Videos
|
International

୧୨ ବର୍ଷ ହେବ ଦିନକୁ ଶୋଉଛନ୍ତି ମାତ୍ର ୩୦ ମିନିଟ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
୧୨ ବର୍ଷ ହେବ ଦିନକୁ ଶୋଉଛନ୍ତି ମାତ୍ର ୩୦ ମିନିଟ

Key Points

  • ଦିନକୁ ଶୋଉଛନ୍ତି ମାତ୍ର ୩୦ ମିନିଟ
  • ୧୨ ବର୍ଷ ହେବ ଏପରି ଶୋଉଛନ୍ତି
  • ତଥାପି ଅଛନ୍ତି ଏକଦମ ଫିଟ୍

ଅର୍ଗସ ବ୍ୟୁରୋ : ଜଣେ ସାଧାରଣ ମଣିଷ ପ୍ରତ୍ୟେକ ଦିନ ୬ ରୁ ୭ ଘଣ୍ଟା ଶୋଇଥାଏ । ଦିନକୁ ଯଦି ଜଣେ ଆବଶ୍ୟକ ପରିମାଣରେ ନ ଶୁଏ , ତେବେ କାମରେ ମନ ନଲାଗିବା ଦିନସାରା ଅସୁସ୍ଥ ଲାଗିଥାଏ । ତେଣୁ ସୁସ୍ଥ ଜୀବନଶୈଳୀ ପାଇଁ ପର୍ଯ୍ୟାପ୍ତ ପରିମାଣ ଅର୍ଥାତ ୬ରୁ ୮ ଘଣ୍ଟା ଶୋଇବା ନିହାତି ଦରକାର । ହେଲେ ଆପଣ କେବେ ଶୁଣିଛନ୍ତି କି, ଜଣେ ମଣିଷ ଦିନକୁ ମାତ୍ର ୩୦ ମିନିଟ୍ ଶୋଇବାର । ସେ ପୁଣି ଦିନ କି ଦୁଇଦିନ ନୁହେଁ, ଲଗାତାର ୧୨ ବର୍ଷ ହେବ ସେ ପ୍ରତ୍ୟେକ ଦିନ ମାତ୍ର ୩୦ ମିନିଟ୍ ଶୋଉଛନ୍ତି ।

ଜାପାନର ଏହି ବ୍ୟକ୍ତି ଜଣକଙ୍କ ନାଁ ହେଉଛି ଦାଇସୁକେ ହୋରି ।୪୦ ବର୍ଷୀୟ ଏହି ବ୍ୟକ୍ତି ଜଣକ ୩୦ ମିନିଟ୍ ଶୋଉଥିଲେ ମଧ୍ୟ ସେ ଖୁବ ସୁସ୍ଥ ଥିବା ପ୍ରକାଶ କରିଛନ୍ତି । ସେ ୩୦ ମିନିଟ୍ ଶୋଇଥିବା ବେଳେ ବାକି ସମୟ ବ୍ୟାୟାମ କରିଥାନ୍ତି । ସେ କୁହନ୍ତି ସେ ନିଜ ଶରୀର ଏବଂ ନିଜ ମସ୍ତିଷ୍କକୁ ଏପରି ଟ୍ରେଣ୍ଡ କରିଛନ୍ତି ଯେ , ସେ କମ ଶୋଇବା ଦ୍ବାରା ତାଙ୍କ ଶରୀର ଉପେର ଏହା କୌଣସି ପ୍ରଭାବ ପକାଇ ନଥାଏ । ସେ ପୁରା ଦିନ ଆକ୍ଟିଭ ରହି କାମ କରନ୍ତି । 

ଅଧିକ ପଢନ୍ତୁ : ୩୯ ବର୍ଷରେ ୧୦୦ ପିଲାର ବାପା ପାଭେଲ ଡ୍ୟୁରୋଭ

ତେବେ ଏତେ କମ ଶୋଇବା ପଛର କାରଣକୁ ନେଇ ସେ କହିଛନ୍ତି, ଯଦି ପ୍ରତ୍ୟେକ ଦିନ ଜଣେ ମଣିଷ ଖାଇବାର ଗୋଟେ ଘଣ୍ଟା ପୂର୍ବରୁ ପର୍ଯ୍ୟାପ୍ତ ପାଣି ପିଇବା ସହ ଦିନରେ ଯଦି ଆପଣ କିଛିବି ଖେଳ ଖେଳିଥାନ୍ତି , ତାହେଲେ ଏହା ନିଦ୍ରା ଦୂର କରିଥାଏ । ଯଦି ଜଣେ ନିଜ କାମରେ ସଠିକ ଧ୍ୟାନ ଦେବାକୁ ଚାହେଁ , ତେବେ ଦୀର୍ଘ ନିଦ୍ରା ଠାରୁ ଅଳ୍ପ ସମୟର ଭଲ ନିଦ୍ରା ନିହାତି ଦରକାର । ଯାହାଦ୍ବାରା ପୁରା ଦିନ କାମରେ ଫୋକସ କରିପାରିବେ । ଉଦାହରଣ ସ୍ୱରୂପ, ଡାକ୍ତର ଏବଂ ଅଗ୍ନିଶମ କର୍ମଚାରୀଙ୍କର ବିଶ୍ରାମ ସମୟ କମ୍ କିନ୍ତୁ ସେମାନେ ନିଜ କାମରେ  ସବୁବେଳେ ଉଚ୍ଚ ଜକ୍ଷତା ବଜାୟ ରଖନ୍ତି ବୋଲି ଆମେ ଦେଖିଛନ୍ତି । 
ଡାଇସୁକେ  ଜାପାନରେ ଏକ ଜାପାନ ସର୍ଟ ଶ୍ଲିପର ଟ୍ରେନିଂ ଆସୋସିଏନ ୨୦୧୬ରୁ ଖୋଲିଛନ୍ତି । ଯେଉଁଠି ସେ ସ୍ବାସ୍ଥ୍ୟ, ନିଦ୍ରା ଉପରେ ସ୍ବତନ୍ତ୍ର ଟ୍ରେନିଂ ଦେଉଛନ୍ତି । ଏପର୍ଯ୍ୟନ୍ତ ସେ ୨୧୦୦ ଛାତ୍ରଛାତ୍ରୀଙ୍କୁ ଅଲ୍ଟ୍ରା ସର୍ଟ ଶ୍ଲିପର ଭାବେ ଟ୍ରେନିଂ ଦେଇ ସାରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: