଆଉ ଏଭଳି ବର୍ବର କାଣ୍ଡର ମଜା ଉଠାଉଥିଲେ ସେଠାରେ ଉପସ୍ଥିତ ଜହ୍ଲାଦ । ଏହି ଅମାନୁଷିକ ହତ୍ୟା ପାଇଁ ବାଂଲାଦେଶ ସରକାରଙ୍କ ପକ୍ଷରୁ ୭ଜଣଙ୍କୁ ଗିରଫ କରାଯାଇଛି।
ସରିଫ୍ ଉସମାନ ହାଦିର ମୃତ୍ୟୁ ପରେ ବାଂଲାଦେଶରେ ବ୍ୟାପକ ହିଂସା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକମାନେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଥିଲେ । ଏପରିକି ଢାକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଟାର୍ଗେଟ କରିଥିଲେ । ଏହାକୁ ନେଇ ବୈଦେଶିକ ମନ୍ତ୍ରାଳୟ କଡା ଆପତ୍ତି ଜଣାଇଥିଲା।
ଏହାସହ ପଢ଼ନ୍ତୁ: ଜଳୁଛି ବାଂଲାଦେଶ; ହିନ୍ଦୁ ଯୁବକଙ୍କୁ ପ୍ରଥମେ ପିଟି ପିଟି ହତ୍ୟା, ପୁଣି ଲଗାଇଦେଲେ ନିଆଁ
ପୁଣି ଅଶାନ୍ତ ବାଂଲାଦେଶ, ଜଳୁଛି ବିଦ୍ରୋହର ବହ୍ନି । ବାଂଲାଦେଶରେ ଭାରତ ବିରୋଧୀ ପ୍ରତିବାଦ ଭିତରେ ଜଣେ ହିନ୍ଦୁ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବାଂଲାଦେଶର ମିମେନସିଂହ ଜିଲ୍ଲାର ଭାଲୁକା ଉପଜିଲ୍ଲା ଅଞ୍ଚଳରେ ଭିଡ଼ ଭିତରେ ହିନ୍ଦୁଙ୍କୁ ପିଟି ପିଟି ମାରି ଦିଆଯାଇଛି ।
ସୂଚନା ଅନୁସାରେ, ମୃତକ ଜଣଙ୍କ ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧୀ ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଉତ୍ତେଜନା ଲାଗି ରହିଛି । ଶରିଫ ଉସମାନ ହାଦି ଜୁଲାଇରେ ହସିନା ବିରୋଧୀ ପ୍ରତିବାଦର ଅନ୍ୟତମ ପ୍ରମୁଖ ନେତା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories