ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ -୨୦୨୭ରେ ଆସୁଛି ଜାପାନର E10 ଶିଙ୍କାନସେନ୍

Key Points
ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍…
ମୁମ୍ବାଇରୁ ଅହମ୍ମଦାବାଦ-ମାତ୍ର 2 ଘଣ୍ଟା 7 ମିନିଟ୍
ମିଶିବ ଜାପାନର ଟେକ୍ନୋଲୋଜି ଓ ଭାରତର ଟ୍ୟାଲେଣ୍ଟ
E10 ଶିଙ୍କାନସେନ୍ ସିରିଜ୍, ଯାହାର ଘଣ୍ଟାପ୍ରତି ବେଗ ହେବ ୩୨୦ କି.ମି. । ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସେତେବେଳର ଜାପାନ ପ୍ରଧାନମନ୍ତ୍ରୀ ଶିନ୍ଜୋ ଆବେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ ରେଲ ପ୍ରୋଜେକ୍ଟର ଶିଳାନ୍ୟାସ କରିଥିଲେ। ଏବେ ୨୦୨୭ରେ ପ୍ରଥମ ପର୍ଯ୍ୟାୟ, ଓ ୨୦୨୮ରେ ସମ୍ପୂର୍ଣ୍ଣ ୫୦୮ କି.ମି. ରୁଟ୍ କାର୍ଯ୍ୟକ୍ଷମ ହେବ। ଯାହାପାଇଁ ଜାପାନ ୮୦% ଖର୍ଚ୍ଚ ଦେଇ ପ୍ରକଳ୍ପ ପାଇଁ ଫଣ୍ଡିଙ୍ଗ କରୁଛି। ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତ-ଜାପାନ ଇକୋନୋମିକ ଫୋରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଜାପାନର ଟେକ୍ନୋଲୋଜି ଓ ଭାରତର ଟ୍ୟାଲେଣ୍ଟ ମିଶି ଚିତ୍ର ବଦଳାଇ ପାରିବେ । ଭାରତର ବିକାଶ ଯାତ୍ରାରେ ଜାପାନର ସହଯୋଗ ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହା ସହିତ, ଭବିଷ୍ୟତରେ ଦିଲ୍ଲୀ-ଅମୃତସର, ପୁଣେ-ଅହମଦାବାଦ ଭଳି ଅନ୍ୟାନ୍ୟ ବୁଲେଟ ଟ୍ରେନ କରିଡର ଉପରେ ମଧ୍ୟ ଆଲୋଚନା ହେଉଛି।ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମିୟାଗି ସ୍ଥିତ ବୁଲେଟ୍ ଟ୍ରେନ୍ କାରଖାନା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଜାପାନ, ଭାରତରେ ୧୦ ଟ୍ରିଲିୟନ୍ ଅର୍ଥାତ ୫.୯୩ ଲକ୍ଷ କୋଟି ଟଙ୍କା ନିବେଶ ଘୋଷଣା କରିବା ନେଇ ଜାପାନ ଗଣମାଧ୍ୟମରେ ପ୍ରକାଶ ପାଇଛି ।
📱 Get Argus News App
✨କ’ଣ ଏହି ବୁଲେଟ୍ ଟ୍ରେନ୍?
ଏହି ବୁଲେଟ୍ ଟ୍ରେନ୍ଅତି କମରେ 250 କି.ମି.ପ୍ରତି ଘଣ୍ଟା ବେଗରେ ଚାଲେ ଓ ବିଶେଷ ଟ୍ରାକ ଉପରେ ହିଁ ଚଳାଚଳ କରିଥାଏ। ଏହା ହେଉଛି, ବେଗ, ସୁବିଧା ଓ ଆଧୁନିକତାର ପରିଚୟ-ବୁଲେଟ୍ ଟ୍ରେନ୍!’ ଏହା ହେଉଛି ଏକ ହାଇସ୍ପିଡ୍ ରେଳ ନେଟୱର୍କ, ଯାହା ଫ୍ରାନ୍ସ, ଚୀନ୍, ଦକ୍ଷିଣ କୋରିଆ, ଟର୍କି, ସ୍ପେନ୍, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ୍ଓ ବେଲଜିୟ ଭଳି ଦେଶରେ ଚାଲୁଛି।
E10 ଶିଙ୍କାନସେନ୍ ସିରିଜ-ଭାରତରେ ବୁଲେଟ୍ ଟ୍ରେନ୍ର ନୂଆ ଅଧ୍ୟାୟ
ବେଗ, ସୁରକ୍ଷା ଓ ଆଧୁନିକତାର ନୂଆ ପରିଚୟ। ଭାରତ ପାଖରେ ପୂର୍ବରୁ E5 ଶିଙ୍କାନସେନ୍ ସିରିଜ କିଣିବାର ପ୍ରସ୍ତାବ ଥିଲା।କିନ୍ତୁ ପ୍ରକଳ୍ପରେ ବିଳମ୍ବ ଓ ଜାପାନ ଟେକ୍ନୋଲୋଜିରେ ନୂତନ ଅଗ୍ରଗତି ପରେ, ଭାରତକୁ ପ୍ରଦାନ କରାଗଲା next-gen E10 ସିରିଜ। ଏହାର ଡିଜାଇନ୍ ଜାପାନର ସକୁରା (ଚେରି ବ୍ଲସମ୍) ଫୁଲରୁ ପ୍ରେରଣା ପାଇ ନିର୍ମାଣ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଟ୍ରେନ୍ ଭୂକମ୍ପ-ପ୍ରୁଫ୍ । ଏହା E5 series ଠାରୁ ଅଧିକ ଅପଗ୍ରେଡ, ଏଥିରେ ଅଧିକ ଯାତ୍ରୀଙ୍କ ସହ ଲଗେଜ ରଖିବା ପାଇଁ ସ୍ଥାନ ରହିଛି, E10 ସିରିଜର ଏହି ବୁଲେଟ ଟ୍ରେନ୍ ଘଣ୍ଟାପ୍ରତି ୩୨୦କିମିରୁ ୩୬୦ କିମି ପର୍ଯ୍ୟନ୍ତ ବେଗରେ ଗତି କରିପାରେ, ଏଥିରେ ଆଡଭାନ୍ସଡ ବ୍ରେକ ସିଷ୍ଟମ ରହିଛି। E5 seriesରୁ E 10 ସିରିଜ ଅଧିକ ଉନ୍ନତ ଟେକନୋଲୋଜିରେ ନିର୍ମିତ।
ଭବିଷ୍ୟତର ଟେକ୍ନୋଲୋଜି-ନୂତନ ଦକ୍ଷ ଇଂଜିନ, E10 series, E5 ଓ E2 trainକୁ ମଧ୍ୟ ମାତ ଦେବାର କ୍ଷମତା ରଖୁଛ। ସେଥିପାଇଁ interim set-E5 ଓ E3-ଭାରତକୁ ଦିଆଯାଇଛି। ତେବେ, ୨୦୨୭ରେ ମୁମ୍ବାଇ-ଅହମ୍ମଦାବାଦ ରୁଟରେ E5 series ପ୍ରଥମେ ଚାଲିବ।
“ଆସନ୍ତୁ, ମେକ-ଇନ-ଇଣ୍ଡିଆକୁ ପ୍ରୋତ୍ସାହନ ଦେବା”-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନରେ ତାଙ୍କର ପ୍ରଥମ ଉଦ୍ବୋଧନରେ, ଜାପାନ ପାଇଁ ଭାରତକୁ ଉତ୍ପାଦକ ଦେଶ ଭାବେ ପ୍ରସ୍ତାବ କଲେ। ମେଟ୍ରୋରୁ ନେଇ ମ୍ୟାନୁଫ୍ୟାକଚରିଂ, ସେମିକଣ୍ଡକ୍ଟରରୁ ନେଇ ଷ୍ଟାର୍ଟଅପ୍ ସବୁକ୍ଷେତ୍ରରେ ଜାପାନ ସହ ଭାରତର ସମ୍ପର୍କ ବଢ଼ିଛି । ଜାପାନର କମ୍ପାନୀ ଭାରତରେ ୪୦ ବିଲିଅନ ଡଲାରରୁ ଅଧିକ ପୁଞ୍ଜି ନିବେଶ କରିଛନ୍ତି । ବିଗତ ୨ ବର୍ଷରେ ୧୩ ବିଲିଅନ୍ ଡଲାରର ଘରୋଇ ନିବେଶ ହୋଇଛି । ୮୦ ପ୍ରତିଶତ କମ୍ପାନୀ ଭାରତ ଆସିବାକୁ ଚାହୁଁଛନ୍ତି, ୭୫ ପ୍ରତିଶତ ଲାଭରେ ଅଛନ୍ତି ।