Videos
|
International

Nepal Glacier Flood Threat / ନେପାଳକୁ ମାଡ଼ି ଆସୁଛି ଆଉ ଏକ ମହାପ୍ରଳୟ ! ଗ୍ଲାସିୟର ଫାଟିବ...ନେପାଳ ବୁଡ଼ିବ !

Santosh Kumar Sahoo
Browse all articles by Santosh Kumar Sahoo
·36 mins ago·2 min read
ନେପାଳକୁ ମାଡ଼ି ଆସୁଛି ଆଉ ଏକ ମହାପ୍ରଳୟ ! ଗ୍ଲାସିୟର ଫାଟିବ...ନେପାଳ ବୁଡ଼ିବ !
Nepal Glacier Flood Threat

Key Points

ମାଡ଼ି ଆସୁଛି ଆଉ ଏକ ମହାପ୍ରଳୟ
ଗ୍ଲାସିୟର ଫାଟିଲେ, ନେପାଳ ବୁଡ଼ିବ ବୋଲି କଲା ଆକଳନ
ଫ୍ଲାସ୍‌ ଫ୍ଲଡ୍‌ ପରେ ମୃତ୍ୟୁ ଶଯ୍ୟାରେ ଚାଲିଛି ଜୀବନ ଖୋଜା
ମହାପ୍ରଳୟ ଆଁରେ ନେପାଳ । ଗୋଟିଏ ବିପର୍ଯ୍ୟୟର ଘା' ଶୁଖିନଥିବା ବେଳେ ଆଉ ଏକ ମହାବିପର୍ଯ୍ୟୟ ନେଇ ପୂର୍ବନୁମାନ ପରେ ବଢ଼ିଛି ଚିନ୍ତା । ହିମାଳୟରୁ ଆଉ ଏକ ବଡ଼ ଫ୍ଲାସ୍‌ ଫ୍ଲଡ୍‌ ଆସିପାରେ ବୋଲି ଚୀନ ପାଣିପାଗ ସଂସ୍ଥା କହିବା ପରେ ନେପାଳରେ ହାଇଆଲର୍ଟ । ସେପଟେ ମୃତ୍ୟୁର ଶଯ୍ୟାରେ ଚାଲିଛି ଜୀବନ ଖୋଜା । ବନ୍ୟାରେ ମୃତ୍ୟୁସଂଖ୍ୟା ୬ ଶହ ଟପିଥିବା ବେଳେ ୨ ହାଜର ୪ ଶହରୁ ଅଧିକ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ଅଛନ୍ତି ତିନି ଶହରୁ ଅଧିକ ଭାରତୀୟ ।

ଗୋଟିଏ ପ୍ରଳୟର ଚିହ୍ନ ତାଜା ଥିବା ବେଳେ ଏବେ ନେପାଳ ଉପରେ ଆଉ ଏକ ମହାପ୍ରଳୟର କଳା ଛାଇ । ଆକଳନ ଅନୁଯାୟୀ ହିମାଳୟରେ ଗ୍ଲାସିୟର ଭୁଶୁଡ଼ିବା ଫଳରେ ସୃଷ୍ଟି ହୋଇଥିବା ଆବର୍ଜନା ତ୍ରିଶୂଳୀ ନଦୀରେ ଏକ ଅସ୍ଥାୟୀ ବନ୍ଧ ସୃଷ୍ଟି କରିଛି। ଏହି ହ୍ରଦରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ୨.୫ ନିୟୁତ କୁବିକ୍ ମିଟରରୁ ଅଧିକ ପାଣି ଏଠାରେ ଗଚ୍ଛିତ ଅଛି । ଯଦି ଏହା ଉପରେ ଗ୍ଲାସିୟର ଖଣ୍ଡ ଖସେ ତେବେ ହ୍ରଦ ପାଣି ଉଛୁଳିବା ସହ ଆଉ ଏକ ବଡ଼ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି । ଚୀନ୍ ଜଳ ସମ୍ପଦ ମନ୍ତ୍ରଣାଳୟ ଏହି ଚେତାବନୀ ଦେବା ସହ ଗ୍ଲାସିୟର ଲେକ୍ ଉପରେ ଡ୍ରୋନ୍ ସହାୟତାରେ ନଜର ରଖିଛନ୍ତି ଇଂଜିନିୟରିଂ ଟିମ୍ ।

ଫ୍ଲାସ୍‌ ଫ୍ଲଡ୍ ଯୋଗୁ ହଜାର ହଜାର ଲୋକ ନିଖୋଜ ଥିବା ବେଳେ ଅନେକ ଘର ନିଶ୍ଚିହ୍ନ ହୋଇଯାଇଛି । ନେପାଳ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମାତିଛନ୍ତି ଅସାମାଜିକ ତତ୍ତ୍ବ । ବନ୍ୟାରେ ଭାସିଯାଇଥିବା ବ୍ୟାଙ୍କ ଲକର ଭାଙ୍ଗି ଲୁଟ ଅଭିଯୋଗରେ ୨୯ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ନିକଟରୁ ୯୨ଲକ୍ଷରୁ ଅଧିକ ନେପାଳୀ ଟଙ୍କା ଜବତ ହୋଇଛି । ସେହିପରି ମୃତକଙ୍କ ଶରୀରରୁ ସୁନା ଅଳଙ୍କାର ମଧ୍ୟ ଚୋରି କରୁଛନ୍ତି ଦୁର୍ବୃତ୍ତ ।

ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବନ୍ୟାରେ ମୃତ୍ୟୁସଂଖ୍ୟା ୬ ଶହ ଟପିଥିବା ବେଳେ ୨ ହାଜର ୪ ଶହରୁ ଅଧିକ ନିଖୋଜ ଅଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ତିନି ଶହରୁ ଅଧିକ ଭାରତୀୟ । ଫ୍ଲାସ ଫ୍ଲଡ ଯେଉଁ ଦିନ ନେପାଳରେ ଧ୍ବଂସର ତାଣ୍ଡବ ରଚିଥିଲା ଠିକ୍ ସେତିକି ବେଳେ କ'ଣ କରାଯିବ ବୋଲି ନେପାଳ ସରକାର ଭାବିବା ପୂର୍ବରୁ ଭାରତ ପଠାଇଥିଲା ପ୍ରଥମ ସହାୟତା । ଏମିତି ତିନି ଥରରେ ଅସ୍ଥାୟୀ ଆଶ୍ରୟସ୍ଥଳ, କମ୍ବଳ, ସ୍ୱାସ୍ଥ୍ୟ ସରଞ୍ଜାମ, ସୌର ଲାଇଟ, ଔଷଧ, ପାଣି ନିଷ୍କାସନ ପମ୍ପ, ରୋଷେଇ ସେଟ୍, ଜେନେରେଟର ଏବଂ ଖାଦ୍ୟ ସାମଗ୍ରୀ ସମେତ ୧୧ ଜଣିଆ ଡାକ୍ତରୀ ଦଳ ଓ ସୁଡ଼ଙ୍ଗ ଦ୍ଧାରକାରୀ ଟିମ ପଠାଇଛି ଭାରତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ପ୍ରଳୟ ଘା' ଶୁଖିନି ଆଉ ଏକ ମହାପ୍ରଳୟ ପୂର୍ବାନୁମାନ ନେପାଳ ସରକାରଙ୍କ ନିଦ ହଜାଇ ଦେଇଛି । ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।