Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Hoia Baciu Forest Romania / ନର୍କର ଦ୍ୱାର; ଯେଉଁଠି ପହଞ୍ଚିବା ମାତ୍ରେ ଗାଏବ ହୋଇଛନ୍ତି ଲୋକ!

Subhramjit Ray
Browse all articles by Subhramjit Ray
·3 months ago·2 min read
ନର୍କର ଦ୍ୱାର; ଯେଉଁଠି ପହଞ୍ଚିବା ମାତ୍ରେ ଗାଏବ ହୋଇଛନ୍ତି ଲୋକ!
Hoia Baciu Forest Romania

Key Points


କୁହାଯାଏ ଯେ ଯିଏ ଥରେ ଏଠାକୁ ଆସିଛି ସେ କେବେ ଫେରି ନାହିଁ। ଏହି ଜଙ୍ଗଲକୁ ବିଶ୍ୱର ସବୁଠାରୁ ଭୟଙ୍କର ଜଙ୍ଗଲ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।
World Most Haunted Forest: ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱରେ ଏପରି କିଛି ଅଦ୍ଭୂତ ସ୍ଥାନ ରହିଛି ଯାହାର ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇନାହିଁ। ଅନେକ ବୈଜ୍ଞାନିକ ଆବିଷ୍କାର ଏବଂ ଚମତ୍କାର ଉଦ୍ଭାବନ ସତ୍ତ୍ୱେ ଅନେକ ରହସ୍ୟ ଅସମାହିତ ହୋଇ ରହିଛି। ବିଶ୍ୱରେ ଏପରି ଅନେକ ରହସ୍ୟମୟ ସ୍ଥାନ ରହିଛି ଯେଉଁଠାକୁ ଯିବାକୁ ଲୋକେ ଚିନ୍ତା ମଧ୍ୟ କରିପାରନ୍ତି ନାହିଁ। ଏହି ତାଲିକାରେ ସାମିଲ ରହିଥିବା ଏକ ସ୍ଥାନ ହେଉଛି ରୋମାନିଆରେ ଅବସ୍ଥିତ ହୋୟା ବସ୍ୟୁ ଜଙ୍ଗଲ।

କୁହାଯାଏ ଯେ ଯିଏ ଥରେ ଏଠାକୁ ଆସିଛି ସେ କେବେ ଫେରି ନାହିଁ। ଏହି ଜଙ୍ଗଲକୁ ବିଶ୍ୱର ସବୁଠାରୁ ଭୟଙ୍କର ଜଙ୍ଗଲ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ଜଙ୍ଗଲ "ବର୍ମୁଡା ତ୍ରିକୋଣ" (Bermuda Triangle of Romania) ଅଥବା ଏବଂ "ଟ୍ରାନସିଲଭାନିଆ ତ୍ରିକୋଣ" (Bermuda Triangle of Transylvania) ନାମରେ ମଧ୍ୟ ଜଣାଶୁଣା। ରୋମାନିଆର ଟ୍ରାନସିଲଭାନିଆ ପ୍ରଦେଶର କ୍ଲୁଜ କାଉଣ୍ଟି (Transylvania Province Cluj County) ଅଞ୍ଚଳରେ ଅବସ୍ଥିତ ରହିଛି ହୋୟା ବସ୍ୟୁ ଜଙ୍ଗଲ (Hoia Baciu Forest Romania)। ଏଠାରେ ଘଟୁଥିବା ରହସ୍ୟମୟ ଘଟଣା ପାଇଁ ଏହି ବିଶ୍ୱର ସବୁଠାରୁ ଅଭିଶପ୍ତ ଜଙ୍ଗଲ ଭାବରେ ପରିଚିତ ହୋଇଉଠିଛି।

ଏହି ଜଙ୍ଗଲ ସହ ଜଡ଼ିତ ପ୍ରଥମ ରହସ୍ୟ ହେଉଛି ଏଠାକାର ଗଛ। ଏଠାରେ ରହିଥିବା ଗଛ ସିଧା ହେବା ବଦଳରେ ଅଦ୍ଭୂତ ଭାବରେ ବଙ୍କା-ତେଢା ଆକାରରେ ବଢ଼ି ଯାଇଛନ୍ତି। ଯାହାକୁ ପ୍ରଥମେ ଦେଖିଲେ କୌଣସି ବ୍ୟକ୍ତି ହଠାତ ଚମକି ପଡ଼ିବେ। ବୈଜ୍ଞାନିକ ମଧ୍ୟ ଏହି ଜଙ୍ଗଲର ଏପରି ଅଜବ ଗଠନକୁ ଏ ପର୍ଯ୍ୟନ୍ତ ବୁଝିପାରି ନାହାଁନ୍ତି। ଏହି ଜଙ୍ଗଲକୁ ଆସୁଥିବା ଲୋକଙ୍କୁ ସେଠାରେ କେହି ଚାଲିବା କିମ୍ବା ଚୁପ୍ ଚାପ କଥା ହେବା ଅଥବା କେହି ଚିତ୍କାର କରିବା ଭଳି ଶବ୍ଦ ଶୁଣିବାକୁ ପାଇଥାନ୍ତି। ହେଲେ ବାସ୍ତବରେ ସେଠାରେ କେହିନଥାନ୍ତି।

ଜଙ୍ଗଲରେ ଦୃଶ୍ୟମାନ ହୋଇଛି ୟୁଏଫଓ
କୁହାଯାଏ ଯେ ଏହି ଜଙ୍ଗଲରେ ନିଖୋଜ ହୋଇଯିବା ଘଟଣା ସବୁଠାରୁ ଆଶ୍ଚର୍ଯ୍ୟଜନକ। ଏକ ରିପୋର୍ଟ ଅନୁସାରେ ଜଣେ ମେଷପାଳକ ଥରେ ତାଙ୍କର ୨୦୦ ମେଣ୍ଢା ସହିତ ଜଙ୍ଗଲକୁ ଯାଇଥିଲେ। ହେଲେ ସେ ଆଉ କେବେ ଫେରି ନଥିଲେ। ଏହା ବ୍ୟତୀତ ୧୯୬୮ ମସିହାରେ ଏମିଲ୍ ବରନିଆ ନାମକ ଜଣେ ବ୍ୟକ୍ତି ଏଠାରେ ଏକ ଅଜ୍ଞାତ ଉଡ଼ନ୍ତା ବସ୍ତୁ ଅର୍ଥାତ ୟୁଏଫଓ (UFO) ଦେଖିବାକୁ ପାଇଥିବାର ଦାବି କରିଥିଲେ। କିଛି ପର୍ଯ୍ୟଟକ କିଛି ସମୟ ପାଇଁ ଜଙ୍ଗଲରେ ନିଖୋଜ ହୋଇଯିବା ଏବଂ ଏହା ପରେ ସେଠାରୁ ଫେରି ଆସିବା ଘଟଣା ମଧ୍ୟ ସାମ୍ନାକୁ ଆସି ସାରିଛି। ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ଯେ ଏଠାରେ କିଛି ରହସ୍ୟମୟ ଶକ୍ତି ରହିଛି। ଏଠାରୁ ଅଦ୍ଭୂତ ଶବ୍ଦ ବାହାରୁ ଥିବାର ଶୁଣିବାକୁ ମିଳି ସାରିଛି। ଏହି କାରଣରୁ ଲୋକେ ଏଠାକୁ ଆସିବାକୁ ଭୟ କରିଥାନ୍ତି।

ସ୍ଥାନୀୟ ଗ୍ରାମର ଜଣେ ଝିଅର ରହସ୍ୟମୟ କାହାଣୀ
ମିଡିଆ ରିପୋର୍ଟ ଅନୁଯାୟୀ, ନିକଟସ୍ଥ ଗାଁର ଜଣେ ୫ ବର୍ଷୀୟ ଝିଅ ସେହି ଜଙ୍ଗଲରେ ହଜି ଯାଇଥିଲା। ସେ ହଜିବାର ଠିକ୍ ୫ ବର୍ଷ ପରେ ପୁଣି ଥରେ ଫେରି ଆସିଥିଲା। ହେଲେ ନିଜର ନିଖୋଜ ହେବା ଘଟଣା ସେ ଝିଅର କିଛି ମନେ ନଥିଲା। କିଛି ସମୟ ପରେ ସେ ଝିଅର ମୃତ୍ୟୁ ହୋଇ ଯାଇଥିଲା। ଲୋକ ଏହି ଘଟଣାକୁ ହୋୟା ବସ୍ୟୁ ଜଙ୍ଗଲର ରହସ୍ୟମୟ ଶକ୍ତି ସହ ଯୋଡ଼ିଥାନ୍ତି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hoia Baciu Forest Mystery: Why People Call It the ‘Gateway to Hell’ | Argus News