Videos
|
International

Imran Khan / ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ

Rashmita Mishra
Browse all articles by Rashmita Mishra
·7 months ago·2 min read
ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ
Imran Khan

Key Points

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଲାଗିଛି ବଡ଼ ଝଟକା । ଦୁର୍ନୀତି ମାମଲାରେ ଉଭୟଙ୍କୁ ୧୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ

ତୋଶାଖାନା-୨ ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ୧୭ ବର୍ଷ ଜେଲ୍‌ଦଣ୍ଡ ଦିଆଯାଇଛି । ଶନିବାର ଏକ ସ୍ଵତନ୍ତ୍ର ଫେଡେରାଲ ତଦନ୍ତ ଏଜେନ୍ସି (FIA) କୋର୍ଟ ସେମାନଙ୍କୁ ୧୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲା ଅତ୍ୟନ୍ତ କମ୍‌ ମୂଲ୍ୟରେ ଏକ ମହଙ୍ଗା ବୁଲଗାରୀ ଅଳଙ୍କାର ସେଟ୍‌ କିଣିବା ସହ ଜଡ଼ିତ ।

ସୂଚନାନୁଯାୟୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଲାଗିଛି ବଡ଼ ଝଟକା । ଦୁର୍ନୀତି ମାମଲାରେ ଉଭୟଙ୍କୁ ୧୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (FIA)ର ଏକ ସ୍ୱତନ୍ତ୍ର କୋର୍ଟ। କୋର୍ଟ ଏହି ରାୟ ପ୍ରକାଶ କରି ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ରିପୋର୍ଟ ଅନୁସାରେ, ଘଟଣାଟି ୨୦୨୧ମସିହାର । ସେତେବେଳେ ସାଉଦି ଆରବର ଯୁବରାଜ ଇମ୍ରାନ ଖାନଙ୍କୁ ଏକ ଅତ୍ୟନ୍ତ ମୂଲ୍ୟବାନ ବୁଲଗାରୀ ଅଳଙ୍କାର ସେଟ୍ ଉପହାର ଦେଇଥିଲେ । ତଦନ୍ତରୁ ଜଣାପଡିଥିଲା ଯେ ଅଳଙ୍କାରଗୁଡ଼ିକ ପ୍ରକୃତରେ ୭୧.୫ ମିଲିୟନ ପାକିସ୍ତାନୀ ଟଙ୍କାରୁ ଅଧିକ ମୂଲ୍ୟର ଥିଲା, କିନ୍ତୁ ନିୟମ ଉଲ୍ଲଂଘନ କରି କେବଳ ୫.୮ ମିଲିୟନ ଟଙ୍କାରେ କ୍ରୟ କରାଯାଇଥିଲା । କୋର୍ଟ ଏହାକୁ ଜନସାଧାରଣଙ୍କ ବିଶ୍ୱାସ ଏବଂ ଦୁର୍ନୀତିଗ୍ରସ୍ତ ଆଚରଣ ବିରୁଦ୍ଧରେ ଠକେଇ ବୋଲି କହିଛନ୍ତି ।

ଏଥିସହ ପଢ଼ନ୍ତୁ: ୨ ଜଣଙ୍କୁ ମାରି ଭୁଲ କରିଦେଲା ISIS, ପୁରା ବଂଶ ବୁଡ଼ାଇଦେଲା ଆମେରିକା !

ଅଦାଲତର ରାୟ ଅନୁଯାୟୀ, ଇମ୍ରାନ ଖାନଙ୍କୁ ଅପରାଧିକ ପାଇଁ ୧୦ ବର୍ଷ ଏବଂ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ବୁଶରା ବିବିଙ୍କୁ ମଧ୍ୟ ସମାନ ଅଭିଯୋଗରେ ମୋଟ ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ସହିତ, ଉଭୟଙ୍କ ଉପରେ ୧୬.୪ ମିଲିୟନ ଜରିମାନା ମଧ୍ୟ କରାଯାଇଛି। ଜରିମାନା ଦେବାକୁ ବିଫଳ ହେଲେ ଅତିରିକ୍ତ ଜେଲଦଣ୍ଡ ହେବା ନେଇ ରାୟରେ କୁହାଯାଇଛି ।

୨୦୨୩ ଅଗଷ୍ଟରୁ ରାୱଲପିଣ୍ଡିର ଆଦିଆଲା ଜେଲ୍‌ରେ ଅଛନ୍ତି ଇମ୍ରାନ ଖାନ ।ଇମ୍ରାନଙ୍କ ପରିବାରକୁ ତାଙ୍କୁ ଜେଲ୍‌ରେ ଭେଟିବାକୁ ଦିଆଯାଉ ନଥିବା ସମୟରେ ଇମ୍ରାନଙ୍କ ସ୍ଵାସ୍ଥ୍ୟକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏପରିକି ଇମ୍ରାନ ଅସୁସ୍ଥ ଏବଂ ମୃତ୍ୟୁ ନେଇ ଗୁଜବ ହୋଇଥିଲା । ଶେଷରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତଲାଲ ଚୌଧରୀ ସଂସଦରେ କହିଥିଲେ, 'ଇମ୍ରାନ୍ ଠିକ ଅଛନ୍ତି, ପୂର୍ବ ଭଳି ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Imran Khan | Former Pakistan PM Imran Khan and Bushra Bibi Sentenced to 17 Years in Jail | Argus News