Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆରମ୍ଭ ହୋଇପାରେ ଡିଜିଟାଲ WAR ! UPI ରୁ ହ୍ବାଟ୍ସଆପ୍‌ ସବୁ ହୋଇପାରେ ପ୍ରଭାବିତ

International

Iran Digital War / ଆରମ୍ଭ ହୋଇପାରେ ଡିଜିଟାଲ WAR ! UPI ରୁ ହ୍ବାଟ୍ସଆପ୍‌ ସବୁ ହୋଇପାରେ ପ୍ରଭାବିତ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆରମ୍ଭ ହୋଇପାରେ ଡିଜିଟାଲ WAR ! UPI ରୁ ହ୍ବାଟ୍ସଆପ୍‌ ସବୁ ହୋଇପାରେ ପ୍ରଭାବିତ
Digital War

Key Points

ଇରାନ ଲଗାଇପାରେ “Digital Toll”
କ'ଣ ପ୍ରଭାବ ପଡ଼ିବ ଭାରତ ଉପରେ ?
Internet କେବୁଲ୍ ହେବ କି ନୂଆ ଜିଓପଲିଟିକାଲ୍ ଅସ୍ତ୍ର ?
କ’ଣ ବିଶ୍ୱର ଇଣ୍ଟରନେଟ୍ ଏବେ ଇରାନର ନିୟନ୍ତ୍ରଣରେ ଆସିପାରେ ? ଗତ କିଛି ଦିନ ଧରି ମଧ୍ୟପ୍ରାଚ୍ୟରୁ ଆସିଥିବା ଏହି ଖବର ଏବେ ଟେକ୍ନୋଲୋଜି ଜଗତକୁ ଆନ୍ଦୋଳିତ କରିଛି । କାହିଁକି ନା ହଜାର ହଜାର କିଲୋମିଟର ଲମ୍ବା ଅଣ୍ଡରସି ଫାଇବର କେବଲ୍‌ ସାରା ପୃଥିବୀକୁ ଯୋଡ଼ି ରଖିଛି । ଆଉ ଏବେ କେବୁଲଗୁଡ଼ିକୁ ନେଇ ମିଡିଲ୍‌ ଇଷ୍ଟରେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି ଯାହା ଟେକ୍‌ ଦୁନିଆକୁ ଚିନ୍ତାରେ ପକାଇ ଦେଇଛି । ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ସମୁଦ୍ର ତଳେ ଯାଇଥିବା ଇଣ୍ଟରନେଟ୍ କେବୁଲ୍ ଉପରେ ନିଜର ନିୟନ୍ତ୍ରଣ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛି । ଏହି ପ୍ରସଙ୍ଗ କେବଳ ଇଣ୍ଟରନେଟ୍ ସ୍ପିଡ୍‌ ନୁହେଁ, ବରଂ ବିଶ୍ୱସ୍ତରୀୟ ଡାଟା, ଅନଲାଇନ୍ ବ୍ୟାଙ୍କିଂ, କ୍ଲାଉଡ୍ ସେବା ଏବଂ ବିଲିୟନ ଡଲାରର ଡିଜିଟାଲ୍ ଅର୍ଥନୀତି ବିଷୟରେ ମଧ୍ୟ ।

ପାରସ୍ୟ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ପ୍ରତିଦିନ ବଡ଼ ବଡ଼ ତୈଳ ଜାହାଜ ଯାଇଥାଏ । କିନ୍ତୁ ବହୁତ କମ୍‌ ଲୋକ ଜାଣନ୍ତି ଯେ ବିଶ୍ବର ଅନେକ ଗୁରୁତ୍ବପୂର୍ଣ୍ଣ ଅଣ୍ଡର ଓ୍ବାଟର ଇଣ୍ଟରନେଟ୍‌ କେବୁଲ ମଧ୍ୟ ଏହି ସମାନ ପଥ ଦେଇ ଯାଇଛି । ଏହି କେବୁଲ୍ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟକୁ ଇଣ୍ଟରନେଟ୍ ସହିତ ଯୋଡ଼ି ରଖିଛି ।
ଏବେ ଇରାନ୍ ସହ ଜଡିତ କିଛି ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ଏହି କେବଲ୍‌ ମାଧ୍ୟମରେ ଯାଉଥିବା ଡିଜିଟାଲ୍ ଟ୍ରାଫିକ୍‌ରୁ ଆୟ କରାଯାଇପାରେ। ମାନେ ଯେପରି ଜାହାଜରୁ ଟୋଲ୍ ନିଆଯାଏ, ସେହିପରି ଭବିଷ୍ୟତରେ ଇଣ୍ଟରନେଟ୍ ଡାଟା ଉପରେ ମଧ୍ୟ “ଡିଜିଟାଲ୍ ଟୋଲ୍” ଲାଗିପାରେ ।

ବର୍ତ୍ତମାନ ଇରାନ ସହ ଜଡ଼ିତ କିଛି ମିଡିଆ ରିପୋର୍ଟ ଏବଂ IRGC (ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ)ର ରିପୋର୍ଟ ସୂଚିତ କରୁଛି ଯେ ଏବେ ଏହି ଇଣ୍ଟରନେଟ୍ କେବୁଲ୍ ଆର୍ଥିକ ଲାଭ ପାଇଁ ବ୍ୟବହାର କରାଯାଇପାରେ । ଅର୍ଥାତ ଯେପରି ଜାହାଜରୁ ଟୋଲ୍‌ ନିଆଯାଏ, ଠିକ୍ ସେହିପରି ଭବିଷ୍ୟତରେ ଇଣ୍ଟରନେଟ୍‌ ଡାଟା ଉପରେ ମଧ୍ୟ ଡିଜିଟାଲ୍‌ ଟୋଲ୍‌ ଲାଗିପାରେ ।

ରିପୋର୍ଟ୍‌ ଅନୁସାରେ, ଏହି କେବଲ୍‌ ଦେଇ ପ୍ରତିଦିନ ବିପୁଳ ପରିମାଣର ବ୍ୟାଙ୍କିଂ ଟ୍ରାଞ୍ଜାକ୍ସନ୍, କ୍ଲାଉଡ୍ ଡାଟା, ସୋସିଆଲ୍ ମିଡିଆ ଟ୍ରାଫିକ୍ ଏବଂ AI ସର୍ଭିସ୍ ଚାଲିଥାଏ । ଏହି କାରଣରୁ ଏହାକୁ କେବଳ ଇଣ୍ଟରନେଟ୍ ସ୍ପିଡ୍‌ର ବିଷୟ ଭାବେ ନୁହେଁ ବରଂ ଗ୍ଲୋବାଲ୍ ଡିଜିଟାଲ୍ ଇକୋନୋମି ସହ ଜଡିତ ବଡ଼ ବିଷୟ ଭାବେ ଦେଖାଯାଉଛି ।
ତେବେ ଭବିଷ୍ୟତରେ ଯଦି କେବେ ଏହି କେବଲ୍‌ଗୁଡିକୁ କ୍ଷତି ପହଞ୍ଚେ କିମ୍ବା ଜିଓପଲିଟିକାଲ୍ ଟେନସନ୍‌ ବଢ଼େ, ତେବେ ତାହାର ପ୍ରଭାବ କେବଳ ମିଡିଲ୍ ଇଷ୍ଟ ପର୍ଯ୍ୟନ୍ତ ସୀମିତ ରହିବନି । ଭାରତ ସହ ଏସିଆର ଅନେକ ଦେଶରେ ଇଣ୍ଟରନେଟ୍, ଅନଲାଇନ୍ ବ୍ୟାଙ୍କିଂ, UPI ପେମେଣ୍ଟ, ଭିଡିଓ କଲ୍ ଏବଂ AI ସର୍ଭର୍‌ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ।

କିଛି ରିପୋର୍ଟ ସୂଚିତ କରେ ଯେ ଇରାନ ଭବିଷ୍ୟତରେ ବିଦେଶୀ ଟେକ୍ କମ୍ପାନୀଗୁଡ଼ିକୁ ଏହାର ନିୟମ ପାଳନ କରିବାକୁ ବାଧ୍ୟ କରିପାରେ । ଆଜି ପର୍ଯ୍ୟନ୍ତ ଦୁନିଆରେ ତେଲକୁ ଜିଓପଲିଟିକାଲ୍ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିଲା । କିନ୍ତୁ ଆଗାମୀ ସମୟରେ ଇଣ୍ଟରନେଟ୍ କେବଲ୍‌ ମଧ୍ୟ ଦେଶମାନଙ୍କ ପାଇଁ ଚାପ ସୃଷ୍ଟି କରିବାର ନୂତନ ଅସ୍ତ୍ର ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Digital War Threat: Can UPI & WhatsApp Be Affected? | Argus News