Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇସ୍ରାଏଲ-ହମାସ ସଂଘର୍ଷ : ଏୟାରଷ୍ଟ୍ରାଇକରେ ହମାସ ମୁଖ୍ୟଙ୍କ ୩ ପୁଅଙ୍କ ମୃତ୍ୟୁ

International

ଇସ୍ରାଏଲ-ହମାସ ସଂଘର୍ଷ : ଏୟାରଷ୍ଟ୍ରାଇକରେ ହମାସ ମୁଖ୍ୟଙ୍କ ୩ ପୁଅଙ୍କ ମୃତ୍ୟୁ

Jitendra Dash
Browse all articles by Jitendra Dash
·2 years ago
ଇସ୍ରାଏଲ-ହମାସ ସଂଘର୍ଷ : ଏୟାରଷ୍ଟ୍ରାଇକରେ ହମାସ ମୁଖ୍ୟଙ୍କ ୩ ପୁଅଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ଇସ୍ରାଏଲ ପକ୍ଷରୁ ବୁଧବାର ଉତ୍ତର ଗାଜା ସୀମାରେ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ ନେତା ଇସମାଇଲ ହାନିଆଙ୍କ ୩ ପୁଅଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ହାଜେମ, ଆମିର, ମହମ୍ମଦ। ତେବେ ଗାଜାର ଅଲ-ଶତି ଶିବିରରୁ ସେମାନେ ଯେଉଁ କାର୍‌ରେ ଯାଉଥିଲେ, ତା ଉପରେ ବୋମାମାଡ଼ ହୋଇଥିଲା । 

ଅଧିକ ପଢନ୍ତୁ ବିଦେଶ ଖବର

ଏଥିରେ ହାନିଆଙ୍କ ପୁଅଙ୍କ ସହ ୪ ନାତି, ୩ ବାଳିକା ଏବଂ ଜଣେ ବାଳକ ମଧ୍ୟ ନିହତ ହୋଇଛନ୍ତି । ଆମିର ହାନିଆ ହମାସ ସାମରିକ ଓ୍ବିଙ୍ଗରେ ଏକ ସ୍କ୍ବାର୍ଡ କମାଣ୍ଡର ଥିଲେ । ସେହିଭଳି ହାଜେମ ଏବଂ ମହମ୍ମଦ ହାନିଆ ସାମରିକ ଓ୍ବିଙ୍ଗ୍‌ରେ ନିମ୍ନସ୍ତରର କର୍ମଚାରୀ ଥିଲେ ବୋଲି ଆଇଡିଏଫ୍‌ କହିଛି । ଏହାଛଡ଼ା ହାନିଆଙ୍କ ୩ ପୁଅ ସେଣ୍ଟ୍ରାଲ ଗାଜା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଯାଉଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hamas chief’s sons killed in Israeli attack | Argus News