Videos
|
International

Haredi Jewish Community / କିଏ ଏହି ହାରେଡ଼ି ଇହୁଦି ସମ୍ପ୍ରଦାୟ; ଯାହାଙ୍କୁ ନେଇ ପ୍ରଶ୍ନ ଉଠାଇଲେ ସେନା ମୁଖ୍ୟ

Subhramjit Ray
Browse all articles by Subhramjit Ray
·4 months ago·3 min read
କିଏ ଏହି ହାରେଡ଼ି ଇହୁଦି ସମ୍ପ୍ରଦାୟ; ଯାହାଙ୍କୁ ନେଇ ପ୍ରଶ୍ନ ଉଠାଇଲେ ସେନା ମୁଖ୍ୟ
Haredi Jewish Community

Key Points

ଇସ୍ରାଏଲରେ ବାଧ୍ୟତାମୂଳକ ସୈନ୍ୟ ସେବା ଆଇନ ଲାଗୁ ହୋଇଥିବା ବେଳେ କେବଳ ଗୋଟିଏ ସମ୍ପ୍ରଦାୟକୁ ଏହି ନିୟମରୁ ବାଦ ଦିଆଯାଇଛି। 
Haredi jewish Community Israel: ଇରାନ ସହ ଚାଲିଥିବା ଯୁଦ୍ଧ ବେଳେ ଏବେ ଚର୍ଚ୍ଚାକୁ ଆସିଛି ହାରେଡ଼ି ଇହୁଦି ସମ୍ପ୍ରଦାୟ। ଦେଶରେ ବସବାସ କରୁଥିବା ଏହି ସମ୍ପ୍ରଦାୟ ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏୟାଲ ଜମିର। ହାରେଡ଼ି ସମ୍ପ୍ରଦାୟକୁ ବାଧ୍ୟତାମୂଳକ ଭାବେ ଦେଶର ସୈନ୍ୟବଳରେ ସାମିଲ କରିବା ପାଇଁ ଦାବି ଉଠାଇଛନ୍ତି ସେନା ମୁଖ୍ୟ। ଇସ୍ରାଏଲରେ ସୈନ୍ୟ ସେବା ବାଧ୍ୟତାମୂଳକ ହୋଇଥିବା ବେଳେ ହାରେଡ଼ି ସମ୍ପ୍ରଦାୟ ଏହି ନିୟମ ଲାଗୁ ହୋଇନଥାଏ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଇସ୍ରାଏଲରେ କେବଳ ହାରେଡ଼ି ସମ୍ପ୍ରଦାୟକୁ ଛାଡି଼ ଅନ୍ୟ ସମସ୍ତ ବର୍ଗର ପୁରୁଷଙ୍କ ପାଇଁ ସାମରିକ ସେବା ବାଧ୍ୟତାମୂଳକ ହୋଇଥାଏ। ବାରମ୍ବାର ଯୁଦ୍ଧ କାରଣରୁ ଇସ୍ରାଏଲ ସେନା ଏବେ ପତନ ଦ୍ୱାରରେ ପହଞ୍ଚିଥିବା ବେଳେ ହାରେଡ଼ି ସମ୍ପ୍ରଦାୟ ସୈନ୍ୟବାହିନୀରେ ଯୋଗ ଦେବା ପାଇଁ ଦିଆଯାଇଥିବା ଛାଡ଼ ଏବେ ଦେଶରେ ଆଲୋଚନାର ବିଷୟ ପାଲଟିଛି। ଅତ୍ୟନ୍ତ ରକ୍ଷଣଶୀଳ ଏହି ସମ୍ପ୍ରଦାୟ କେବଳ ଧାର୍ମିକ ଆଧ୍ୟୟନ ଏବଂ ଗବେଷଣା ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଥାଏ। ଦେଶର ସେନା ମୁଖ୍ୟ ଏବଂ ଅନ୍ୟ ଜଣେ ପ୍ରମୁଖ ବିରୋଧି ଦଳ ନେତା ସେମାନଙ୍କୁ ବାଧ୍ୟତାମୂଳକ ସାମରିକ ସେବାରେ ସାମିଲ କରିବାକୁ ଦାବି କରିଛନ୍ତି।

ଇରାନ ସହ ଚାଲିଥିବା ଯୁଦ୍ଧ ବେଳେ ଇସ୍ରାଏଲ ସୈନ୍ୟବାହିନୀ (IDF) ଉପରେ ଚାପ ବଢିବାରେ ଲାଗିଛି। ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏୟାଲ ଜମିର ଚେତାବନୀ ଦେଇଛନ୍ତି ଯେ ବର୍ଦ୍ଧିତ କାର୍ଯ୍ୟକ୍ଷମତା ଜନିତ ଚାପ ଏବଂ ସୈନିକଙ୍କ ଅଭାବ କାରଣରୁ ଇସ୍ରାଏଲ ସେନା ଭିତରୁ ଭାଙ୍ଗି ଯାଇପାରେ। କହିବାକୁ ଗଲେ ଏହାର କାର୍ଯ୍ୟଦକ୍ଷତା ହ୍ରାସ ପାଇପାରେ। ଦେଶର ସଂରକ୍ଷିତ ସୈନିକ ବର୍ତ୍ତମାନ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକାକୀ ସକ୍ଷମ ନୁହଁନ୍ତି। ଦେଶ ସେନାବାହିନୀ ପାଇଁ ତୁରନ୍ତ ଏକ ବାଧ୍ୟତାମୂଳକ ନିଯୁକ୍ତି ଆଇନ ଆବଶ୍ୟକ। ସେ ଏପରି ଆଇନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯିଏ ହାରେଡ଼ି ସମ୍ପ୍ରଦାୟର ସଦସ୍ୟଙ୍କୁ ସେନାର ନିଯୁକ୍ତି ଦେବାକୁ ଅନୁମତି ପ୍ରଦାନ କରିବ। ହାରେଡ଼ି ସମ୍ପ୍ରଦାୟ ଏ ପର୍ଯ୍ୟନ୍ତ ପ୍ରାୟତଃ ସାମରିକ ସେବାରୁ ଦୂରେଇ ରହିଛି।

କାହିଁକି ଇସ୍ରାଏଲ ସେନା ବାହିନୀରେ ସାମିଲ ହେଲା ନାହିଁ ହାରେଡ଼ି ସମ୍ପ୍ରଦାୟ?
ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଇହୁଦୀ ଲୋକଙ୍କୁ ଏକାଠି କରିବା ୧୯୪୮ ମସିହାରେ ଗଠିତ ହୋଇଥିଲା ଏକ ସ୍ୱତନ୍ତ୍ର ଏବଂ ସ୍ୱାଧିନ ରାଷ୍ଟ୍ର। ଯାହାର ନାଁ ହେଉଛି ଇସ୍ରାଏଲ। ଗଠନ ହେବା ପର ଠାରୁ ଇସ୍ରାଏଲରେ ବାଧ୍ୟତାମୂଳକ ସୈନ୍ୟ ସେବା ନିୟମ ଲାଗୁ ହୋଇଥିଲା। ହେଲେ ଏହି ନିୟମରୁ ହାରେଡ଼ି ସମ୍ପ୍ରଦାୟକୁ ବାଦ ଦିଆଯାଇଥିଲା କାରଣ ଏହି ସମ୍ପ୍ରଦାୟର ପୁରୁଷ ଇହୁଦୀ ଧାର୍ମିକ ଗ୍ରନ୍ଥ ଅଧ୍ୟୟନ କରିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ସମୟ ଉତ୍ସର୍ଗ କରିଥାନ୍ତି। ଦେଶ ଗଠନ ହେବା ସମୟରେ ହାରେଡ଼ି ସମ୍ପ୍ରଦାୟ
ବହୁତ ଛୋଟ ଥିଲା। ସେଥିପାଇଁ ଏହି ବ୍ୟବସ୍ଥା ବିଶେଷ ବିବାଦୀୟ ନଥିଲା।

ଏବେ କାହିଁକି ହେଉଛି ବିବାଦ?
ବର୍ତ୍ତମାନ ସ୍ଥିତି ବଦଳି ସାରିଛି। ସାମରିକ ବାହିନୀ ଉପରେ ବଢୁଥିବା ଚାପ ମଧ୍ୟରେ ହାରେଡ଼ି ସମ୍ପ୍ରଦାୟକୁ ବାଧ୍ୟତାମୂଳକ ସୈନ୍ୟ ସେବାରୁ ଛାଡ ଦେବାକୁ ନେଇ ରାଜନୈତିକ ବିତର୍କ ତେଜିବାରେ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କ ସରକାରକୁ ବଞ୍ଚାଇବା ପାଇଁ ଅତ୍ୟନ୍ତ ରକ୍ଷଣଶୀଳ ରାଜନୈତିକ ଦଳଙ୍କ ସମର୍ଥନ ଉପରେ ନିର୍ଭରଶୀଳ ଅଛନ୍ତି। ହାରେଡ଼ି ସମ୍ପ୍ରଦାୟକୁ ବାଧ୍ୟତାମୂଳକ ସୈନ୍ୟ ସେବାରେ ସାମିଲ କରିବା ସମ୍ପର୍କିତ ଆଇନ ପାସ କରିବାରେ ବିଳମ୍ବ କରିବା ପାଇଁ ସେ ବିଭିନ୍ନ ରଣନୀତି ଆପଣାଉଛନ୍ତି।

ଇସ୍ରାଏଲ ରାଜନୀତିରେ ଅତ୍ୟନ୍ତ ରକ୍ଷଣଶୀଳ ରାଜନୈତିକ ଦଳ ସେମାନଙ୍କ ସମ୍ପ୍ରଦାୟକୁ ବାଧ୍ୟତମୂଳକ ସାମରିକ ସେବାରୁ ବାଦ ଦେବା ପାଇଁ ଆଇନ ପ୍ରଣୟନ କରିବାକୁ ଦାବି କରୁଛନ୍ତି। ଏହି ପରିସ୍ଥିତି ସେତେବେଳେ ଅଧିକ ଜଟିଳ ହୋଇଗଲା ଯେତେବେଳେ ଇସ୍ରାଏଲ ହାଇକୋର୍ଟ ଗତ ୨୦୨୪ ବର୍ଷରେ ରାୟ ଦେଇଥିଲେ ଯେ ହାରେଡ଼ି-ୟେଶିଭା ସମ୍ପ୍ରଦାୟର ଲୋକଙ୍କୁ ବାଧ୍ୟତାମୂଳକ ସୈନ୍ୟ ସେବାରୁ ବାଦ ଦେବାର କୌଣସି ଆଇନଗତ ଆଧାର ନାହିଁ। ବିଭିନ୍ନ ରିପୋର୍ଟ ଅନୁସାରେ ଇସ୍ରାଏଲ ଜନସଂଖ୍ୟାରେ ବର୍ତ୍ତମାନ ଏବେ ୧୮ ବର୍ଷରୁ ୨୪ ବର୍ଷ ବୟସର ପ୍ରାୟ ୮୦,୦୦୦ ପୁରୁଷ ଅଛନ୍ତି। ଯେଉଁମାନେ ସେନାରେ ସେବା ପାଇଁ ଯୋଗ୍ୟ ହୋଇଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ବାଧ୍ୟତାମୂଳକ ସୈନ୍ୟ ସେବାରେ ସାମିଲ ହୋଇନାହାଁନ୍ତି।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: