Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁଦୃଢ ହେଲା ଭାରତ ବ୍ରୁନେଇ ସମ୍ପର୍କ , ବିଭିନ୍ନ ବ୍ୟବସାୟିକ ଚୁକ୍ତି ସ୍ବାକ୍ଷର

International

ସୁଦୃଢ ହେଲା ଭାରତ ବ୍ରୁନେଇ ସମ୍ପର୍କ , ବିଭିନ୍ନ ବ୍ୟବସାୟିକ ଚୁକ୍ତି ସ୍ବାକ୍ଷର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସୁଦୃଢ ହେଲା ଭାରତ ବ୍ରୁନେଇ ସମ୍ପର୍କ ,  ବିଭିନ୍ନ ବ୍ୟବସାୟିକ ଚୁକ୍ତି ସ୍ବାକ୍ଷର

ଅର୍ଗସ ବ୍ୟୁରୋ : ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ।  ପିଏମ ମୋଦିଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଛନ୍ତି ସିଙ୍ଗାପୁର ପିଏମ ଲରେନ୍ସ ୱଙ୍ଗ । ଆସନ୍ତାକାଲି ହେବ ଦ୍ବିପାକ୍ଷିକ ଆଲୋଚନା । ବ୍ରୁନେଇରୁ ଆଜି ସଂଧ୍ୟାରେ ସିଙ୍ଗାପୁରରେ ପହଞ୍ଚିଥିଲେ  ପ୍ରଧାନମନ୍ତ୍ରୀ ମୋଦି । ମଜବୁତ ହେଉଛି ଭାରତ ଦକ୍ଷିଣ ପୂର୍ବ ଏସୀୟ ଦେଶ ସହ ସହଭାଗିତା । ବ୍ରୁନେଇ ଓ ଭାରତର ସମ୍ବନ୍ଧରେ ସୃଷ୍ଟି ହୋଇଛି ନୂଆ ଦିଶା । ଦୁଇ ଦେଶର ଦ୍ବିପାକ୍ଷିକ ସପର୍କକୁ ୪୦ ବର୍ଷ ପୂର୍ତ୍ତି ଅବସରରେ ସଂପର୍କକୁ ସୁଦୃଢ କରିବାକୁ ବ୍ରୁନେଇ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଉଭୟ ଦେଶର ଅର୍ଥନୈତିକ , ବ୍ୟବସାୟିକ ସଂପର୍କକୁ ମଜବୁତ୍ କରିବା ଦିଗରେ ଉଭୟ ଦେଶ ବଦ୍ଧପରିକର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଅଧିକ ପଢନ୍ତୁ : ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ମୋଦି

ଏହି ଅବସରରେ ବ୍ରୁନେଇ ସୁଲତାନ୍ ହାଜି ହସନାଲ ବୋଲକିଆଙ୍କ ଦ୍ବିପାକ୍ଷିକ ଆଲୋଚନା କରିବା ସହିତ ବିଭିନ୍ନ ବ୍ୟବସାୟିକ ଚୁକ୍ତି ସ୍ବାକ୍ଷର କରିଛନ୍ତି ପ୍ରଧାନମନ୍ତ୍ରୀ । ବ୍ରୁନେଇ ଗସ୍ତର ଦ୍ୱିତୀୟ ଦିନରେ, ପ୍ରଧାନମନ୍ତ୍ରୀ ମୋଦି ବ୍ରୁନେଇର ସୁଲତାନ ହାସନଲ ବୋଲକିୟାଙ୍କୁ ଭେଟିଥିଲେ। ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ସବୁଠାରୁ ଦୀର୍ଘତମ ସମୟ ଶାସନରେ ରହିବାରେ  ବ୍ରୁନେଇର ସୁଲତାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
India-Brunei relations improved, various trade agreements were signed | Argus News