International Network / ଭାରତରେ ବିକ୍ଷୋଭ ପଛରେ ଅନ୍ତର୍ଜାତୀୟ ନେଟୱର୍କ ! ୧୦୧ ଟି ସଂଗଠନର ନେଟୱର୍କ ସକ୍ରିୟ !
·59 mins ago·1 min read

Key Points
ଫ୍ରାନ୍ସର ବିକ୍ଷୋଭ ଓ ଭାରତ ବିକ୍ଷୋଭ ମଧ୍ୟରେ ସମ୍ପର୍କ!
୯ ଦେଶର ୧୦୧ଟି ସଂଗଠନର ନେଟୱାର୍କ!
ଫ୍ରାନ୍ସ ଘଟଣା ଓ ଭାରତ ବିକ୍ଷୋଭ ମଧ୍ୟରେ ସମ୍ପର୍କ ଦାବି
ଆମେରିକୀୟ ଚ୍ୟାନେଲ୍ ଫକ୍ସ ନ୍ୟୁଜ୍ର ରିପୋର୍ଟ

ନୁଆଦିଲ୍ଲୀ,୨୨/୧୦: ଫ୍ରାନ୍ସର ବିକ୍ଷୋଭ ଓ ଭାରତ ବିକ୍ଷୋଭ ମଧ୍ୟରେ ସମ୍ପର୍କ। ୯ ଦେଶର ୧୦୧ଟି ସଂଗଠନର ନେଟୱାର୍କ। ଫ୍ରାନ୍ସରେ ହୋଇଥିବା ଦଙ୍ଗା ଏବଂ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ହୋଇଥିବା ପ୍ରଦର୍ଶନ ମଧ୍ୟରେ ସମ୍ପର୍କ ରହିଥିବାର ଦାବି କରିଛି ଆମେରିକୀୟ ଚ୍ୟାନେଲ୍ ଫକ୍ସ ନ୍ୟୁଜ୍।
ଆମେରିକୀୟ ଚ୍ୟାନେଲ୍ ଫକ୍ସ ନ୍ୟୁଜ୍ର ରିପୋର୍ଟ ଅନୁସାରେ, ୯ଟି ଦେଶରେ ୧୦୧ଟି ସଂଗଠନର ଏକ ନେଟୱାର୍କ ବିସ୍ତାର ହୋଇଛି। ରିପୋର୍ଟ ଅନୁସାରେ, ଏହି ସଂଗଠନଗୁଡ଼ିକ ୟୁରୋପରେ ପ୍ରଦର୍ଶନ ଆୟୋଜନ, ସେମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ଏବଂ ବାର୍ତ୍ତା ପ୍ରସାରରେ ଭୂମିକା ନିଭାଉଛନ୍ତି। ଗ୍ଲୋବାଲ୍ କେଓସ୍ ଇଙ୍କ୍ ଗ୍ରୋଜ୍ ଟୁ ୧୦୧ ଗ୍ରୁପ୍ସ’ରିପୋର୍ଟ ଅନୁସାରେ, ୧୦୧ଟି ସଂଗଠନ ମଧ୍ୟରୁ ୩୩ଟିର ନେତୃତ୍ୱ ଛାତ୍ର କିମ୍ବା ଯୁବକମାନଙ୍କ ହାତରେ ଅଛି। ବାକି ସଂଗଠନର ନେତୃତ୍ୱ ମୁଖ୍ୟତଃ ବୟସ୍କମାନେ କରନ୍ତି। ରିପୋର୍ଟରେ ଏହି ନେଟୱାର୍କକୁ ‘ରେଡ୍-ଗ୍ରୀନ୍ ପ୍ରୋଟେଷ୍ଟ ଇକୋସିଷ୍ଟମ୍’ ନାମ ଦିଆଯାଇଛି। ଏଥିରେ ‘ରେଡ୍’ର ସମ୍ପର୍କ କମ୍ୟୁନିଷ୍ଟ ଓ ସମାଜବାଦୀ ଗୋଷ୍ଠୀ ସହ, ଏବଂ ‘ଗ୍ରୀନ୍’ର ସମ୍ପର୍କ ଇସଲାମିକ୍ ସଂଗଠନ ସହ ରହିଥିବା କୁହାଯାଇଛି।
ପଢନ୍ତୁ ଏହି ଖବର: ଆଶୁତୋଷ ଏବଂ ସୌରଭଙ୍କୁ ଆଜି ଜେରା କରିବ କ୍ରାଇମ୍ ବ୍ରାଞ୍ଚ୍
ରିପୋର୍ଟରେ ଦାବି କରାଯାଇଛି ଯେ ଫ୍ରାନ୍ସସ୍ଥିତ ଇଣ୍ଡିଆନ୍ ଆଲାୟାନ୍ସ ପ୍ୟାରିସ୍ ଫ୍ରାନ୍ସ ଓ ଭାରତର ବିରୋଧ ପ୍ରଦର୍ଶନ ସମ୍ବନ୍ଧୀୟ ବାର୍ତ୍ତା ସେୟାର କରେ। ଏହି ସଂଗଠନ ୧୬ ଅକ୍ଟୋବରରେ ନିଜ ୱେବସାଇଟ୍ରେ ଜାରି କରିଥିବା ବ୍ରିଫିଂରେ ଫ୍ରାନ୍ସ, ସ୍ପେନ, ଭାରତ ଓ ଆଲବାନିଆରେ ଚାଲିଥିବା ଆନ୍ଦୋଳନର ଏକାଠି ଉଲ୍ଲେଖ କରିଥିଲା। ଫ୍ରାନ୍ସରେ ୨୦୦ରୁ ଅଧିକ ସ୍ଥାନରେ ବିକ୍ଷୋଭ ହିଂସା ହୋଇଛି। ଭାରତରେ ସିଜେପି ନେତୃତ୍ବରେ ଏକାଧିକ ଥର ଦିଲ୍ଲୀରେ ବିକ୍ଷୋଭ ଅନୁଷ୍ଠିତ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories