Videos
|
International

Cross Border Friendship / ସୀମା ସରହଦ ଭୁଲି ଏକାଠି ହେଲେ ଭାରତ, ପାକିସ୍ତାନ ଓ ବାଂଲାଦେଶର ସୁନ୍ଦରୀ, ମିସ୍ ୟୁନିଭର୍ସ ମଞ୍ଚରେ ଦେଖାଇଲେ ଗ୍ଲାମରସ୍ ଅନ୍ଦାଜ

Bikash Mohanty
Browse all articles by Bikash Mohanty
·1 hour ago·2 min read
ସୀମା ସରହଦ ଭୁଲି ଏକାଠି ହେଲେ ଭାରତ, ପାକିସ୍ତାନ ଓ ବାଂଲାଦେଶର ସୁନ୍ଦରୀ, ମିସ୍ ୟୁନିଭର୍ସ ମଞ୍ଚରେ ଦେଖାଇଲେ ଗ୍ଲାମରସ୍ ଅନ୍ଦାଜ
Miss Universe

Key Points

ସୀମା ସରହଦ ଭୁଲି ଏକାଠି ହେଲେ ତିନି ଦେଶର ସୁନ୍ଦରୀ!
ଭାରତ, ପାକିସ୍ତାନ ଓ ବାଂଲାଦେଶର ସୁନ୍ଦରୀ 
ମିସ୍ ୟୁନିଭର୍ସ ମଞ୍ଚରେ ଦେଖିବାକୁ ମିଳିଲା ଗ୍ଲାମରସ୍ ଅନ୍ଦାଜ
ନୂଆଦିଲ୍ଲୀ: ଭାରତ, ପାକିସ୍ତାନ ଓ ବାଂଲାଦେଶ। ତିନୋଟି ଦେଶର ରାଜନୈତିକ ସମ୍ପର୍କ ଯେତେ ଜଟିଳ ହେଉ ନା କାହିଁକି, ଏହି ତିନି ଦେଶର ସୁନ୍ଦରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଦ୍ଭୁତ ବନ୍ଧୁତା। ରାଜନୀତି, ସୀମା ବିବାଦ ଓ ଦେଶର ପାର୍ଥକ୍ୟକୁ ପଛରେ ପକାଇ ଏକାଠି ହୋଇଛନ୍ତି ତିନି ଦେଶର ସୁନ୍ଦରୀ । ମିସ୍ ୟୁନିଭର୍ସ ମଞ୍ଚରେ ସେମାନଙ୍କର ଏହି ଗ୍ଲାମରସ୍ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁଏର୍ଟୋ ରିକୋରେ ଆୟୋଜିତ ମିସ୍ ୟୁନିଭର୍ସ ଇଭେଣ୍ଟରେ ଭାରତର କାଜିଆ ଲିଜ୍ ମେଜୋ, ପାକିସ୍ତାନର ମିସବା ଏବଂ ବାଂଲାଦେଶର ସମୀରା ଖାନ ଏକାଠି ନଜର ଆସିଥିଲେ। ତିନି ଜଣଙ୍କର ହସହସ ଚେହେରା, ଆକର୍ଷଣୀୟ ପୋଷାକ ଏବଂ ଆତ୍ମବିଶ୍ୱାସଭରା ଅନ୍ଦାଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ବନ୍ଧୁତାର ରଙ୍ଗରେ ରଙ୍ଗେଇ ହେଲେ ତିନି ସୁନ୍ଦରୀ

ତିନି ଦେଶର ଏହି ସୁନ୍ଦରୀମାନେ ନିଜ ନିଜ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ବିଶେଷ କରି ବାଂଲାଦେଶର ସମୀରା ଖାନଙ୍କ ପୋଷ୍ଟ ଚର୍ଚ୍ଚାକୁ ଆସିଛି। ସେ ନିଜ କ୍ୟାପସନରେ ଲେଖିଛନ୍ତି, "ଦେଶ ଭିନ୍ନ, ପତାକା ଭିନ୍ନ, କିନ୍ତୁ ପ୍ରେମ ଏବଂ ବନ୍ଧୁତା ସମାନ। ସୀମା ଆମ ସମ୍ପର୍କ ମଧ୍ୟରେ କେବେ ବାଧା ସୃଷ୍ଟି କରିପାରିବ ନାହିଁ।" । ଏହା ସହିତ ସେ #Sisterhood ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି। ତାଙ୍କର ଏହି ବାର୍ତ୍ତା ତିନି ଦେଶର ଲୋକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ସୃଷ୍ଟି କରିଛି। ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ସେମାନଙ୍କର ଏହି ବନ୍ଧୁତାକୁ ପ୍ରଶଂସା କରୁଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସୈଫ୍ ଅଲ୍ଲୀ ଖାନଙ୍କୁ ଧମକ ମାମଲାରେ ନୂଆ ମୋଡ଼, ଏହି ଅଭିଯୁକ୍ତଙ୍କ ନାଁକୁ ନେଇ ବଢ଼ିଲା ଚର୍ଚ୍ଚା!

କାହାର ଫ୍ୟାଶନ୍ ଷ୍ଟାଇଲ୍ କେମିତି ଥିଲା?


ଏହି ମିଳନରେ ତିନି ସୁନ୍ଦରୀଙ୍କ ଫ୍ୟାଶନ୍ ଷ୍ଟାଇଲ୍ ମଧ୍ୟ ଥିଲା ଖୁବ୍ ଆକର୍ଷଣୀୟ। ଭାରତର କାଜିଆ ଲିଜ୍ ମେଜୋ ଏକ ଷ୍ଟ୍ରାପଲେସ୍ ଟପ୍ ଏବଂ ଟ୍ରାଉଜର ସହିତ ବର୍ଗଣ୍ଡି ରଙ୍ଗର କୋ-ଅର୍ଡ ସେଟ୍ ପିନ୍ଧିଥିଲେ। ଲଗ୍ଜୁରୀ ଫ୍ୟାଶନ୍ ବ୍ରାଣ୍ଡ ରୋଜା ଡେମ୍‌ର ଏହି ପୋଷାକରେ ସେ ବେଶ୍ ଷ୍ଟାଇଲିସ୍ ଦେଖାଯାଉଥିଲେ। ଅନ୍ୟପଟେ, ବାଂଲାଦେଶର ସମୀରା ଖାନ ପାଉଡର ବ୍ଲୁ ରଙ୍ଗର ପାୱାର ସୁଟ୍‌ରେ ନଜର ଆସିଥିଲେ। କଷ୍ଟମ୍ ଫିଟ୍ ବ୍ଲେଜର ଏବଂ ଟେଲର୍ଡ ପ୍ୟାଣ୍ଟ ତାଙ୍କ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିଥିଲା। ସେହିପରି ପାକିସ୍ତାନର ମିସବା ଏକ ମଡର୍ଣ୍ଣ ୱେଷ୍ଟର୍ଣ୍ଣ ଆଉଟଫିଟ୍‌ରେ ନିଜର ଫ୍ୟାଶନ୍ ଷ୍ଟେଟମେଣ୍ଟ ଦେଖାଇଥିଲେ। ସାର୍ଟ, ସ୍କର୍ଟ ଏବଂ ଏମ୍ବ୍ରୋଡରୀ କର୍ସେଟ୍‌ର ମିଶ୍ରଣ ତାଙ୍କ ଲୁକ୍‌କୁ ଏକ ଭିନ୍ନ ପରିଚୟ ଦେଇଥିଲା।

ଗ୍ଲାମର ସହ ବନ୍ଧୁତାର ବାର୍ତ୍ତା

ତିନି ଜଣ ନିଜ ନିଜ ଦେଶର ସାଶ୍ ପିନ୍ଧି ଏକାଠି ଫଟୋ ଉଠାଇଥିଲେ। ଏହି ଫଟୋଗୁଡ଼ିକରେ ତାଙ୍କର ଗ୍ଲାମରସ୍ ଅନ୍ଦାଜ ସହ ପରସ୍ପର ପ୍ରତି ଥିବା ସ୍ନେହ ଓ ସମ୍ମାନ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ରାଜନୈତିକ ମତଭେଦ ଓ ସୀମା ବିବାଦ ମଧ୍ୟରେ ଏଭଳି ଏକ ଦୃଶ୍ୟ ଅନେକଙ୍କ ମନ ଜିଣିଛି। ତିନି ଦେଶର ସୁନ୍ଦରୀଙ୍କ ଏହି ଗ୍ଲାମରସ୍ ମିଳନ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍ ହେଉଛି।