Videos
|
International

Hong Kong Fire / ହଂ କଂ ଅଗ୍ନିକାଣ୍ଡ: ଚାଲିଗଲା ୧୨୮ ଜଣଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ହଂ କଂ ଅଗ୍ନିକାଣ୍ଡ: ଚାଲିଗଲା ୧୨୮ ଜଣଙ୍କ ଜୀବନ

Key Points

ହଂକଂ ଟ୍ରାଜେଡି
୧୨୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଏବେବି ୨୦୦ ନିଖୋଜ
ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଥାଏ କୋଠା ଗୁଡିକ। ନିଆଁର ଆଁରେ ପୋଡିହୋଇ ଚାଲିଗଲା ୧୨୮ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହଂ କଂରେ। ହଂ କଂରେ ଭୟଙ୍କର ଅଗ୍ନିକାଣ୍ଡକୁ ନେଇ ସାରା ବିଶ୍ୱ ସ୍ତବ୍ଧ। ଅନେକଙ୍କ ଜୀବନ ଚାଲିଯାଇଥିବାବେଳେ ଏବେବି ନିଖୋଜ ଅଛନ୍ତି ୨୦୦ରୁ ଅଧିକ ଲୋକ।ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ''ପୋଲିସ ତଦନ୍ତ ପାଇଁ ଘଟଣାସ୍ଥଳକୁ ପହଞ୍ଚିବା ପରେ ଅଧିକ ମୃତଦେହ ମିଳିପାରେ। କୁହାଯାଉଛି କି ଏବେବି ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।''

ଖବରପାଇ ହଂ କଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୋଠାଗୁଡ଼ିକ ଜଳିବାର କାରଣ ଖୋଜିବା ଆରମ୍ଭ କରିଛି । ଏହି ବିଲ୍ଡିଂରେ ପ୍ରାୟ ୪,୬୦୦ ଲୋକ ବାସ କରୁଥିଲେ। ତିନି ଦିନ ପରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି। ପୋଲିସ ବିଲ୍ଡିଂ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିଥିବା ପ୍ରକାଶ କରିଛି। ସୂଚନାନୁସାରେ, ବୁଧବାର ଦିନ ହଂ କଂର ଏକ ସହର ତାଇ ପୋ ଠାରେ ଥିବା ଏକ ସାର୍ବଜନୀନ ବିଲ୍ଡିଂରେ ନିଆଁ ଦ୍ରୁତ ଗତିରେ ବ୍ୟାପିଗଲା। ଯାହା ଫଳରେ ଲୋକମାନେ ଭିତରେ ଫସି ରହିଥିଲେ। କେହି ବାହାରି ପାରିନଥିଲେ। ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ପାଖାପାଖି ୧୨୮ ଲୋକଙ୍କ ଜୀବନ ଚାଲିଯାଇଥିଲା। ଦୀର୍ଘ ତିନି ଦିନ ପରେ ଆଜି ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି।

ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ବାତ୍ୟା 'ଡିଟଓ୍ବା', ବାତିଲ ହେଲା ବିମାନ...ବନ୍ଦ ରହିଲା ସ୍କୁଲ

ଅଧିକାରୀମାନେ କହିଛନ୍ତି ଯେ, ତିନି ଦିନିଆ ଅଭିଯାନରେ ମୋଟ 2,311 ଅଗ୍ନିଶମ କର୍ମଚାରୀ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହାସହ ୧୨ ଜଣ ଆହତ ହୋଇଛନ୍ତି । ପୋଲିସ କହିଛି ଯେ, ହଂ କଂ ପୋଲିସ ଫୋର୍ସ ଏକ ପୁଙ୍ଖାନୁପୁଙ୍ଖ ପ୍ରମାଣ ସଂଗ୍ରହ ଏବଂ ତଦନ୍ତ ଆରମ୍ଭ କରିଛି। ଯେଉଁଥିରେ ତିନିରୁ ଚାରି ସପ୍ତାହ ଲାଗିବ ବୋଲି ଆଶା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। କିନ୍ତୁ ଝରକାଗୁଡ଼ିକୁ ଘୋଡାଇ ରଖିଥିବା ଷ୍ଟାଇରୋଫୋମ୍ ଦ୍ରୁତ ଅଗ୍ନିକାଣ୍ଡରେ ସହାୟକ ହୋଇଥିବା ସନ୍ଦେହ କରାଯାଉଛି। କେବଳ ସେତିକି ନୁହେଁ, ବର୍ତ୍ତିଯାଇଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ ଫାୟାର ଆଲାର୍ମ କାମ କରୁନାହିଁ। ଯେତେବେଳେ ନିଆଁ ବ୍ୟାପିବାରେ ଲାଗିଲା ସେହି ସମୟରେ ଅନେକ ଲୋକ ଯାଇ ଫାୟାର ଆଲାର୍ମ ବଜାଉଥିବାବେଳେ ଏହା କାମ କରୁନଥିଲା। ଯେଉଁଥିପାଇଁ ମଧ୍ୟ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Related Topics

Explore more stories