|
logo
Live
Argus News App
GET APP

Argus News - ଜଳୁଛି ବାଂଲାଦେଶ; ହିନ୍ଦୁ ଯୁବକଙ୍କୁ ପ୍ରଥମେ ପିଟି ପିଟି ହତ୍ୟା, ପୁଣି ଲଗାଇଦେଲେ ନିଆଁ

National

Bangladesh Unrest / ଜଳୁଛି ବାଂଲାଦେଶ; ହିନ୍ଦୁ ଯୁବକଙ୍କୁ ପ୍ରଥମେ ପିଟି ପିଟି ହତ୍ୟା, ପୁଣି ଲଗାଇଦେଲେ ନିଆଁ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଜଳୁଛି ବାଂଲାଦେଶ; ହିନ୍ଦୁ ଯୁବକଙ୍କୁ ପ୍ରଥମେ ପିଟି ପିଟି ହତ୍ୟା, ପୁଣି ଲଗାଇଦେଲେ ନିଆଁ
Hindu Youth Killed in Mob Violence

Key Points

ବାଂଲାଦେଶରେ ଭାରତ ବିରୋଧୀ ପ୍ରତିବାଦ ଭିତରେ ଜଣେ ହିନ୍ଦୁ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବାଂଲାଦେଶର ମିମେନସିଂହ ଜିଲ୍ଲାର ଭାଲୁକା ଉପଜିଲ୍ଲା ଅଞ୍ଚଳରେ ଭିଡ଼ ଭିତରେ ହିନ୍ଦୁଙ୍କୁ ପିଟି ପିଟି ମାରି ଦିଆଯାଇଛି ।
ଢାକା: ପୁଣି ଅଶାନ୍ତ ବାଂଲାଦେଶ, ଜଳୁଛି ବିଦ୍ରୋହର ବହ୍ନି । ବାଂଲାଦେଶରେ ଭାରତ ବିରୋଧୀ ପ୍ରତିବାଦ ଭିତରେ ଜଣେ ହିନ୍ଦୁ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବାଂଲାଦେଶର ମିମେନସିଂହ ଜିଲ୍ଲାର ଭାଲୁକା ଉପଜିଲ୍ଲା ଅଞ୍ଚଳରେ ଭିଡ଼ ଭିତରେ ହିନ୍ଦୁଙ୍କୁ ପିଟି ପିଟି ମାରି ଦିଆଯାଇଛି ।

ସୂଚନା ଅନୁସାରେ, ମୃତକ ଜଣଙ୍କ ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧୀ ଶରିଫ ଓସମାନ ହାଡ଼ିଙ୍କ ମୃତ୍ୟୁ ପରେ ଉତ୍ତେଜନା ଲାଗି ରହିଛି । ଶରିଫ ଓସମାନ ହାଡ଼ି ଜୁଲାଇରେ ହସିନା ବିରୋଧୀ ପ୍ରତିବାଦର ଅନ୍ୟତମ ପ୍ରମୁଖ ନେତା ।

ଏଥିସହ ପଢ଼ନ୍ତୁ: AIକୁ ଓଡ଼ିଶା ସରକାରଙ୍କ ଗୁରୁତ୍ଵ; ପ୍ରାରମ୍ଭିକ ପର୍ଯ୍ୟାୟର ୫ଟି ବିଭାଗରେ କରାଯିବ କାର୍ଯ୍ୟକାରୀ

ପ୍ରତିବାଦ ବେଳେ ହିନ୍ଦୁଙ୍କୁ ପିଟିପିଟି ହତ୍ୟା କରାଯିବାକୁ ବାଂଲାଦେଶର ଅନ୍ତରୀଣ ମହମ୍ମଦ ୟୁନୁସଙ୍କ ସରକାର ନିନ୍ଦା କରିଛି । ୟୁନୁସଙ୍କ ସରକାର କହିଛନ୍ତି, "ନୂଆ ବାଂଲାଦେଶରେ ଏଭଳି ହିଂସାର ସ୍ଥାନ ନାହିଁ । ଏଭଳି ଘୃଣ୍ୟ କାର୍ଯ୍ୟକୁ କଦାପି ପ୍ରଶ୍ରୟ ଦିଆଯିବ ନାହିଁ ।"

ମୁସଲିମ୍ ବହୁଳ ବାଂଲାଦେଶରେ ହିନ୍ଦୁ ହେଉଛନ୍ତି ସଂଖ୍ୟାଲଘୁ । ଏବେ ବାଂଲାଦେଶ ଅଶାନ୍ତ ହୋଇ ଉଠିଥିବା ବେଳେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର ରାତିରେ ପିଟି ପିଟି ମାରି ଦେଇଛନ୍ତି ଆନ୍ଦୋଳନକାରୀ ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଇସଲାମକୁ ନେଇ ଦୀପୁ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ୱାର୍ଲ୍ଡ ଆରବିକ୍ ଲାଙ୍ଗୁଏଜ୍ ଡେରେ ପ୍ରଫେଟ ମହମ୍ମଦ ଓ ଇସଲାମକୁ ନେଇ ଦୀପୁ କହିଥିଲେ ଅପମାନସୂଚକ କଥା ।

ଆଉ ଦୀପୁ କହିଥିବା କଥା ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା । ମାଷ୍ଟରବାରି ଅଞ୍ଚଳରେ ଦୀପୁ କାମ କରୁଥିବା କମ୍ପୋଜିଟ୍ କାରଖାନା ବାହାରେ ଲୋକେ ଏକାଠି ହୋଇଥିଲେ । ଉତ୍ତେଜନା ଦେଖା ଦେଇଥିଲା । ଦେଖୁ ଦେଖୁ ଜମା ହୋଇଥିବା ଭିଡ଼ ସେଇଠି ହିଁ ଦୀପୁଙ୍କୁ ପିଟି ପିଟି ମାରି ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ହସିନା ବିରୋଧୀ ନେତାଙ୍କ ମୃତ୍ୟୁ ପରେ ପୁଣି ଜଳିଲା ଢାକା

ହତ୍ୟା ପରେ ସ୍ଥାନୀୟ ଲୋକଙ୍କ ମନ ଭରି ନଥିଲା । ଦୀପୁଙ୍କ ରକ୍ତାକ୍ତ ମୃତଦେହକୁ ମାଷ୍ଟରବାରି ବସ୍ ଷ୍ଟାଣ୍ଡ ଅଞ୍ଚଳକୁ ନେଇ ଯାଇଥିଲେ । ସେଠାରେ ଗଛରେ ବାନ୍ଧିବା ସହ ଆହୁରି ମାଡ଼ ମାରିଥିଲେ । ଏହା ପରେ ମୃତଦେହକୁ ଢାକା-ମିମେନସିଂହ ରାଜପଥକୁ ନେଇ ସେଠାରେ ନିଆଁ ଲଗାଇ ଦେଇଥିଲେ । ରାସ୍ତାକୁ ଅକ୍ତିଆର୍ କରି ଲୋକଙ୍କ ଭୟଭୀତ କରାଇଥିଲେ ।

ଶରିଫ ଓସମାନ ହାଡ଼ିଙ୍କ ମୃତ୍ୟୁ ପରେ ବାଂଲାଦେଶ ଅଶାନ୍ତ ହୋଇ ପଡ଼ିଛି । ଭାରତ ବିରୋଧୀ ଭାବେ ଜଣାଶୁଣା ଶରିଫ ଓସମାନ ହାଡ଼ିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ପୋଡ଼ାଜଳା, ଭଙ୍ଗାରୁଜା ଲାଗି ରହିଛି । ପ୍ରତିବାଦକାରୀ ଏକାଧିକ ଗଣମାଧ୍ୟମ ସଂସ୍ଥାରେ ନିଆଁ ଲଗାଇ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bangladesh Unrest: ଜଳୁଛି ବାଂଲାଦେଶ; ହିନ୍ଦୁ ଯୁବକଙ୍କୁ ପ୍ରଥମେ ପିଟି ପିଟି ହତ୍ୟା, ପୁଣି ଲଗାଇଦେଲେ ନିଆଁ | Argus News