Nobel Prize / ହଙ୍ଗେରୀୟ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ନୋବେଲ ପୁରସ୍କାର

Key Points
ଲାସଲୋ କେନ୍ଦ୍ରୀୟ ୟୁରୋପୀୟ ପରମ୍ପରାର ଜଣେ ପ୍ରସିଦ୍ଧ ଲେଖକ ।
ତାଙ୍କର ପ୍ରଥମ ଉପନ୍ୟାସ ସାଟାଣ୍ଟାଙ୍ଗୋ ୧୯୮୫ରେ ପ୍ରକାଶିତ ହୋଇଥିଲା ।
ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା । ହଙ୍ଗେରୀୟ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ମିଳିବ ନୋବେଲ ପୁରସ୍କାର । ସ୍ବିଡିସ ଏକାଡେମୀ ପକ୍ଷରୁ ଆଜି ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଲାସଲୋ କ୍ରାସ୍ନାହୋରକାଇଙ୍କ କୃତିକୁ ଗଭୀର ପ୍ରଭାବଶାଳୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି ।
ଲାସଲୋ କେନ୍ଦ୍ରୀୟ ୟୁରୋପୀୟ ପରମ୍ପରାର ଜଣେ ପ୍ରସିଦ୍ଧ ଲେଖକ । ତାଙ୍କର ପ୍ରଥମ ଉପନ୍ୟାସ ସାଟାଣ୍ଟାଙ୍ଗୋ ୧୯୮୫ରେ ପ୍ରକାଶିତ ହୋଇଥିଲା । ଉପନ୍ୟାସଟି କମ୍ୟୁନିଜମର ପତନ ପୂର୍ବରୁ ହଙ୍ଗେରୀୟ ଗ୍ରାମାଞ୍ଚଳର ଏକ ଶୂନ୍ୟ ଫାର୍ମରେ ରହୁଥିବା ଏକ ନିଃସହାୟ ବାସିନ୍ଦାଙ୍କ ଉପରେ କେନ୍ଦ୍ରିତ ହୋଇଥିଲା । ତାଙ୍କର ଉପନ୍ୟାସ ଆଧାରରେ ଏକ ସାତ ଘଣ୍ଟାର ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଥିଲା ।
ଏହାସହ ପଢ଼ନ୍ତୁ:- 'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'
ସେହିଭଳି ଗତକାଲି ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ୨୦୨୫ ପାଇଁ ୩ ଜଣ ବୈଜ୍ଞାନିକଙ୍କୁ ଏହି ନୋବେଲ ପୁରସ୍କାର ଦିଆଯାଇଛି । 'ମେଟାଲ ଅର୍ଗାନିକ୍ ଫ୍ରେମ୍ୱାର୍କ' ଉପରେ କାମ କରି ଜାପାନର କ୍ୟୋଟୋ ବିଶ୍ୱବିଦ୍ୟାଳୟର ସୁସୁମୁ କିଟାଗାୱା, ଅଷ୍ଟ୍ରେଲିଆର ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟର ରିଚାର୍ଡ ରବସନ ଏବଂ ଆମେରିକାର ବର୍କଲିର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଓମାର ଏମ୍. ୟାଘିଙ୍କୁ ମିଳିତ ଭାବରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ତିନିଜଣ ବୈଜ୍ଞାନିକ ଏକାଠି ମିଶି ବିଭିନ୍ନ ଅଣୁଗୁଡ଼ିକୁ ନିର୍ଦ୍ଦିଷ୍ଟ ଉପାୟରେ ମିଶ୍ରଣ କରି କିଭଳି ଏକ ସଂରଚନା ସୃଷ୍ଟି କରାଯାଇପାରିବ, ତାହା ଉପରେ ରିସର୍ଚ୍ଚ କରିଥିଲେ, ଯେଉଁଥିରେ ଅଣୁମାନଙ୍କ ମଧ୍ୟରେ ବଡ଼ ସ୍ଥାନ କିମ୍ବା ଛିଦ୍ର ରଖିଥାଏ। ଏହି ଛିଦ୍ରଗୁଡ଼ିକ ଗ୍ୟାସ କିମ୍ବା ଅନ୍ୟାନ୍ୟ ରାସାୟନିକ ପଦାର୍ଥଗୁଡ଼ିକୁ ସହଜରେ ଯିବାକୁ ଅନୁମତି ଦିଅନ୍ତି। ଏହି ସଂରଚନାକୁ ପରବର୍ତ୍ତୀ ସମୟରେ 'ମେଟାଲ ଅର୍ଗାନିକ୍ ଫ୍ରେମ୍ୱାର୍କ' ବୋଲି କୁହାଗଲା ।
ଏହା ଦ୍ବାରା ମରୁଭୂମି ପବନରୁ ପାଣି ବାହାର କରିବା, କାର୍ବନ ଡାଇଅକ୍ସାଇଡ୍ ଧରିବା ଏବଂ ବିଷାକ୍ତ ଗ୍ୟାସ ସଂରକ୍ଷଣ କରିହେବ । ଏହା ଭବିଷ୍ୟତରେ ଜଳ ଅଭାବ, ଜଳବାୟୁ ପରିବର୍ତ୍ତନ ଏବଂ ଶିଳ୍ପ ପ୍ରଦୂଷଣର ମୁକାବିଲାରେ ଏକ ବଡ଼ ପରିବର୍ତ୍ତନକାରୀ ପ୍ରମାଣିତ ହୋଇପାରେ । ତେବେ ନୋବେଲ ପାଇଥିବା ଏହି ୩ ଜଣ ବୈଜ୍ଞାନିକଙ୍କ ଏହି ଆବିଷ୍କାର ସାମଗ୍ରୀ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ଉଭୟରେ ନୂତନ ସମ୍ଭାବନା ସୃଷ୍ଟି କରିଛି ।
୧୯୦୧ ରୁ ୨୦୨୪ ମଧ୍ୟରେ ୧୯୫ ଜଣଙ୍କୁ ରସାୟନ ବିଜ୍ଞାନରେ ୧୧୬ଟି ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଗତବର୍ଷ ଡେଭିଡ୍ ବେକର, ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍ ଜମ୍ପରଙ୍କୁ ରୟାଲ ସୁଇଡିଶ ଏକାଡେମି ଅଫ୍ ସାଇନ୍ସ ଦ୍ୱାରା ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଦିଆଯାଇଥିଲା ।
📱 Get Argus News App
✨ଏହାସହ ପଢ଼ନ୍ତୁ:- ମହିଳାଙ୍କୁ ଆତଙ୍କୀ ଟ୍ରେନିଂ ଦେଉଛି ଜୈସ-ଏ-ମହମ୍ମଦ !
ସୋମବାର ୨୦୨୫ ପାଇଁ ପ୍ରଥମ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ପେରିଫେରାଲ ଇମ୍ମ୍ୟୁନ ସହନଶୀଳତା ସମ୍ବନ୍ଧୀୟ ଆବିଷ୍କାର ପାଇଁ ମେରି ଇ. ବ୍ରୁଙ୍କୋ, ଫ୍ରେଡ୍ ରାମସଡେଲ୍ ଏବଂ ଡକ୍ଟର ଶିମୋନ୍ ସାକାଗୁଚିଙ୍କୁ ଚିକିତ୍ସାରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରଥମ ନୋବେଲ ପୁରସ୍କାର ୧୯୦୧ ମସିହାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଔଷଧ, ସାହିତ୍ୟ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଦାନ କରାଯାଇଥିଲା । ପ୍ରଥମେ ୫ଟି ବର୍ଗରେ ନୋବେଲ ପୁରସ୍କାର ଦିଆଯାଉଥିଲା । ପରବର୍ତ୍ତୀ ସମୟରେ ୧୯୬୮ ମସିହାରେ ସ୍ୱିଡେନର କେନ୍ଦ୍ରୀୟ ବ୍ୟାଙ୍କ, ସ୍ୱେରିଗେସ୍ ରିକ୍ସବ୍ୟାଙ୍କ ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ଦେବାକୁ ସ୍ଥିର କରିଥିଲେ । ଏହାପରଠୁ ନୋବେଲ ପୁରସ୍କାର ୫ଟି ପରିବର୍ତ୍ତେ ୬ଟି ବର୍ଗରେ ଦିଆଯାଉଛି ।
Related Topics
Explore more stories