Strait of Hormuz Ship Attack / ହର୍ମୁଜ୍ରେ କମର୍ସିଆଲ ଜାହାଜ ଉପରେ ଆକ୍ରମଣ, ୧୧ ଭାରତୀୟ ନାବିକ ଆହତ
·1 hour ago·2 min read

Key Points
ହର୍ମୁଜ୍ରେ ଜାହାଜ ଉପରେ ଆକ୍ରମଣ
ଆକ୍ରମଣରେ ଆହତ ୧୧ ଭାରତୀୟ
ଘଟଣାର କଡ଼ା ନିନ୍ଦା MEA
ଆକ୍ରମଣରେ ଆହତ ୧୧ ଭାରତୀୟ
ଘଟଣାର କଡ଼ା ନିନ୍ଦା MEA
ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ ଓମାନ ତଟ ନିକଟରେ ଏକ କମର୍ସିଆଲ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୧ ଜଣ ଭାରତୀୟ ନାବିକ ଆହତ ହୋଇଛନ୍ତି । ମଙ୍ଗଳବାର, ଅକ୍ଟୋବର ୬ ତାରିଖରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (MEA) ଏହି ଘଟଣାକୁ ନିନ୍ଦା କରିଛି ।
MEA ସୂଚନା ଅନୁସାରେ, ପାନାମାର ପତାକା ଥିବା କମର୍ସିଆଲ ଜାହାଜ MT On Peace (IMO 9893204) ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯାଉଥିବା ସମୟରେ ଏକ ପ୍ରୋଜେକ୍ଟାଇଲ୍ ଦ୍ବାରା ଆଘାତ ହୋଇଥିଲା । ଜାହାଜରେ ମୋଟ ୧୯ ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରୁ ୧୭ ଜଣ ଭାରତୀୟ ନାଗରିକ ।
ଆକ୍ରମଣରେ ମୋଟ ୧୨ ଜଣ କ୍ରୁ ସଦସ୍ୟ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ଅଟନ୍ତି । ଓମାନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଆହତମାନଙ୍କୁ ଜାହାଜରୁ ଉଦ୍ଧାର କରାଯାଇ ଓମାନର ଖସାବ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଓମାନକୁ ଧନ୍ୟବାଦ ଜଣାଇଲା ଭାରତ
ଘଟଣାରେ ସହଯୋଗ ପାଇଁ ଓମାନ କର୍ତ୍ତୃପକ୍ଷଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଧନ୍ୟବାଦ ଜଣାଇଛି। ଏଥିସହିତ ଅଞ୍ଚଳରେ କମର୍ସିଆଲ ଜାହାଜ ଉପରେ ବାରମ୍ବାର ହେଉଥିବା ଆକ୍ରମଣକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି । ଭାରତ କହିଛି ଯେ, କମର୍ସିଆଲ ଜାହାଜ, ନାବିକ ଏବଂ ସାଧାରଣ ଲୋକଙ୍କ ସହ ଜଡ଼ିତ ଭିତ୍ତିଭୂମିକୁ ଟାର୍ଗେଟ୍ କରିବା ତୁରନ୍ତ ବନ୍ଦ ହେବା ଦରକାର। ଆନ୍ତର୍ଜାତୀୟ ଜଳପଥରେ ଜାହାଜ ଚଳାଚଳ ଓ ବାଣିଜ୍ୟକୁ ଶୀଘ୍ର ସ୍ୱାଭାବିକ କରାଯିବା ଆବଶ୍ୟକ ବୋଲି MEA କହିଛି ।
ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ନେଇ ବଢ଼ୁଛି ସଙ୍କଟ
ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ସଙ୍କଟ ଆହୁରି ଗଭୀର ହୋଇଛି । ଏହି ଅଞ୍ଚଳ ବିଶ୍ୱ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଳପଥ ହୋଇଥିବାରୁ ଏଠାରେ ଜାହାଜ ଚଳାଚଳକୁ ନେଇ ଚିନ୍ତା ବଢ଼ିଛି । ଆମେରିକା ପକ୍ଷରୁ ହର୍ମୁଜ୍ ଉପରେ ନିଜର ନିୟନ୍ତ୍ରଣ ଥିବା ଦାବି କରାଯାଉଥିବାବେଳେ ଇରାନ ମଧ୍ୟ ଏହି ଜଳପଥକୁ ନିଜ ନିୟନ୍ତ୍ରଣରେ ଥିବା ଦାବି କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୩୦ କମର୍ସିଆଲ ଜାହାଜର ରୁଟ୍ ବଦଳାଇଛି ଆମେରିକା
ଆମେରିକୀୟ ସେନା ଅନୁସାରେ, ଅକ୍ଟୋବର ୫ ପର୍ଯ୍ୟନ୍ତ ଇରାନ ବିରୋଧରେ ଚାଲିଥିବା ଆମେରିକୀୟ ନୌସେନା ନାକାବନ୍ଦୀକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଏହି ସମୟରେ CENTCOM ସେନା ୧୩୦ଟି କମର୍ସିଆଲ ଜାହାଜର ରୁଟ୍ ବଦଳାଇଥିବା କହିଛି ।
CENTCOM କମାଣ୍ଡର ଆଡମିରାଲ୍ ବ୍ରାଡ୍ କୁପର କହିଛନ୍ତି ଯେ, ନାକାବନ୍ଦୀକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜ ବିରୋଧରେ ତୁରନ୍ତ ପଦକ୍ଷେପ ନିଆଯିବ । ଏହା ସହିତ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଚଳାଚଳ ଏବଂ ନାବିକମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ଆହୁରି ବଢ଼ିଛି ।

Related Topics
Explore more stories