Taliban Kunar River Dam / ଭାରତ ରାସ୍ତାରେ ଆଫଗାନିସ୍ତାନ, କୁନାର ନଦୀରେ ବନ୍ଧ ନିର୍ମାଣ କରିବ ତାଲିବାନ
·10 months ago·2 min read

Key Points
ଭାରତ ରାସ୍ତାରେ ଆଫଗାନିସ୍ତାନ । କୁନାର ନଦୀରେ ବନ୍ଧ ନିର୍ମାଣ କରିବ ଆଫଗାନିସ୍ତାନ । ଶୋଷରେ ମରିବ ପାକିସ୍ତାନ ।
ଭାରତ ରାସ୍ତାରେ ଯାଉଛି ଆଫଗାନିସ୍ତାନ । ପହଲଗାମ୍ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିବା ପରେ ଏବେ ଆଫଗାନିସ୍ତାନ କୁନାର ନଦୀରେ ନୂତନ ବନ୍ଧ ନିର୍ମାଣ କରିବାକୁ ଯୋଜନା କରୁଛି । ଯାହା ପାକିସ୍ତାନକୁ ଜଳ ପ୍ରବାହକୁ ଅବରୋଧ କରିପାରେ । ଭାରତକୁ ଅନୁସରଣ କରି ଆଫଗାନିସ୍ତାନ ମଧ୍ୟ ପାକିସ୍ତାନରୁ ପାଣି ବନ୍ଦ କରିବାକୁ ଯୋଜନା ଘୋଷଣା କରିଛି । ଯାହା ପଡ଼ୋଶୀ ଦେଶ ପାକିସ୍ତାନରେ ଜଳର ଘୋର ଅଭାବ ସୃଷ୍ଟି କରିବାର ସମ୍ଭାବନା ରହିଛି । ତାଲିବାନର ଉପ ସୂଚନା ମନ୍ତ୍ରୀ ମୁଜାହିଦ ଫରାହି କହିଛନ୍ତି ଯେ, ତାଲିବାନର ସର୍ବୋଚ୍ଚ ନେତା ଶେଖ ହିବାତୁଲ୍ଲା ଅଖୁନ୍ଦଜାଦାଙ୍କଠାରୁ କୁନାର ନଦୀରେ ବନ୍ଧ ନିର୍ମାଣ ଆରମ୍ଭ କରିବାକୁ ଜଳ ଏବଂ ଶକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।
ତାଲିବାନର ଶକ୍ତି ଏବଂ ଜଳ ମନ୍ତ୍ରଣାଳୟ କହିଛି ଯେ "ସମ୍ମାନିତ ଆମିର ଅଲ-ମୁ'ମିନିନ ସେମାନଙ୍କୁ ଯଥାଶୀଘ୍ର କୁନାର ନଦୀରେ ବନ୍ଧ ନିର୍ମାଣ ଆରମ୍ଭ କରିବାକୁ ଏବଂ ବିଦେଶୀ କମ୍ପାନୀ ପାଇଁ ଅପେକ୍ଷା ନ କରି ଘରୋଇ କମ୍ପାନୀଗୁଡ଼ିକ ସହିତ ଚୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ଏବଂ ଜଳ ମନ୍ତ୍ରଣାଳୟର ମୁଖ୍ୟ ମୁଲ୍ଲା ଅବଦୁଲ ଲତିଫ ମନସୁର କହିଛନ୍ତି ଯେ "ଆଫଗାନମାନଙ୍କର ନିଜସ୍ୱ ଜଳ ପରିଚାଳନା କରିବାର ଅଧିକାର ଅଛି।"
ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ ଏହାକୁ ନେଇ ପାକିସ୍ତାନ ଚିନ୍ତିତ ଥିବା ବେଳେ ଏବେ ତାଲିବାନ ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଦେଇଛି । ଆଫଗାନିସ୍ତାନର ଏହି ପଦକ୍ଷେପ ପାକିସ୍ତାନର ଅସୁବିଧାକୁ ଆହୁରି ବଢ଼ାଇପାରେ । କୁନାର ନଦୀ ଆଫଗାନିସ୍ତାନ ଏବଂ ପାକିସ୍ତାନ ଉଭୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ପାକିସ୍ତାନର ଚିତ୍ରାଲ ଅଞ୍ଚଳରେ ଉତ୍ପନ୍ନ ହୋଇ ଆଫଗାନିସ୍ତାନ ଦେଇ ପ୍ରାୟ ୩୦୦ ମାଇଲ ପ୍ରବାହିତ ହୁଏ । ଆଉ ଏହା ପରେ ପୁଣି ଥରେ ପାକିସ୍ତାନକୁ ଫେରି କାବୁଲ ନଦୀରେ ମିଶିଛି । ପାକିସ୍ତାନ ଖାଇବର ପଖତୁନଖ୍ୱାରେ ଜଳସେଚନ ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ଏହି ନଦୀର ପାଣି ବ୍ୟବହାର କରିଥାଏ ।
ଡିପ୍ଲୋମ୍ୟାଟ୍ ଅଗଷ୍ଟ ମାସରେ ରିପୋର୍ଟ କରିଥିଲା ଯେ ଆଫଗାନିସ୍ତାନର ଜଳ ଏବଂ ଶକ୍ତି ମନ୍ତ୍ରଣାଳୟ କହିଛି ଯେ ଏକ ଚୀନ୍ କମ୍ପାନୀ କୁନାର ନଦୀରେ ତିନୋଟି ବଡ଼ ବନ୍ଧରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଯାହା ୨ ହଜାର ମେଗାଓ୍ବାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରିବ । ଚୀନର ସମ୍ପୃକ୍ତି ଏହି ବିଷୟକୁ ଆହୁରି ସମ୍ବେଦନଶୀଳ କରିଛି, କାରଣ ଚୀନ୍ ପାକିସ୍ତାନର ପାରମ୍ପରିକ ସହଯୋଗୀ ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ, ଟମାଟୋ କିଲୋ ଟପିଲା ୬୦୦ ଟଙ୍କା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି ତାଲିବାନର ଘୋଷଣା ପରେ ପ୍ରକୃତରେ ଡ୍ୟାମ ନିର୍ମାଣ ଆରମ୍ଭ ହୁଏ, ତେବେ ଏହା ପାକିସ୍ତାନ ପାଇଁ ଗମ୍ଭୀର ପରିଣାମ ଆଣିପାରେ। ଦି ଡିପ୍ଲୋମାଟ୍ ଅନୁଯାୟୀ, ପାକିସ୍ତାନର ଚିନ୍ତା କେବଳ କୁନାର ନଦୀ ପର୍ଯ୍ୟନ୍ତ ସୀମିତ ନୁହେଁ । ଏହା ପୂର୍ବରୁ କାବୁଲ ନଦୀରେ ନିର୍ମିତ ୧୨ଟି ଡ୍ୟାମକୁ ବିରୋଧ କରିଛି । ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି ଶାହତୁଟ୍ ଡ୍ୟାମ । ଯାହା କାବୁଲ ସହରକୁ ପାଣି ଯୋଗାଇବା ପାଇଁ ନିର୍ମାଣ କରାଯାଉଛି ।
ସୂଚନା ଅନୁସାରେ, ଚଳିତ ମାସରେ ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ଯଥେଷ୍ଟ ବୃଦ୍ଧି ପାଇଛି । କାବୁଲରେ ବିମାନ ଆକ୍ରମଣ ପରେ ତାଲିବାନ ପାକିସ୍ତାନ ଉପରେ ଏକ ଭୟଙ୍କର ଆକ୍ରମଣ କରିଥିଲା, ଯେଉଁଥିରେ ୫୮ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ । ପାକିସ୍ତାନର ଅନୁରୋଧ ପରେ କାତାର ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିଥିଲା ।

Related Topics
Explore more stories