India Slams Pakistan / ଜାତିସଂଘରେ ପାକିସ୍ତାନ ବିରୁଦ୍ଧରେ ଗର୍ଜିଲା ଭାରତ, ମିଥ୍ୟା ପ୍ରଚାର କରୁଛି ପାକିସ୍ତାନ
·2 hours ago·2 min read

Key Points
ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ସମାଲୋଚନା
ମିଥ୍ୟା ପ୍ରଚାର କରୁଛି ପାକିସ୍ତାନ
'ଡି-କମ୍ପାନୀ' ଭାରତ-ସ୍ଥିତ ନୁହେଁ
ଦାଉଦ ପାକିସ୍ତାନରେ ଲୁଚି ରହିଛି
ମିଥ୍ୟା ପ୍ରଚାର କରୁଛି ପାକିସ୍ତାନ
'ଡି-କମ୍ପାନୀ' ଭାରତ-ସ୍ଥିତ ନୁହେଁ
ଦାଉଦ ପାକିସ୍ତାନରେ ଲୁଚି ରହିଛି
ନୂଆଦିଲ୍ଲୀ,୨୨/୧୦: ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି ଭାରତ। ମିଥ୍ୟା ପ୍ରଚାର କରୁଛି ପାକିସ୍ତାନ। 'ଡି-କମ୍ପାନୀ' ଭାରତ-ସ୍ଥିତ ନୁହେଁ। ଦାଉଦ ପାକିସ୍ତାନରେ ଲୁଚି ରହିଛି। ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମକୁ ନେଇ ମିଳିତ ଜାତିସଂଘ (UN) ର ସ୍ୱତନ୍ତ୍ର ରିପୋର୍ଟର ବେନ୍ ସଲ୍ଙ୍କ ଏକ ବୟାନକୁ ନେଇ ଭାରତ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି। ସ୍ୱତନ୍ତ୍ର ରିପୋର୍ଟର ନିଜ ଆତଙ୍କବାଦ-ନିରୋଧୀ ରିପୋର୍ଟରେ ‘ଡି-କମ୍ପାନୀ’କୁ ଏକ "ଭାରତ-ଆଧାରିତ" ଅପରାଧିକ ସଂଗଠନ ଭାବେ ବର୍ଣ୍ଣନା କରିବା ପରେ ଭାରତୀୟ କୂଟନୀତିଜ୍ଞ ଏହାର କଡ଼ା ଜବାବ ଦେଇଛନ୍ତି।
ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତୀୟ କୂଟନୀତିଜ୍ଞ ରଘୁ ପୁରୀ ଜାତିସଂଘର ଏହି ଭୁଲ୍ ତଥ୍ୟ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦାଉଦ୍ ଇବ୍ରାହିମ୍ ଭାରତରେ ନାହିଁ, ବରଂ ସେ ପାକିସ୍ତାନରେ ଆଶ୍ରୟ ନେଇଛି। ଏହି ସେହି ପାକିସ୍ତାନ, ଯେଉଁଠାରେ ଆତଙ୍କବାଦୀ ଓସାମା ବିନ୍ ଲାଦେନ୍ ଲୁଚି ରହିଥିଲା ଏବଂ ପରବର୍ତ୍ତୀ ସମୟରେ ସେଠାରେ ହିଁ ନିହତ ହୋଇଥିଲା।
ଭାରତୀୟ କୂଟନୀତିଜ୍ଞ ଆହୁରି ମଧ୍ୟ କହିଛନ୍ତି ଯେ ୧୯୯୩ ମସିହା ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଦାଉଦ୍ ଇବ୍ରାହିମ୍ ମୁଖ୍ୟ ଅଭିଯୁକ୍ତ ଏବଂ ସେହି ସମୟରୁ ହିଁ ସେ ଭାରତ ଛାଡ଼ି ଫେରାର୍ ଅଛି। ୨୦୦୩ ମସିହାରେ ଅଲ-କାଏଦା ସହ ସମ୍ପୃକ୍ତି ପାଇଁ ଦାଉଦକୁ ଜାତିସଂଘ ସୁରକ୍ଷା ପରିଷଦର '୧୨୬୭ ନିଷେଧାଦେଶ କମିଟି' ଅଧୀନରେ ତାଲିକାଭୁକ୍ତ କରାଯାଇଥିଲା।
ପଢନ୍ତୁ ଏହି ଖବର: ଭାରତରେ ବିକ୍ଷୋଭ ପଛରେ ଅନ୍ତର୍ଜାତୀୟ ନେଟୱର୍କ ! ୧୦୧ ଟି ସଂଗଠନର ନେଟୱର୍କ ସକ୍ରିୟ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାତିସଂଘର ନିଜସ୍ୱ ପ୍ରତିବନ୍ଧକ ତାଲିକା ଅନୁଯାୟୀ ମଧ୍ୟ ଦାଉଦ୍ ବର୍ତ୍ତମାନ ପାକିସ୍ତାନରେ ଅବସ୍ଥାନ କରୁଛି। ଏହା ସତ୍ତ୍ୱେ ଜାତିସଂଘର ବିଶେଷ ପ୍ରତିନିଧିମାନେ ତଥ୍ୟଗତ ଭୁଲ୍ ରିପୋର୍ଟ ପ୍ରକାଶ କରିବା ଏବଂ ସେଥିପାଇଁ ସେମାନଙ୍କୁ ଦାୟୀ କରା ନଯିବା ଅତ୍ୟନ୍ତ ଚିନ୍ତାଜନକ। ଏହିପରି ଅସମ୍ପୂର୍ଣ୍ଣ ଓ ପକ୍ଷପାତପୂର୍ଣ୍ଣ ତଥ୍ୟ ଜାତିସଂଘ ଭଳି ସଂସ୍ଥାର ବିଶ୍ୱସନୀୟତା ପ୍ରତି ଆହ୍ୱାନ ସୃଷ୍ଟି କରୁଛି।
ଶେଷରେ ଭାରତ ଦାବି କରିଛି ଯେ ଆତଙ୍କବାଦ ଭଳି ସମ୍ବେଦନଶୀଳ ମୁଦ୍ଦାରେ ନିରପେକ୍ଷତା ଓ ନିର୍ଭୁଲ ତଥ୍ୟ ବଜାୟ ରଖିବା ନିହାତି ଆବଶ୍ୟକ। ନିଜର ଦାୟିତ୍ୱହୀନ ବୟାନ ଓ ରିପୋର୍ଟ ପାଇଁ ଜାତିସଂଘର ଅଧିକାରୀମାନଙ୍କୁ ଜବାବଦେହୀ କରାଯିବା ଉଚିତ୍।
Related Topics
Explore more stories