Cyclone Ditwah / ମାଡ଼ି ଆସୁଛି ବାତ୍ୟା 'ଡିଟଓ୍ବା', ବାତିଲ ହେଲା ବିମାନ...ବନ୍ଦ ରହିଲା ସ୍କୁଲ
·7 months ago·2 min read

Key Points
ବାତ୍ୟା ଡିଟଓ୍ବା ତଣ୍ଡବ
୫୪ ବିମାନ ବାତିଲ
ସ୍କୁଲ-କଲେଜ୍ ଛୁଟି
୫୪ ବିମାନ ବାତିଲ
ସ୍କୁଲ-କଲେଜ୍ ଛୁଟି
ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଭାରତ ଆଡ଼କୁ ମୁହାଁଇଛି ବାତ୍ୟା ଡିଟଓ୍ବା । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇସାରିଛି । ଶନିବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦର କର୍ତ୍ତୃପକ୍ଷ ୫୪ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ସେହିପରି ପୁଡୁଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ଛୁଟି ଘୋଷଣା କରାଯାଇଛି ଏବଂ ବାତ୍ୟା ପାଇଁ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପୁଡୁଚେରୀ, କରିକାଲ, ମାହେ ଏବଂ ୟାନମର ସମସ୍ତ ସ୍କୁଲ ଓ କଲେଜ ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ।
ବାତ୍ୟା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ ତାମିଲନାଡୁ ଏବଂ ପୁଡୁଚେରୀର ଅନେକ ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି । ପେରାମ୍ବାଲୁର, ତିରୁଭାରୁର, ନାଗାପଟ୍ଟିନମ୍, ମୟିଲାଦୁଥୁରାଇ, କୁଡ୍ଡାଲୋର, କଲ୍ଲାକୁରିଚି, ପୁଡୁକୋଟାଇ, ପୁଡୁଚେରୀ, କରିକାଲ, ଭିଲୁପୁରମ୍, ତାଞ୍ଜାଭୁର ଏବଂ ତିରୁଚି ଭଳି ରେଡ୍ ଆଲର୍ଟ ଜୋନରେ ସ୍କୁଲ ବନ୍ଦ ରହିଛି ।
ଚେନ୍ନାଇ ବିମାନବନ୍ଦର ନଭେମ୍ବର ୨୯ରୁ ୩୦ ମଧ୍ୟରେ ୫୪ଟି ବିମାନ ବାତିଲ କରାଯାଇଛି । ବାତ୍ୟା ସମୟରେ ପ୍ରବଳ ପବନ ଓ ବର୍ଷା ବିମାନ ଚଳାଚଳ ପାଇଁ ବିପଦ ସୃଷ୍ଟି କରିପାରେ ଏବଂ ଯାତ୍ରୀମାନଙ୍କୁ ଶେଷ ମୁହୂର୍ତ୍ତରେ ବିମାନ ବନ୍ଦର ନ ଆସିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ବାତ୍ୟା ସମୟରେ ବିମାନ ବନ୍ଦରର ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସେପଟେ ଶ୍ରୀଲଙ୍କାରେ ଡିଟୱା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନରେ ୧୨୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ରୁ ଅଧିକ ନିଖୋଜ ଅଛନ୍ତି । ଚେନ୍ନାଇକୁ ବିମାନ ବାତିଲ ହେବା ଯୋଗୁଁ ଗତ ତିନି ଦିନ ଧରି ପ୍ରାୟ ୩୦୦ ଭାରତୀୟ ଯାତ୍ରୀ କଲମ୍ବୋ ବିମାନବନ୍ଦରରେ ଫସି ରହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ଡିଟଓ୍ବା ନଭେମ୍ବର ୩୦ ତାରିଖରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ହିଟ୍ କରିବ । ଯାହାଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏମିତିକି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି ।

ଅଧିକ ପଢ଼ନ୍ତୁ: ମୃତ୍ୟୁର ତାଣ୍ଡବ ରଚୁଛି ବାତ୍ୟା ଦିତଓ୍ବାହ: ବର୍ତ୍ତମାନ ସୁଦ୍ଧା ୪୭ଜଣଙ୍କର ମୃତ୍ୟ, ଶତାଧିକ ନିଖୋଜ
ଚେନ୍ନାଇ ବିମାନବନ୍ଦର ନଭେମ୍ବର ୨୯ରୁ ୩୦ ମଧ୍ୟରେ ୫୪ଟି ବିମାନ ବାତିଲ କରାଯାଇଛି । ବାତ୍ୟା ସମୟରେ ପ୍ରବଳ ପବନ ଓ ବର୍ଷା ବିମାନ ଚଳାଚଳ ପାଇଁ ବିପଦ ସୃଷ୍ଟି କରିପାରେ ଏବଂ ଯାତ୍ରୀମାନଙ୍କୁ ଶେଷ ମୁହୂର୍ତ୍ତରେ ବିମାନ ବନ୍ଦର ନ ଆସିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ବାତ୍ୟା ସମୟରେ ବିମାନ ବନ୍ଦରର ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସେପଟେ ଶ୍ରୀଲଙ୍କାରେ ଡିଟୱା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନରେ ୧୨୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ରୁ ଅଧିକ ନିଖୋଜ ଅଛନ୍ତି । ଚେନ୍ନାଇକୁ ବିମାନ ବାତିଲ ହେବା ଯୋଗୁଁ ଗତ ତିନି ଦିନ ଧରି ପ୍ରାୟ ୩୦୦ ଭାରତୀୟ ଯାତ୍ରୀ କଲମ୍ବୋ ବିମାନବନ୍ଦରରେ ଫସି ରହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ଡିଟଓ୍ବା ନଭେମ୍ବର ୩୦ ତାରିଖରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ହିଟ୍ କରିବ । ଯାହାଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏମିତିକି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories