Bangladesh Unrest / ବାଂଲାଦେଶରେ ଗଲା ଆଉ ଜଣେ ହିନ୍ଦୁଙ୍କ ଜୀବନ; ଛୁରି ଭୁସିଲେ, ପେଟ୍ରୋଲ୍ ଢାଳି ପୋଡ଼ିଦେଲେ
·2 months ago·2 min read

Key Points
ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଶାସନରେ ହିନ୍ଦୁଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର । ୨ ସପ୍ତାହ ମଧ୍ୟରେ ବାଂଲାଦେଶରେ ଚତୁର୍ଥ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି ।
ଢାକା: ଅସୁରକ୍ଷିତ ହିନ୍ଦୁ । ପିଟି ପିଟି ମାରିଦେଲେ, ପୁଣି ନିଆଁ ଲଗାଇ ଜାଳିଦେଲେ । ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଶାସନରେ ହିନ୍ଦୁଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର । ୨ ସପ୍ତାହ ମଧ୍ୟରେ ବାଂଲାଦେଶରେ ଚତୁର୍ଥ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି ।
ସୂଚନା ଅନୁସାରେ, ଡିସେମ୍ବର ୩୧ ତାରିଖ ରାତିରେ ଶରିୟତପୁର ଜିଲ୍ଲାରେ ଔଷଧ ଦୋକାନୀ ୫୦ ବର୍ଷୀୟ ଖୋକନ ଚନ୍ଦ୍ର ଦାସଙ୍କ ଉପରେ ଆକ୍ରମଣ କରାଯାଇଥିଲା । ବୁଧବାର ଖୋକନ ଦାସ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କୁ ଛୁରି ଭୁସି ଦେଇଥିଲେ । ଛୁରିମାଡ଼ ପର ପିଟିଥିଲେ ଆଉ ପେଟ୍ରୋଲ୍ ଲଗାଇ ଜାଳି ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ଜଳୁଛି ବାଂଲାଦେଶ; ହିନ୍ଦୁ ଯୁବକଙ୍କୁ ପ୍ରଥମେ ପିଟି ପିଟି ହତ୍ୟା, ପୁଣି ଲଗାଇଦେଲେ ନିଆଁ
ଖବର ଅନୁସାରେ, ଆକ୍ରମଣ ପରେ ଖୋକନ ପୋଖରୀକୁ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ । କିନ୍ତୁ ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଖୋକନ ଦାସଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଢାକାର ମେଡିକାଲ୍ କଲେଜ ହସ୍ପିଟାଲରେ ଖୋକନ ଦାସଙ୍କ ଚିକିତ୍ସା ହେଉଥିଲା । ସ୍ଥାନୀୟ ଗଣମାଧ୍ୟମଙ୍କୁ ଖୋକନଙ୍କ ପତ୍ନୀ ଦେଇଥିବା ମନ୍ତବ୍ୟ ଅନୁସାରେ, "ସ୍ଵାମୀ ଖୋକନ ଦାସ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଆକ୍ରମଣ ହୋଇଛି । ଆମେ ଜାଣିନୁ କିଏ ଆକ୍ରମଣ କରିଛି, ନ୍ୟାୟ ଦରକାର । ମୋ ସ୍ଵାମୀ ଜଣେ ସରଳ ମଣିଷ ଥିଲେ, ସେ କେବେ କାହାର କ୍ଷତି କରିନଥିଲେ ।"
ଏଥିସହ ପଢ଼ନ୍ତୁ: ଜାନୁଆରୀ ମାସରେ ଅଧାରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେ କେବେ ଛୁଟି...
ବାଂଲାଦେଶରେ ଗତ ୨ ସପ୍ତାହ ଧରି ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି । ଏହା ହେଉଛି ଚତୁର୍ଥ ଆକ୍ରମଣ । ଏହା ପୂର୍ବରୁ ଡିସେମ୍ବର ୧୮ ସନ୍ଧ୍ୟାରେ ଦୀପୁ ଚନ୍ଦ୍ର ଦାସଙ୍କୁ କାରଖାନାରୁ ଉଠାଇ ନେଇ ପିଟି ପିଟି ହତ୍ୟା କରାଯାଇଥିଲା । ଏହା ପରେ ମୃତଦେହକୁ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇ ଜାଳି ଦେଇଥିଲେ ।
୨୭ ବର୍ଷୀୟ ଦୀପୁଙ୍କ ଉପରେ ଅଭିଯୋଗ ଥିଲା ସେ ପ୍ୟାଗମ୍ବର ମହମ୍ମଦଙ୍କୁ ଅପମାନିତ କରିଛନ୍ତି । ଆଉ ଏହି କଥା ପାଇଁ ଦୀପୁ କାମ କରୁଥିବା କାରଖାନା କର୍ତ୍ତୃପକ୍ଷ ପୋଲିସକୁ ସୂଚନା ନ ଦେଇ ସ୍ଥାନୀୟ ଲୋକଙ୍କ ହାତରେ ଛାଡ଼ି ଦେଇଥିଲେ । ପରେ ଅଧିକାରୀ କହିଥିଲେ, ତଦନ୍ତ ବେଳେ ସେଭଳି କୌଣସି ପ୍ରମାଣ ମିଳି ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories