Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

India Pakistan / ପାକିସ୍ତାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲା ଭାରତ

Rashmita Mishra
Browse all articles by Rashmita Mishra
·4 months ago·2 min read
ପାକିସ୍ତାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲା ଭାରତ
India Pakistan

Key Points

ଭାରତର ଏମିତି ଦୃଶ୍ୟ ଦେଖି ଭୟରେ ପାକିସ୍ତାନ ।
ଯୁଦ୍ଧ ସମୟରେ ଭାରତ ବି ଚୁପ ରହି ନାହିଁ ।
ଭାରତର ଏମିତି ସବୁ ଦୃଶ୍ୟ ଦେଖି ଏବେ ଭୟରେ ପାକିସ୍ତାନ ।
ପାକିସ୍ତାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲା ଭାରତ । 

ତୁହାକୁ ତୁହା ମିଶାଇଲ ମାଡ଼ କଲା ଭାରତ । ଟ୍ୟାଙ୍କ ଠାରୁ ବୋଫର୍ସ ସୀମା ଉପରେ କଲେ ଆକ୍ରମଣ । ଆକାଶରୁ ଯୁଦ୍ଧ ବିମାନ ଗର୍ଜନ କରି ଶତ୍ରୁ ମାନଙ୍କ ଉପରେ ପକାଇଲା ବୋମା । ଶତ୍ରୁ ମାନଙ୍କ ଆଡ୍ଡାକୁ ଲକ୍ଷ କରି ହେଲା ଆକ୍ରମଣ । ସବୁ କିଛି ଧ୍ବଂସ ହୋଇ ଯାଇଛି । ଭାରତୀୟ ସେନା ତାର ଭୟଙ୍କର ରୂପ ଦେଖାଇଛି ।

ଆଉ ଏମିତି ଦୃଶ୍ୟକୁ ଦେଖି ପାକିସ୍ତାନ ପୁରା ଭୟରେ । କଣ କରିବ କିଛ ଜାଣି ପାରୁ ନାହିଁ । ଆଫଗାନିସ୍ତାନ ତା ଉପରେ ଆକ୍ରମଣ କରୁଥିବା ବେଳେ ଭାରତ ବି ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି । ଚାରିପଟରୁ ପାକିସ୍ତାନ ଏବେ ସନ୍ତୁଳି ହେଲାଣି । ଏବେ ପାକିସ୍ତାନ ପୁରା ପାଉଁଶ ହେବା ଉପରେ ।

ଭାରତୀୟ ସେନା ସୀମା ଉପରେ ଶତ୍ରୁ ମାନଙ୍କୁ ଆକ୍ରମଣ କରିବା ପାଇଁ ପୁରା ତୟାର ହୋଇ ରହିଛି ।  ଧାଡ଼ି ହୋଇ ଛିଡ଼ା ହୋଇଛି ଆର୍ଟିଲାରି ଠାରୁ ଏୟାର ଡିଫେନ୍ସ ମିଶାଇଲ ଏବଂ ଏ ୧୭ ଗନ୍‌ ।  ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ଘୁ ଘୁ ଗର୍ଜନ କରି ଉଡ଼ୁଛି ଯୁଦ୍ଧ ବିମାନ । ହେଲିକପ୍ଟର ବି ପୁରା ଆକ୍ସନ ମୁଡ଼ରେ ରହିଛି ।  ଚାରି ପଟରୁ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ହେଉଛି ଯୁଦ୍ଧ ପ୍ରସ୍ତୁତି ।  ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାର ପୋଖ୍ରାନ୍‌ ମରୁଭୂମି ଉପରେ ।  ଆଉ ଏମିତି ଦୃଶ୍ୟକୁ ଦେଖି ପାକିସ୍ତାନ ପୁରା ଭୟରେ । କଣ କରିବ କିଛି ବୁଝିପାରୁ ନାହିଁ । କାରଣ ଭାରତ ଯଦି ଆକ୍ରମଣ କରେ ତାହାଲେ ପାକିସ୍ତାନ ଆଉ ରହିବ ନାହିଁ ।

ଜାରି ରହିଛି ଭୋଟ ଗଣତି; ବାଲେନଙ୍କ ଆଗରେ ଓଲି ମାରିଲେ ଚିତପଟାଙ୍ଗ

ଯଦି ଦେଖିବା ପୁରା ବିଶ୍ଵରେ ଏବେ ଲାଗି ରହିଛି ଯୁଦ୍ଧ ସ୍ଥିତି । ଏମିତି ସ୍ଥିତିରେ ଭାରତ ଆଗୁଆ କରିଛି ଯୁଦ୍ଧଭ୍ୟାସ । ଭାରତୀୟ ସେନା ଅଗ୍ନି ବର୍ଷା କୌଶଳ ଦେଖାଇଛି । ଭାରତ ଉପରେ ଯଦି ଆକ୍ରମଣ ହୁଏ ତାହାଲେ ଭାରତ ତାର ସାମ୍ନା କେମିତି କରିବ ଏହି ଭିଡିଓରେ ଦେଖାଇଛି । ରାଜସ୍ଥାନର ପୋଖ୍ରାନ ମୁରଭୂମିରେ ଭାରତ କରିଛି ରଣକୌଶଳ। ଯେଉଁ ଦୃଶ୍ୟ ଏବେ ପାକିସ୍ତାନ ସେନା ପାଖରେ ଯାଇ ପହଞ୍ଚି ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Pakistan | India Prepares for Possible Military action against Pakistan | Argus News