Videos
|
International

PM Modi / ମୁଁ ଭାରତ ଆସିବାକୁ ଚାହୁଁଛି, ସାହାଯ୍ୟ କରନ୍ତୁ ମୋଦୀ ଜୀ: ନହେଲେ ମୋ ସ୍ୱାମୀ...

Banajyotshna Ray
Browse all articles by Banajyotshna Ray
·9 months ago·2 min read
ମୁଁ ଭାରତ ଆସିବାକୁ ଚାହୁଁଛି, ସାହାଯ୍ୟ କରନ୍ତୁ ମୋଦୀ ଜୀ: ନହେଲେ ମୋ ସ୍ୱାମୀ...
PM Modi

Key Points

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକିସ୍ତାନୀ ମହିଲା
ମୋ ସ୍ୱାମୀ ମତେ ଧୋକା ଦେଲେ
 
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ ମାଗିଲେ ଶତ୍ରୁ ଦେଶର ମହିଳା। କହିଲେ ମୋତେ ଦୟାକରି ସାହାଯ୍ୟ କରନ୍ତୁ ମୋଦୀ ଜୀ। ଏକ ଭିଡିଓ ମେସେଜ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେହୁରା ମଧ୍ୟ ହୋଇଛନ୍ତି ମହିଳା ଜଣଙ୍କ। ହେଲେ କାହିଁକି ଏବଂ କିଏ ଏହି ମହିଳା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ପ୍ରକୃତରେ ମହିଳା ଜଣଙ୍କ ହେଉଛନ୍ତି ପାକିସ୍ତାନ ବାସୀନ୍ଦା। ରିପୋର୍ଟ ଅନୁସାରେ, କରାଚିରେ ରୁହନ୍ତି ନିକିତା ନାଗଦେବ । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ବିକ୍ରମ ନାଗଦେବ ଇନ୍ଦୋରରେ ଦୀର୍ଘ ଦିନ ହେବ ରହି ଆସୁଛନ୍ତି । ଦୀର୍ଘକାଳୀନ ଭିସାରେ ସେ ଭାରତରେ ରହୁଛନ୍ତି । ଉଭୟଙ୍କ ମଧ୍ୟରେ ୨୦୨୦ ମସିହା ଜାନୁଆରୀ ୨୬ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା ।

ଏହାର ଠିକ୍ ମାସେ ପରେ ବିକ୍ରମ ଏବଂ ନିକିତା ଭାରତ ଆସିଯାଇଥିଲେ । କିନ୍ତୁ କିଛି ମାସରେ ଜୀବନରେ ବହୁତ କିଛି ଘଟିଥିଲା । ପ୍ରଥମେ ଖୁବ ଭଲ ପାଉଥିଲେ ବିକ୍ରମ। ପରେ ଧିରେ ଧିରେ ନିକିତାଙ୍କ ପ୍ରତି ଭଲ ପାଇବା କମିଥିଲା ସ୍ୱାମୀ ବିକ୍ରମଙ୍କର। ୨୦୨୦ ଜୁଲାଇ ୯ ତାରିଖରେ ନିକିତାଙ୍କୁ ପାକିସ୍ତାନ ପଠାଯାଇଥିଲା । ସେ ଅଟାରୀ ସୀମା ଦେଇ ପାକିସ୍ତାନ ଫେରିଯାଇଥିଲେ । କିନ୍ତୁ ସେବେଠୁ ତାଙ୍କୁ ଭାରତ ଆଣିବାକୁ ବିକ୍ରମ କୌଣସି ପ୍ରୟାସ କରୁ ନାହାଁନ୍ତି । ସେ ଅନେକ ଥର ସ୍ୱାମୀଙ୍କୁ କହିଥିଲେ ବି ସ୍ୱାମୀ ବାରମ୍ବାର କୌଣସି ନା କୌଣସି ବାହାନା କରି ଭାରତ ଆଣୁନାହାଁନ୍ତି ବୋଲି ନିକିତା କହିଛନ୍ତି । ନିକିତା ଏହା ମଧ୍ୟ କହିଛନ୍ତି ଯେ, ଯଦି ନ୍ୟାୟ ନମିଳେ ତେବେ ନ୍ୟାୟ ବ୍ୟବସ୍ଥା ଉପରୁ ମହିଳାଙ୍କ ବିଶ୍ୱାସ ତୁଟିଯିବ । ଶାଶୂ ଘରେ ଅନେକ ମହିଳା ମାନସିକ ଏବଂ ଶାରୀରିକ ନିର୍ଯାତନା ପାଉଛନ୍ତି । ତେଣୁ ସମସ୍ତଙ୍କୁ ସେ ସମର୍ଥନ ମାଗିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ବିବାହ ପରେ ଶାଶୁ ଘର ଲୋକଙ୍କ ବ୍ୟବହାର ବଦଳିଯାଇଥିଲା ।

ଏଥିସହ ପଢ଼ନ୍ତୁ: ବାଦାମବାଡ଼ି ଟ୍ରାଫିକ ଛକରେ ଦୁର୍ଘଟଣା, ବସ୍‌କୁ ପିଟିଲା ବସ୍‌

ପରେ ସେ ବିକ୍ରମ ଦିଲ୍ଲୀର ଜଣେ ମହିଳାଙ୍କୁ ପ୍ରେମ କରୁଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ସେ ଶ୍ୱଶୁରଙ୍କୁ କହିଥିଲେ । କିନ୍ତୁ କଥାକୁ ଶ୍ୱଶୁର ହାଲୁକା ଭାବେ ନେଇଥିଲେ । କୋଭିଡ୍ ବେଳେ ତାଙ୍କୁ ବିକ୍ରମ ଜବରଦସ୍ତି ପାକିସ୍ତାନ ପଠାଇ ଦେଇଥିଲେ । ବର୍ତ୍ତମାନ ସେ ଭାରତ ଆସିବାକୁ ଚାହୁଁଛନ୍ତି। ଏକ ଭିଡିଓ କରି ସେ ସୋସିଆଲ ମିଡିଆ ମାଧ୍ୟମରେ ମୋଦୀଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି। ତେବେ ସେ କରାଚୀରେ ରହିବା ବେଳେ ବିକ୍ରମ ଦିଲ୍ଲୀରେ ଆଉ ଥରେ ବିବାହ କରିବାକୁ ଯାଉଥିବା ଶୁଣିଥିଲେ । ଯାହା ତାଙ୍କୁ କଷ୍ଟ ଦେଇଛି । ଜାନୁଆରୀରେ ସେ ଏନେଇ ସ୍ଥାନୀୟ କୋର୍ଟରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ କିଛି ଲାଭ ହୋଇନଥିଲା । ମଧ୍ୟପ୍ରଦେଶ କୋର୍ଟରେ ମଧ୍ୟ ଏନେଇ ଏକ ମାମଲା ହୋଇଛି । ଯାହା ଏବେ ବିଚାରାଧୀନ ରହିଥିବା ସେ କହିଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ଛାଡି ପୁଣି ଥରେ ଦିଲ୍ଲୀର ଜଣେ ମହିଳାଙ୍କୁ ଗୋପନୀୟରେ ବିବାହ କରୁଥିବାରୁ ନିକିତା ମୋଦୀଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି । ମୁଁ କେମିତି ଭାରତ ଆସିବି ମୋତେ ସାହାଯ୍ୟ କରନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର: 

Related Topics

Explore more stories