Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ

International

ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ : ଲେବାନନରେ ଭୟଙ୍କର ପେଜର ବିସ୍ଫୋରଣ । ନିମିଷକେ ଚାଲିଗଲା ୧୧ ଜଣଙ୍କ ପ୍ରାଣ । ଏହାସହିତ ୪ ହଜାରରୁ ଅଧିକ ଆହତ ବି ହୋଇଛନ୍ତି । ଲେବନାନରେ ଥିବା ହିଜବୁଲ୍ଲାରର ସଦସ୍ୟ ଉପରେ ଟାର୍ଗେଟ କରି ଆକ୍ରମଣ କରାଯାଇଛି । ଘଟଣାରେ ଇସ୍ରାଏଲର ହାତ ଥିବା ସୂଚନା ରହିଛି । ତେବେ ହିଜବୁଲ୍ଲାରେ ମୋବାଇଲ ଫୋନ୍ ବଦଳରେ ପେଜର ଦ୍ବାରା କଥାବାର୍ତ୍ତା ହୁଏ । ତେବେ କଣ ଏହି "ପେଜର ବିସ୍ଫୋରଣ" । କେମିତି ହୁଏ ପେଜର ବିସ୍ଫୋରଣ ଆସନ୍ତୁ ଜାଣିବା ।
'ପେଜର' କଣ
ଯେପରି ଆମେ ଅନ୍ୟଜଣଙ୍କ ସହ କଥା ହେବାପାଇଁ ମୋବାଇଲ ଫୋନ ବ୍ୟବହାର କରିଥାନ୍ତି, ସେହିପରି ଲେବାନନରେ ହିଜବୁଲ୍ଲାର ସଦସ୍ୟ ମାନଙ୍କୁ ମୋବାଇଲ ବଦଳରେ ପେଜର ଦିଆଯାଇଥାଏ । ଏହା ଏକପ୍ରକାର ଓୟାରଲେସ ରେଡିଓ ଡିଭାଇସ । ରେଡିଓ ସିଗନାଲ ଦ୍ବାରା ଏହା ମେସେଜ ରିସିଭ୍ କରିଥାଏ ।  ମେସେଜ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ସେଠାକାର ପସନ୍ଦର ଟେଲିକମ୍ୟୁନିକେସନ ବ୍ୟବସ୍ଥା ହେଉଛି ପେଜର ।
କେମିତି ହୁଏ ପେଜର ବିସ୍ଫୋରଣ ଆତଙ୍କ 
ଏକକାଳୀନ ସମୟରେ ଏହି ପେଜର ବିସ୍ଫୋରଣ ହୋଇଥାଏ । ହିଜବୁଲ୍ଲା କିଛିମାସ ପୂର୍ବରୁ ୫ ହଜାର ପେଜର ଅର୍ଡର କରିଥିଲା ।  ପେଜରେ ଭିତରେ ୩ ଗ୍ରାମର ବିସ୍ଫୋରକ ଲୁଚାଇ ରଖାଯାଇଥିଲା ।    ପ୍ରଥମେ ଏଠାକାର ହିଜବୁଲ୍ଲା ଉପରେ ମୋବାଇଲ ଫୋନ ଦ୍ବାରା ଆକ୍ରମଣ କରାଯାଉଥିଲା । ପରେ ଜଣା ପଡିବା ପରେ ହିଜବୁଲ୍ଲାରେ ଗତ ଫେବୃଆରୀରେ ପେଜର ଅର୍ଡର କରାଯାଇଥିଲା । ଏହାକୁ ଏପରି ଡିଜାଇନ କରି ଏଥିରେ ବିଷାକ୍ତ ବିସ୍ଫୋରକ ରଖାଯାଇଥିଲା ଯେ, ଏହାକୁ ଆଣିବା ବେଳେ କିଛି ଆଭାସ ମିଳିନଥିଲା । ଏହାପରେ ଏଥିରେ ରଖାଯାଇଥିବା ବିସ୍ଫୋରକକୁ ରେଡିଓ ସିଗନାଲ ଦ୍ବାରା ଟ୍ରିଗର କରାଯାଇଥାଏ । ଯାହାଦ୍ବାରା ଏକାବେଳେ ସମସ୍ତ ପେଜର ବ୍ଲାଷ୍ଟ କରିଥାଏ । ତେବେ ଏହି ସପ୍ଲାଏ ପଏଜନ ପଦ୍ଧତିରେ ଅନେକ ବଡବଡ କମ୍ପାନୀ ସାମିଲ ଥାଆନ୍ତି ।  
ତେବେ ପ୍ରକୃତରେ ଏହି ଘଟଣା ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ କରାଯାଉଥିବା ବେଳେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
In Lebanon, the terrible "pager explosion", the lives of 11 people were lost | Argus News