Videos
|
International

JD Vance statement / ଜେଡି ଭାନ୍ସଙ୍କ ଟିପ୍ପଣୀକୁ ନେଇ ବିବାଦ, କହିଲେ 'ମୋର ଇଚ୍ଛା ମୋ ସ୍ତ୍ରୀ ଖ୍ରୀଷ୍ଟିଆନ ହେଇଯାଉ'...

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ଜେଡି ଭାନ୍ସଙ୍କ ଟିପ୍ପଣୀକୁ ନେଇ ବିବାଦ, କହିଲେ 'ମୋର ଇଚ୍ଛା ମୋ ସ୍ତ୍ରୀ ଖ୍ରୀଷ୍ଟିଆନ ହେଇଯାଉ'...

Key Points

ମୁଁ ଚାହୁଁଛି ମୋ ସ୍ତ୍ରୀ ଖ୍ରୀଷ୍ଟିଆନ ହେଇଯାଉ
ଯେମିତି ମୁଁ ପ୍ରଭାବିତ ହୋଇଛି, ସେମିତି ସେ ବି ହେଉ
ଜେଡି ଭାନ୍ସଙ୍କ ଏପରି ଟିପ୍ପଣୀକୁ ନେଇ ସୃଷ୍ଟି ହୋଇଛି ବିବାଦ
ଯେମିତି ମୁଁ ଖ୍ରୀଷ୍ଟିଆନ ଧର୍ମରେ ବିଶ୍ଵାସ କରିଛି, ,ସେମିତି ମୋ ସ୍ତ୍ରୀ ବି କରୁ । ଖୁବଶୀଘ୍ର ସେ ଖ୍ରିଷ୍ଟିଆନ ଧର୍ମକୁ ନିଜର କରୁ । ଆମେରିକାରେ ଆୟୋଜିତ ମିସିସିପିର ଟର୍ଣ୍ଣିଂ ପଏଣ୍ଟ ୟୁଏସଏରେ ଏକ କାର୍ଯ୍ୟକ୍ରମ ଆୟଜିତ ହେଉଥିଲା । ସେହି କାର୍ଯ୍ୟକ୍ରମରେ ଏପରି କହିଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଅନେକ ସମୟରେ ତାଙ୍କର ପତ୍ନୀ ଉଷା ଭାନ୍ସ ଚର୍ଚ୍ଚ ଯାଇଥାନ୍ତି । ସେଥିପାଇଁ ସେ କହିଛନ୍ତି , ମତେ ଆଶା ଅଛି ଦିନେ ନା ଦିନେ ମୋର ପତ୍ନୀ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିବେ ।

୨୦୧୯ ପୂର୍ବରୁ ଜେଡି ଭାନ୍ସ ମଧ୍ୟ ଜଣେ ନାସ୍ତିକ ଥିଲେ । ସେ କୌଣସି ଧର୍ମରେ ବିଶ୍ଵାସ କରୁନଥିଲେ । ୨୦୧୯ରେ ହିଁ ସେ ନିଜେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ପତ୍ନୀ ଉଷା ଭାନ୍ସ ହିନ୍ଦୁ ପରିବାରର ଅଟନ୍ତି । ୟେଲ୍ ଲ ସ୍କୁଲରେ ସେ ଜେଡି ଭାନ୍ସଙ୍କୁ ଭେଟିଥିଲେ, ଆଉ ସେଠାରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୧୪ରେ ଉଭୟ ବିବାହ କରିଥିଲେ । ଏବେ ତାଙ୍କର ୩ଜଣ ପିଲା ଅଛନ୍ତି । ତେବେ ତାଙ୍କର ପିଲାମାନେ ଖ୍ରୀଷ୍ଟିଆନ ଧର୍ମକୁ ହିଁ ଆପଣାଇଥାନ୍ତି ।

ସେଥିପାଇଁ ସେ କହିଛନ୍ତି, ତାଙ୍କର ଇଚ୍ଛା ତାଙ୍କର ପତ୍ନୀ ଖ୍ରୀଷ୍ଟିୟାନ ଧର୍ମକୁ ଆପଣାନ୍ତୁ । ଏପରି ଷ୍ଟେଟମେଣ୍ଟ ଦେବାବେଳେ ସେ ତାଙ୍କର ପତ୍ନୀଙ୍କୁ ବାଧ୍ୟ କରିନଥିଲେ ମଧ୍ୟ ନିଜର ଇଚ୍ଛାକୁ ପ୍ରକାଶ କରିଥିଲେ ।

ଅଧିକ ପଢନ୍ତୁ : ଜେମିମାଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା, ଦରମା ସହ ବ୍ରାଣ୍ଡରୁ ପାଆନ୍ତି ଏତେ ଟଙ୍କା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଲେ ଜନସାଧାରଣ ଗଣମାଧ୍ୟମ ସାମ୍ନାରେ ନିଜର ଏହି ଇଚ୍ଛା ପ୍ରକାଶ କରିବା ତାଙ୍କୁ ଭାରି ପଡିଛି । ଯାହାକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଛି । ଜେଡି ଭାନ୍ସ ହିନ୍ଦୁ ଧର୍ମକୁ ନେଇ କେମିତି ଏପରି ଟିପ୍ପଣୀ ଦେଇପାରିଲେ ବୋଲି ଅନେକ ଲୋକ ବିରୋଧ କରିଛନ୍ତି । ଆମେରିକାର ହିନ୍ଦୁ ଆମେରିକାନ ଫାଉଣ୍ଡେସନ ଏହାକୁ ନେଇ ଜେଡିଭାନ୍ସଙ୍କ ଟିପ୍ପଣୀକୁ ତାତ୍ସଲ୍ୟ କରିଛନ୍ତି । ସେ କହିଛନ୍ତି ଜେଡି ଭାନ୍ସଙ୍କ ଏହି ଟିପ୍ପଣୀ ହିନ୍ଦୁ ଧ୍ରମକୁ ଅସମ୍ମାନ କରୁଛି । ସେପଟେ ଜେଡି ଭାନ୍ସଙ୍କ ପ୍ରଶଂସକ କହିଛନ୍ତି, ଏହି ଟିପ୍ପଣୀରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ବରଂ ସେ ତାଙ୍କ ପତ୍ନୀକୁ ନିଜର କେବଳ ଇଚ୍ଛାଟେ କହିଛନ୍ତି ।

ତେବେ ଏହାକୁ ନେଇ ଉଷା ଭାନ୍ସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ପୂର୍ବରୁ ଏହାକୁ ନେଇ ଉଷା କହିଥିଲେ, ତାଙ୍କର ଧର୍ମ ପରିବର୍ତ୍ତନ କରିବା ନେଇ କୌଣସି ଯୋଜନା ନାହିଁ ।

Related Topics

Explore more stories