Videos
|
Odisha

Actress Harassment / ସାଙ୍ଘାତିକ ଅଭିଯୋଗ ଆଣିଲେ ଓଡ଼ିଆ ଅଭିନେତ୍ରୀ, ବାର୍ ଓ ରେଷ୍ଟୁରାଣ୍ଟରେ ହେଲା ଅସଦାଚରଣ

Bikash Mohanty
Browse all articles by Bikash Mohanty
·1 hour ago·1 min read
ସାଙ୍ଘାତିକ ଅଭିଯୋଗ ଆଣିଲେ ଓଡ଼ିଆ  ଅଭିନେତ୍ରୀ, ବାର୍ ଓ ରେଷ୍ଟୁରାଣ୍ଟରେ ହେଲା ଅସଦାଚରଣ
SOMALIN

Key Points

ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର  ଅଭିଯୋଗ
ରାତିରେ ରେଷ୍ଟୁରାଣ୍ଟରେ ଅସଦାଚରଣ ଅଭିଯୋଗ
ସୋସିଆଲ ମିଡିଆରେ ମୁହଁ ଖୋଲିଲେ ଓଡ଼ିଆ ଟେଲି ଅଭିନେତ୍ରୀ
ଥାନା ନିକଟ ବାର୍‌ରେ ଅଭିନେତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

ଭୂବନେଶ୍ବର: ଟେଲି ଅଭିନେତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ବାର୍ ଓ ରେଷ୍ଟୁରାଣ୍ଟରେ ତାଙ୍କ ସହ ଦୁର୍ବ୍ୟବହାର ଓ ଅସଦାଚରଣ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଜଣେ ଓଡ଼ିଆ ଟେଲି ଅଭିନେତ୍ରୀ ଏହି ଘଟଣା ସାମ୍ନାକୁ ଆଣିବା ସହ ନିଜ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି।

ତାଙ୍କ ଅଭିଯୋଗ ମୁତାବକ, ଗତକାଲି ରାତିରେ ଥାନା ନିକଟରେ ଥିବା ଏକ ବାର୍ ଓ ରେଷ୍ଟୁରାଣ୍ଟକୁ ସେ ନିଜ ବନ୍ଧୁଙ୍କ ସହ ଯାଇଥିଲେ। ଖାଉଥିବା ସମୟରେ କିଛି ଅସାମାଜିକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ସେହି ସମୟରେ ସେଠାରେ ଥିବା ବାଉଁସରମାନେ ସବୁ ଦେଖି ମଧ୍ୟ ନିରବ ରହିଥିଲେ। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ଥିତି। ଅଭିଯୁକ୍ତ ଓ ମ୍ୟାନେଜମେଣ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି ଅଭିନେତ୍ରୀ

ପଢନ୍ତୁ ଏହି ଖବର: କାଷ୍ଟିଂ କାଉଚ୍‌କୁ ନେଇ ସାରାଙ୍କ ବଡ଼ ଖୁଲାସା, ହୋଟେଲକୁ ଯିବାକୁ ଡାକୁଥିଲେ ବୟସ୍କ ବ୍ୟକ୍ତି


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories