Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Hurricane Melissa / ୨୦୨୫ର ଶକ୍ତିଶାଳୀ ବାତ୍ୟା 'ମେଲିସା', ଘଣ୍ଟାକୁ ୨୮୨ କିଲୋମିଟର ବେଗରେ ପବନ

Sushanta Sahoo
Browse all articles by Sushanta Sahoo
·8 months ago·2 min read
୨୦୨୫ର ଶକ୍ତିଶାଳୀ ବାତ୍ୟା 'ମେଲିସା', ଘଣ୍ଟାକୁ ୨୮୨ କିଲୋମିଟର ବେଗରେ ପବନ

Key Points

ହୁରିକେନ୍ 'ମେଲିସା' କ୍ୟାଟେଗୋରୀ ୫ ଶ୍ରେଣୀରେ ଆସୁଛି । ଏହା ପ୍ରଭାବରେ ଘଣ୍ଟା ପ୍ରତି ୨୮୨ କିଲୋମିଟର ବେଗରେ ପବନ ବହିବ । ଏହା ମଙ୍ଗଳବାର ଜାମାଇକା ଉପକୂଳରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।

ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା । ୨୮୨ କିଲୋମିଟର ବେଗରେ ବହୁଛି ପବନ । ଉତ୍ତର ଆମେରିକାର ଦ୍ଵୀପ ଦେଶ ଜାମାଇକାରେ ମାଡ଼ ହେବାକୁ ଯାଉଛି ବାତ୍ୟା 'ମେଲିସା' । ଏହି ବାତ୍ୟାକୁ ଆମେରିକା ପାଣିପାଗ ବିଭାଗ ବିନାଶକାରୀ ଓ ଜୀବନ ପ୍ରତି ବିପଦପୂର୍ଣ୍ଣ ବୋଲି କହିଛି ।

ମିଳିଥିବା ସୂଚନା ଅନୁସାରେ, ହୁରିକେନ୍ 'ମେଲିସା' କ୍ୟାଟେଗୋରୀ ୫ ଶ୍ରେଣୀରେ ଆସୁଛି । ଏହା ପ୍ରଭାବରେ ଘଣ୍ଟା ପ୍ରତି ୨୮୨ କିଲୋମିଟର ବେଗରେ ପବନ ବହିବ । ଏହା ମଙ୍ଗଳବାର ଜାମାଇକା ଉପକୂଳରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।

ବାତ୍ୟା ଉପକୂଳ ଛୁଇଁବା ପୂର୍ବରୁ ଜାମାଇକାରେ 'ମେଲିସା'ର ପ୍ରଭାବ ଦେଖିବାକୁ ମିଳିଛି । ଜାମାଇକାରେ ୩ ଜଣ ଓ ହାଇତିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଜାମାଇକାରେ ଜଳବନ୍ଦୀ ସ୍ଥିତି ସହ ଭୂସ୍ଖଳନ ଆଶଙ୍କା କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଏଥିସହ ପଢ଼ନ୍ତୁ: ଘଣ୍ଟାକୁ ୧୨କିମି ବେଗରେ ମାଡ଼ିଆସୁଛି "ମୋନ୍ଥା"

ଏବେ ଆମେରିକାର ନ୍ୟାସନାଲ୍ ହୁରିକେନ୍ ସେଣ୍ଟର ଦେଇଥିବା ତଥ୍ୟ ଅନୁସାରେ, 'ମେଲିସା' ହେଉଛି ଏ ବର୍ଷ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବାତ୍ୟା । ୧୮୫୧ ପରେ ଜାମାଇକାରେ ମାଡ଼ ହେବାକୁ ସବୁଠୁ ବଡ଼ ବାତ୍ୟା ହେଉଛି 'ମେଲିସା' ।



ଆମେରିକାର ନ୍ୟାସନାଲ୍ ହୁରିକେନ୍ ସେଣ୍ଟର ତଥ୍ୟ ଅନୁସାରେ ବାତ୍ୟା 'ମେଲିସା' ଏବେ କିଙ୍ଗଷ୍ଟନ ଠାରୁ ଦକ୍ଷିଣ-ପଶ୍ଚିମରେ ୨୪୦ କିଲୋମିଟର ଦୂରରେ ରହିଛି । ଏବେ ପବନର ବେଗ ଘଣ୍ଟାପ୍ରତି ୨୮୦ କିଲୋମିଟର ରହିଥିବା ଜଣାପଡ଼ିଛି ।

ବାତ୍ୟା ପ୍ରଭାବରେ ଜାମାଇକାରେ ଆଗାମୀ ୪ ଦିନ ମଧ୍ୟରେ ୪୦ ଇଞ୍ଚ (୧୦୦ ସେଣ୍ଟିମିଟର) ବର୍ଷା ରେକର୍ଡ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 'ମେଲିସା' ପାଇଁ ଜାମାଇକାରେ ବଡ଼ଧରଣର ସ୍ଥାନାନ୍ତର କରାଯାଇଚି । ୮୮୧ଟି ଆଶ୍ରୟସ୍ଥଳୀରେ ପ୍ରଭାବିତଙ୍କୁ ରଖା ଯାଇଛି ।

ଏଥିସହ ପଢ଼ନ୍ତୁ: ବାତ୍ୟା ପାଇଁ କୋଣାର୍କ ଏକ୍ସପ୍ରେସ୍ ସହ ୪୨ ଟ୍ରେନ୍ ବାତିଲ୍‍, ପ୍ରଭାବିତ ଷ୍ଟେସନର ହେଲ୍ପଲାଇନ୍ ନମ୍ବର ଜାରି

ଜାମାଇକାରେ ମାଡ଼ ହେବା ପରେ 'ମେଲିସା' ଉତ୍ତର ଦିଗକୁ ଗତି କରି କ୍ୟୁବା ଆଡ଼କୁ ଯାଇ ବାହାମାସ ଅତିକ୍ରମ କରିବ । ଏଥିପାଇଁ କ୍ୟୁବାରେ ମଧ୍ୟ ଉପକୂଳରୁ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ।

ଏପଟେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା 'ମୋନ୍ଥା' ଏବେ ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି । 'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଭୀଷଣ ବାତ୍ୟା 'ମୋନ୍ଥା' ଏବେ ଆନ୍ଧ୍ରର ମଛଲିପାଟନମରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୬୦ କିଲୋମିଟର, କାକିନାଡ଼ା ଠାରୁ ୨୪୦ କିଲୋମିଟର, ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୫୩୦ କିଲୋମିଟର ଦୂରରେ ରହିଛି ।

'ମୋନ୍ଥା' କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ଆଜି ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମରୁ କଳିଙ୍ଗପାଟନମ ମଧ୍ୟରେ କାକିନାଡ଼ା ପାଖାପାଖି ଭୀଷଣ ବାତ୍ୟା 'ମୋନ୍ଥା' ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Hurricane Melissa Threatens Jamaica with 282 km/h Winds and Heavy Rain | Argus News | Argus News