Sheikh Hasina / ହସିନା ଯେତେ ଦିନ ଚାହିଁବେ ଭାରତରେ ରହିପାରିବେ: ଜୟଶଙ୍କର
·7 months ago·2 min read

Key Points
ହସିନାଙ୍କୁ ବାଂଲାଦେଶ ପ୍ରତ୍ୟାର୍ପଣ କରାଯିବ ନା ନାହିଁ ?
ମୁହଁ ଖୋଲିଲେ ଏସ ଜୟଶଙ୍କର
ମୁହଁ ଖୋଲିଲେ ଏସ ଜୟଶଙ୍କର
ହସିନା ବାଂଲାଦେଶ ଯିବେ ନା ଯିବେନି ଏକଥା ଅନେକ ଦିନ ହେଲା ଲାଗି ରହିଥିଲା। ସେଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ବାଂଲାଦେଶ ଯିବେନି ହସିନା ! ଏକଥାକୁ ସ୍ପଷ୍ଟ କରିଦେଲେ ଏସ ଜୟଶଙ୍କର। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନାଙ୍କ ପାଇଁ ଭାରତ ଏବଂ ବାଂଲାଦେଶର ସମ୍ପର୍କରେ ତିକ୍ତତା ବଢିଛି । ନିକଟରେ ତାଙ୍କୁ ବାଂଲା କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହାପରେ ଲଗାତାର ଭାବେ ହସିନାଙ୍କୁ ଫେରାଇଦେବାକୁ ବାଂଲା ସରକାର ଦାବି କରି ଆସୁଛନ୍ତି । କିନ୍ତୁ ଭାରତ ଏଦିଗରେ କିଛି ସ୍ପଷ୍ଟ କରୁନଥିଲା । ତେବେ ଏପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।
ତେବେ ହସିନାଙ୍କୁ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ନେଇ ଜୟଶଙ୍କର କହିଛନ୍ତି ଯେ, ହସିନା ଯେତେଦିନ ଚାହିଁବେ ଭାରତରେ ରହିପାରିବେ । ସେ ନିଜ ଇଚ୍ଛାରେ ଭାରତରେ ରହୁଛନ୍ତି । ସେ ଭାରତକୁ ଏକ ଭିନ୍ନ ପରିସ୍ଥିତିରେ ଆସିଥିଲେ । କିନ୍ତୁ ସେ ବାଂଲାଦେଶ ଫେରିବେ ନା ନାହିଁ ତାହା ସେ ନିଜେ ଚିନ୍ତା କରିବେ । ବାଂଲାଦେଶ ସହ ସମ୍ପର୍କକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତ ସଦାବେଳେ ଗଣତନ୍ତ୍ରକୁ ସମର୍ଥନ କରି ଆସିଛି । ପଡୋଶୀ ଦେଶରେ ଗଣତନ୍ତ୍ର ମଜବୁତ ହେବା ଆବଶ୍ୟକ । ବର୍ତ୍ତମାନ ବାଂଲାଦେଶର ସରକାର ସେଠାରେ ନିର୍ବାଚନ କରିପାରୁ ନାହାଁନ୍ତି । ସେଠାରେ ନିର୍ବାଚନ କରିବା ସରକାରଙ୍କ ପ୍ରଥମ ପ୍ରସଙ୍ଗ ହେବା ଦରକାର । ଏନେଇ ବାଂଲାର ଅନ୍ତରୀଣ ସରକାର ଯତ୍ନବାନ ହେବାକୁ ଜୟଶଙ୍କର ପରାମର୍ଶ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ମୁଁ ଭାରତ ଆସିବାକୁ ଚାହୁଁଛି, ସାହାଯ୍ୟ କରନ୍ତୁ ମୋଦୀ ଜୀ: ନହେଲେ ମୋ ସ୍ୱାମୀ...
ସୂଚନାନୁସାରେ, ୨୦୨୪ ମସିହା ଅଗଷ୍ଟ ମାସରେ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଏଥିରେ ହସିନାଙ୍କ ୧୫ ବର୍ଷର ସରକାର ବିରୋଧରେ ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ହସିନା କ୍ଷମତାଚ୍ୟୁତ ହେବାକୁ ବାଧ୍ୟ ହୋଇଥିଲେ । ପରେ ସେ ଭାରତ ପଳାଇଆସିଥିଲେ । ଏବେ ଏଠାରେ ସେ ଶରଣାର୍ଥୀ ଭାବେ ରହୁଛନ୍ତି । ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ନରସଂହାର ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ବାଂଲାଦେଶ କୋର୍ଟ । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ଗତବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୧୫ ମଧ୍ୟରେ ଏହି ଆନ୍ଦୋଳନ ହୋଇଥିଲା । ଜାତିସଂଘ ଅନୁସାରେ, ମାସକର ଏହି ଆନ୍ଦୋଳନ ଓ ଦମନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏହାପରେ ବାଂଲାଦେଶ ବୈଦେଶିକ ମନ୍ତ୍ରାଳୟ ଭାରତକୁ ଔପଚାରିକ ପତ୍ର ଲେଖିଥିଲେ । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶକୁ ଫେରାଇ ଦେବାକୁ ଦାବି ହୋଇଥିଲା। ଏହାର କୌଣସି ଉତ୍ତର ଦେଇନଥିଲେ ଭାରତ ସରକାର। ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ ଏହାକୁ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories