Indian Citizen Jail / ୪୦ ଲକ୍ଷ ଆୟ ପାଇଁ ଭାରତୀୟ ନାଗରିକଙ୍କୁ ୧୫ ବର୍ଷ ଜେଲ!
·10 months ago·2 min read

Key Points
ବିଦେଶରେ ରହି ଅଧିକ ଟଙ୍କା ଉପାର୍ଜନ କରିବା ସମସ୍ତଙ୍କର ସ୍ଵପ୍ନ ହୋଇଥାଏ। କିନ୍ତୁ ଅନ୍ୟାୟ ଉପାୟରେ ଆୟ କରି ଏକ ଭାରତୀୟ ନାଗରିକ ବଡ଼ ସମସ୍ୟାରେ ପଡ଼ିଛନ୍ତି।
ବିଦେଶରେ ରହି ଅଧିକ ଟଙ୍କା ଉପାର୍ଜନ କରିବା ସମସ୍ତଙ୍କର ସ୍ଵପ୍ନ ହୋଇଥାଏ। କିନ୍ତୁ ଅନ୍ୟାୟ ଉପାୟରେ ଆୟ କରି ଏକ ଭାରତୀୟ ନାଗରିକ ବଡ଼ ସମସ୍ୟାରେ ପଡ଼ିଛନ୍ତି। ଏକାସାଙ୍ଗେ ଦୁଇଟି ଚାକିରି କରିବା ପଡିଲା ମହଙ୍ଗା। ଏବେ ଜେଲ ଯିବେ ଆମେରିକାରେ ରହୁଥିବା ଜଣେ ଭାରତୀୟ। ଭବିଷ୍ୟତ ପୁରା ଅନ୍ଧାର । ଯଦି ଆପଣ ମଧ୍ୟ ଏପରି କିଛି କରୁଛନ୍ତି ହୋଇଯାଆନ୍ତୁ ସାବଧାନ। ଯୁକ୍ତରାଷ୍ଟ୍ରରେ “ମୁନଲାଇଟିଂ” ରେ ୪୦ ଲକ୍ଷ ଟଙ୍କା ଅର୍ଜନ କରିଥିବା ଜଣେ ଭାରତୀୟଙ୍କୁ ୧୫ ବର୍ଷ ଜେଲ ଦଣ୍ଡ ଦିଆଯାଇଛି।
ଘଟଣା ଘଟିଛି ନ୍ୟୁୟର୍କରେ। ସେଠାରେ 39 ବର୍ଷୀୟ ଭାରତୀୟ ମୂଳର ମେହୁଲ ଗୋସ୍ୱାମୀଙ୍କୁ ଆମେରିକୀୟ କର୍ତ୍ତୃପକ୍ଷ ଗିରଫ କରିଛନ୍ତି। ସେ ନ୍ୟୁୟର୍କ ଷ୍ଟେଟ୍ ଅଫିସ୍ ଅଫ୍ ଇନଫର୍ମେସନ୍ ଟେକ୍ନୋଲୋଜି ସର୍ଭିସେସ୍ରେ କାମ କରୁଥିଲେ। କିନ୍ତୁ ସେହି ସମୟରେ ସେ ଗୋପନ ଭାବରେ ଆଉ ଏକ କମ୍ପାନୀ—ମାଲ୍ଟା ଭିତ୍ତିକ ଗ୍ଲୋବାଲଫାଉଣ୍ଡ୍ରିଜ ପାଇଁ ଠିକାଦାର ଭାବରେ କାମ କରୁଥିଲେ। ଯାହାକୁ ମୁନଲାଇଟିଂ ଜବ କୁହାଯାଏ।
ତଦନ୍ତରେ ଜଣାପଡ଼ିଛି ଯେ, ଗୋସ୍ୱାମୀ ଦୁଇଟି ଚାକିରି ସମୟକୁ ଏକାସାଥୀରେ ଚାଲୁଥିବାଭାବରେ ଦେଖାଇ ୫୦ ହଜାର ଡଲାର (ପ୍ରାୟ ୪୦ ଲକ୍ଷ ଟଙ୍କା) ଠକେଇ କରିଛନ୍ତି। ଏକ ବେନାମୀ ଇମେଲ୍ ମାଧ୍ୟମରେ ଏହି ଠକେଇ ପର୍ଦ୍ଦାଫାସ ହେଲାପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା।
ଏହାସହ ପଢ଼ନ୍ତୁ: ଭାରତୀୟଙ୍କୁ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇନ୍ସପେକ୍ଟର ଜେନେରାଲ୍ ଲୁସି ଲାଙ୍ଗ କହିଛନ୍ତି, “ସରକାରୀ କର୍ମଚାରୀମାନେ ଜନସେବାକୁ ସତ୍ୟନିଷ୍ଠାର ସହ କରିବା ଉଚିତ୍, କିନ୍ତୁ ଗୋସ୍ୱାମୀ ସେହି ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି। ଦ୍ୱିତୀୟ ଚାକିରି କରିବା ହେଉଛି କରଦାତାଙ୍କ ଟଙ୍କାର ଅପବ୍ୟବହାର।”
ଅକ୍ଟୋବର 15ରେ ସେ ଦ୍ୱିତୀୟ ଡିଗ୍ରୀରେ “ଗ୍ରାଣ୍ଡ ଲାର୍ସେନି” ଅପରାଧରେ ଗିରଫ ହୋଇଥିଲେ। ଏହା ନ୍ୟୁୟର୍କ ଆଇନ ଅନୁସାରେ ଗମ୍ଭୀର “କ୍ଲାସ୍ C” ଅପରାଧ ଏବଂ ଏଥିପାଇଁ ସର୍ବାଧିକ ୧୫ ବର୍ଷ ଜେଲ ଦଣ୍ଡ ହୋଇପାରେ।
ସପ୍ତାହର ଶେଷ ଭାଗରେ ଗୋସ୍ୱାମୀ ମାଲ୍ଟା ଟାଉନ୍ କୋର୍ଟରେ ବିଚାରପତି ଜେମ୍ସ ଏ ଫୌସିଙ୍କ ସମ୍ମୁଖରେ ହାଜର ହୋଇଥିଲେ ଏବଂ ମାମଲା ଚାଲିଥିବା ସମୟରେ ତାଙ୍କୁ ଜାମିନ ବିନା ମୁକ୍ତ କରାଯାଇଥିଲା। ଅପଡେଟ୍ ହୋଇଥିବା ନ୍ୟୁୟର୍କ ରାଜ୍ୟ ଆଇନ ଅନୁଯାୟୀ, ଗୋସ୍ୱାମୀଙ୍କ ବିରୁଦ୍ଧରେ ଲଗାଯାଇଥିବା ଅଭିଯୋଗ ଜାମିନ ପାଇଁ ଯୋଗ୍ୟ ନୁହେଁ। ଏଣୁ ତାଙ୍କୁ ୧୫ବର୍ଷ ଜେଲ ଦଣ୍ଡ ମିଳିଛି।
ଏହାସହ ପଢ଼ନ୍ତୁ: ଭାରତ ରାସ୍ତାରେ ଆଫଗାନିସ୍ତାନ, କୁନାର ନଦୀରେ ବନ୍ଧ ନିର୍ମାଣ କରିବ ତାଲିବାନ
ଲାଙ୍ଗ ଆହୁରି କହିଛନ୍ତି ମୋ ଅଫିସ ବିଭିନ୍ନ ବିଭାଗ ସହିତ ସହଯୋଗ କରି ଯିଏ ସରକାରୀ ସେବାକୁ ଯିଏ ନିଷ୍ଠାର ସହ ପାଳନ କରିନାହିଁ ସେହି ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାକୁ ଛଡ଼ାଯିବ ନାହିଁ।
ଟାଇମ୍ସ ୟୁନିଅନର ଏକ ରିପୋର୍ଟ ଅନୁଯାୟୀ, ଗୋସ୍ୱାମୀ ରାଜ୍ୟ ପାଇଁ ଏକ ପ୍ରକଳ୍ପ ସଂଯୋଜକ ଭାବେ କାର୍ଯ୍ୟ କରିଥିଲେ ଏବଂ 2024 ମସିହାରେ $117,891 ରୋଜଗାର କରିଥିଲେ। ତାଙ୍କ ଅନ୍ୟ ଗୋପନୀୟ ଚାକିରି ନ୍ୟୁୟର୍କରେ ଏକ ଅଲଗା ବିତର୍କ ସୃଷ୍ଟି କରିଛି।
ମୁନଲାଇଟିଂ କାହାକୁ କୁହାଯାଏ?
ମୁନଲାଇଟିଂ (Moonlighting) ର ଅର୍ଥ ହେଉଛି ଜଣେ ବ୍ୟକ୍ତି ନିଜ ପ୍ରାଥମିକ ଚାକିରି ସହିତ ଗୋପନୀୟ ଭାବରେ ଅନ୍ୟ ଏକ ଚାକିରି କିମ୍ବା କାମ କରିବା। ସାଧାରଣତଃ ଏହା ଅଧିକ ଆୟ ପାଇଁ କରାଯାଏ। କିନ୍ତୁ ବହୁତ କମ୍ପାନୀରେ ଏହି ପ୍ରକାର କାମକୁ ଅବୈଧ ମନାଯାଏ, କାରଣ ଏଥିରେ କମ୍ପାନୀର ଗୋପନୀୟ ସୂଚନା ଜଣାପଡ଼ିବାର ଆଶଙ୍କା ଥାଏ। ଭାରତ ଓ ଯୁକ୍ତରାଷ୍ଟ୍ରରେ ଅନେକ IT କମ୍ପାନୀ ମୁନଲାଇଟିଂ ବିରୋଧରେ କଠୋର ନୀତି ଅନୁସରଣ କରୁଛନ୍ତି।

Related Topics
Explore more stories