Videos
|
International

ଶ୍ରୀଲଙ୍କା କ୍ରିକେଟ୍‌ ଟିମକୁ ବଡ଼ ଧକ୍କା, ଆଇସିସି ସଦସ୍ୟତାରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଲମ୍ବିତ

Jitendra Dash
Browse all articles by Jitendra Dash
·2 years ago·1 min read
ଶ୍ରୀଲଙ୍କା କ୍ରିକେଟ୍‌ ଟିମକୁ ବଡ଼ ଧକ୍କା, ଆଇସିସି ସଦସ୍ୟତାରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଲମ୍ବିତ

ଅର୍ଗସ ବ୍ୟୁରୋ : ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ କୁ ବଡ଼ ଧକ୍କା । ଆଇସିସି ସଦସ୍ୟତା ହରାଇଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । ରାଜନୈତିକ ହସ୍ତକ୍ଷେପ ପାଇଁ  କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି । ଭାରତଠାରୁ ଶୋଚନୀୟ ପରାଜୟ ପରେ ବୋର୍ଡର ସମସ୍ତ ସଦସ୍ୟଙ୍କୁ ବହିଷ୍କାର କରିଥିଲେ ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ  । ସରକାରଙ୍କ ହସ୍ତକ୍ଷେପ ଆଇସିସିର ଆଇନ ଉଲ୍ଲଂଘନ ହୋଇଥିବାରୁ ଏଭଳି ଆକ୍ସନ ନେଇଛି ଆଇସିସି ।

ଅଧିକ ପଢନ୍ତୁ ଖେଳ ଖବର

ଆଇସିସି ପକ୍ଷରୁ କୁହାଯାଇଛି ଶ୍ରୀଲଙ୍କା କ୍ରିକଟରେ ବ୍ୟାପକ ସରକାରୀ ହସ୍ତେକ୍ଷପ ହେଉଛି । ଯାହା ଫଳରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭଙ୍ଗ ହୋଇଯାଇଛି । ଆଜି ଆଇସିସି ବୋର୍ଡର ବୈଠକରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତାକୁ ନିଲମ୍ବିତ କରାଯାଇଛି । 

ଏଣିକି ଆଇସିସି ପକ୍ଷରୁ ହେବାକୁ ଥିବା କୌଣସି ପ୍ରତି ଯୋଗିତାରେ ଶ୍ରୀଲଙ୍କା ଟିମ ଭାଗ ନେଇ ପାରିବ ନାହିଁ । ବିଶ୍ୱକପରେ ଶ୍ରୀଲଙ୍କା ଟିମର ଖରାପ ପ୍ରଦର୍ଶନ ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବରଖାସ୍ତ କରିଦେଇଛି । ଏହାପରେ ଆଇସିସିର ଏହି ପଦକ୍ଷେପ ଶ୍ରୀଲଙ୍କା ଟିମକୁ ଶକ୍ତ ଝଟକା ବୋଲି କୁହାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: