Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମ ସମ୍ବୋଧନରେ ପୁଟିନଙ୍କ ରଣ ହୁଙ୍କାର

Jitendra Dash
Browse all articles by Jitendra Dash
·2 years ago·1 min read
ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମ ସମ୍ବୋଧନରେ ପୁଟିନଙ୍କ ରଣ ହୁଙ୍କାର

ଅର୍ଗସ ବ୍ୟୁରୋ : ପୁନର୍ବାର ରୁଷର ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମ ସମ୍ବୋଧନରେ ପୁଟିନଙ୍କ ରଣ ହୁଙ୍କାର । ଯଦି ଆମେରିକା ଏବଂ ନାଟୋ ଦେଶ ୟୁକ୍ରେନ ଏବଂ ରୁଷର ବିବାଦରୁ ନଓହରନ୍ତି ତାହେଲେ ତୃତୀୟ ବିଶ୍ବଯୁଦ୍ଧ ହେବାକୁ କେହି ରୋକିପାରିବେ ନାହିଁ ସତର୍କ ବାଣୀ ଶୁଣାଇଛନ୍ତି ପୁଟିନ୍ । 

ଲଗାତର ୫ମ ଥର ଭାବେ ପୁଟିନ ଋଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ୮୮ ପ୍ରତିଶତ ଭୋଟ୍ ପାଇ ନିର୍ବାଚନରେ ରେକର୍ଡ ବିଜୟ ସହ ପୁଟିନ ଇତିହାସ ରଚିଛନ୍ତି ।  ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିବା ତାଲିକା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇଦେଇଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୭୧ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହୋଇଛନ୍ତି । ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି କିମ୍ବା ନିର୍ବାସନରେ ଅଛନ୍ତି । ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି । ଭାରତ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରରେ ବାସ କରୁଥିବା ଋଷ ନାଗରିକମାନେ ବି ଦେଇଥିଲେ ଭୋଟ। ପୁଟିନ ହୋଇଛନ୍ତି ଋଷର ୨୦୦ ବର୍ଷର ଇତିହାସରେ ସର୍ବାଧିକ କାଳ ରହିଥିବା ରାଷ୍ଟ୍ରପତି  ବିଜୟ ପରେ ଆଗାମୀ ୬ ବର୍ଷ ଅର୍ଥାତ୍ ୨୦୩୦ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦରେ ରହିବେ ।

Sponsored
In Election Victory Speech, Putin Warns Of World War 3 If NATO Enters Ukraine, Calls Navalny’s Death ‘Sad’ | Argus News