Indian Beauty Shines / ମିସ୍ ୟୁନିଭର୍ସ ମଞ୍ଚରେ ଭାରତୀୟ ସୁନ୍ଦରୀଙ୍କ ଜଲୱା ! ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପୋଷାକରେ ଦେଖାଇଲେ
·1 hour ago·2 min read

Key Points
ମିସ୍ ୟୁନିଭର୍ସ ମଞ୍ଚରେ ଭାରତୀୟ ସୁନ୍ଦରୀଙ୍କ ଜଲୱା !
ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଜଲୱା ଦେଖାଇଲେ ଲିଜ୍ ମେଜୋ
ଫ୍ୟାଶନ୍, ଗ୍ଲାମର ଆଉ ଅପୂର୍ବ ସୌନ୍ଦର୍ଯ୍ୟର ଝଲକ। ଅନ୍ତର୍ଜାତୀୟ ମଞ୍ଚରେ ପୁଣି ଚମକିଲେ ଭାରତୀୟ ସୁନ୍ଦରୀ। ୭୫ତମ ମିସ୍ ୟୁନିଭର୍ସ ୨୦୨୬ ପ୍ରତିଯୋଗିତାରେ ନିଜର ଆକର୍ଷଣୀୟ ଲୁକ୍ ଓ ଅନନ୍ୟ ପୋଷାକ ପାଇଁ ଏବେ ଚର୍ଚ୍ଚାରେ ଭାରତର ପ୍ରତିନିଧି କାଜିଆଜି ଲିଜ୍ ମେଜୋ। ପୁଏର୍ଟୋ ରିକୋରେ ଚାଲିଥିବା ଏହି ପ୍ରତିଯୋଗିତାର ନ୍ୟାସନାଲ କଷ୍ଟ୍ୟୁମ୍ ରାଉଣ୍ଡରେ ସେ ଏଭଳି ଏକ ପୋଷାକ ପିନ୍ଧି ରାମ୍ପକୁ ଓହ୍ଲାଇଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
କାଜିଆଜିଙ୍କ ଏହି ପୋଷାକ କେବଳ ଫ୍ୟାଶନ୍ ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ସୁନ୍ଦର ଝଲକ। କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ କଳା ଓ ପାରମ୍ପରିକ ହସ୍ତଶିଳ୍ପକୁ ଏହି ପୋଷାକ ମାଧ୍ୟମରେ ବିଶ୍ୱ ମଞ୍ଚରେ ପ୍ରଦର୍ଶନ କରିଛନ୍ତି ସେ। ଏଥିରେ ଭାରତର ବିଭିନ୍ନ ଅଞ୍ଚଳର କପଡ଼ା ଓ କାରିଗରୀ ସହ ପୁଏର୍ଟୋ ରିକୋର ରଙ୍ଗୀନ ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ମିଳିଛି।
ଏହି ଅନନ୍ୟ ପୋଷାକର ରଙ୍ଗ, ଡିଜାଇନ୍ ଓ ଜଟିଳ କାରୁକାର୍ଯ୍ୟ ଦୁଇଟି ସଂସ୍କୃତିର ଅପୂର୍ବ ମିଳନକୁ ଦର୍ଶାଉଛି। କେରଳର ପାରମ୍ପରିକ ପରିଚୟ ସହ ଲାଟିନ୍ ଆମେରିକୀୟ ରଙ୍ଗର ମିଶ୍ରଣ ଏହାକୁ ଆହୁରି ଆକର୍ଷଣୀୟ କରିଛି। ରାମ୍ପରେ ତାଙ୍କର ଆତ୍ମବିଶ୍ୱାସଭରା ଚାଲି ଓ ଷ୍ଟାଇଲିସ୍ ଅନ୍ଦାଜ ଫ୍ୟାଶନ୍ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଛି।
ପଢନ୍ତୁ ଏହି ଖବର: ସାଙ୍ଘାତିକ ଅଭିଯୋଗ ଆଣିଲେ ଓଡ଼ିଆ ଅଭିନେତ୍ରୀ, ବାର୍ ଓ ରେଷ୍ଟୁରାଣ୍ଟରେ ହେଲା ଅସଦାଚରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଜ ପୋଷାକକୁ ନେଇ କାଜିଆଜି କହିଛନ୍ତି, ଏହା କେବଳ ଏକ ପୋଷାକ ନୁହେଁ, ବରଂ ତାଙ୍କର ମୂଳ, ଐତିହ୍ୟ ଓ କେରଳ ଏବଂ ଲାଟିନ୍ ଆମେରିକା ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କର ଉତ୍ସବ। ପରମ୍ପରା କେବଳ ଅତୀତର କାହାଣୀ ନୁହେଁ, ଏହା ଭବିଷ୍ୟତକୁ ନେଇ ଆଗକୁ ବଢ଼ିବାର ଏକ ପରିଚୟ ବୋଲି ସେ ମତ ଦେଇଛନ୍ତି।
ମାତ୍ର ୧୯ ବର୍ଷ ବୟସରେ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା କାଜିଆଜିଙ୍କ ଏହି ଲୁକ୍ ଏବେ ଚର୍ଚ୍ଚାର ବିଷୟ। ସୌନ୍ଦର୍ଯ୍ୟ ସହ ସଂସ୍କୃତିର ଝଲକ ଦେଖାଇ ବିଶ୍ୱ ମଞ୍ଚରେ ଭାରତର ଗୌରବ ବଢ଼ାଇବାକୁ ଉଦ୍ୟମ କରିଛନ୍ତି ଏହି ଯୁବ ସୁନ୍ଦରୀ।

Related Topics
Explore more stories