Russian fresh strikes on Ukraine / ଋଷିଆ ଆକ୍ରମଣରେ ଧ୍ୱଂସ ହୋଇଗଲା ୟୁକ୍ରେନ୍ ସ୍ଥିତ ଭାରତୀୟ ଫାର୍ମା କମ୍ପାନୀ
·1 hour ago·2 min read

Key Points
କୁସୁମ ଗ୍ରୁପ୍ ୨୦୦୭ ରେ ଭାରତରେ ଏବଂ ୨୦୦୯ ରେ ୟୁକ୍ରେନ ସ୍ଥିତ ସୁମି ଠାରେ ଏହାର କାରଖାନା ଖୋଲିଥିଲା। ଏହି ଗ୍ରୁପ୍ ୫୦ ରୁ ଅଧିକ (ପ୍ରାୟତଃ ଜେନେରିକ) ଉତ୍ପାଦ ଉତ୍ପାଦନ କରିବା ସହ ୯ ରୁ ଅଧିକ ଦେଶରେ ବିକ୍ରି କରିଥାଏ।
ୟୁକ୍ରେନ୍ ସ୍ଥିତ ସୁମି ଅଞ୍ଚଳରେ ଅବସ୍ଥିତ ଏକ ପ୍ରମୁଖ ଔଷଧ କାରଖାନା ଉପରେ ହୋଇଛି ଡ୍ରୋନ୍ ଆକ୍ରମଣ। ଋଷିଆ ଦ୍ୱାରା ହୋଇଥିବା ଏହି ଡ୍ରୋନ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ଅନେକ ଆହତ ହୋଇଛନ୍ତି। ଏହି ଔଷଧ କାରଖାନା କୁସୁମ ଗ୍ରୁପ ଏବଂ ଭାରତୀୟ ନାଗରିକ ରାଜୀବ ଗୁପ୍ତାଙ୍କ ଦ୍ୱାରା ପରିଚାଳିତ। ଋଷୀୟ ଡ୍ରୋନ୍ ଆକ୍ରମଣ ପରେ ଏହି କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା। ଯାହା ଫଳରେ ବହୁତ କ୍ଷୟକ୍ଷତି ହୋଇଥିଲା। ଏହି ଆକ୍ରମଣର ପ୍ରଭାବ ସାମ୍ନାକୁ ଆସିଥିବା ଭିଡିଓ ମାଧ୍ୟମରେ ସ୍ପଷ୍ଟ ଭାବରେ ଦେଖାଯାଉଛି।
ଋଷିଆ-ୟୁକ୍ରେନ୍ ଯୁଦ୍ଧ (Russo Ukrainian War) ସମୟରେ ମଧ୍ୟ ସୁମି ଠାରେ (Sumy Area Ukraine) ଅବସ୍ଥିତ ରହିଥିବା ଏହି ଫାର୍ମା ପ୍ଲାଣ୍ଟ (Indian Pharma Plant in Ukraine) ଏହାର କାର୍ଯ୍ୟ ଜାରି ରଖିଥିଲା। ହେଲେ ଡ୍ରୋନ୍ ଆକ୍ରମଣ (Russian Drone Strike on Ukraine) ପରେ ବର୍ତ୍ତମାନ ଏଠାରେ ବହୁତ କ୍ଷୟକ୍ଷତି ହୋଇଛି। ଏକ ଆକଳନ ଅନୁସାରେ କ୍ଷୟକ୍ଷତିର ପରିମାଣ ଅତି କମରେ ପ୍ରାୟ ୪୦୦ କୋଟି ଟଙ୍କା ହେବ। କୁସୁମ ଗ୍ରୁପ ନିଜକୁ ଭାରତୀୟ ବଂଶୋଦ୍ଭବ ଏକ ୟୁକ୍ରେନ୍ କମ୍ପାନୀ (Indian Pharma Company Kusum Group Ukraine) ଭାବରେ ବର୍ଣ୍ଣନା କରିଛନ୍ତି। ଆକ୍ରମଣ ପରେ, କମ୍ପାନୀ ମାଲିକ ରାଜୀବ ଗୁପ୍ତା କହିଛନ୍ତି ଯେ ଯୁଦ୍ଧ ସତ୍ତ୍ୱେ, ସେମାନେ ଫାର୍ମା ପ୍ଲାଣ୍ଟ ପରିଚାଳନା କାର୍ଯ୍ୟ ଜାରି ରଖିଥିଲେ। ହେଲେ ସଦ୍ୟତମ ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ।
ଏହା ସହ ପଢନ୍ତୁ: ରଷିଆ ଦେଲା ଚେତାବନୀ; କହିଲା ତୁରନ୍ତ କୀଭ୍ ଛାଡ଼ନ୍ତୁ ବିଦେଶୀ କୂଟନୀତିଜ୍ଞ-ନାଗରିକ; ନହେଲେ...
୧୯୯୪ ମସିହାରେ କୁସୁମ ଗ୍ରୁପ ଏକ ବିତରକ (Distributor) ଭାବରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲେ। ଯାହା ଭାରତରୁ ୟୁକ୍ରେନ୍କୁ ଔଷଧ ରପ୍ତାନୀ କରୁଥିଲା। ଗତ ୨୦୦୨ ମସିହାରେ, କୁସୁମ ଗ୍ରୁପ୍ ଅନ୍ୟ କମ୍ପାନୀ ଉତ୍ପାଦ ବିତରଣ ବନ୍ଦ କରିଦେଇ ନିଜସ୍ୱ ବ୍ରାଣ୍ଡ୍ ବଜାରକୁ ଛାଡ଼ିବା ଆରମ୍ଭ କରିଥିଲା। ଏହା ପରେ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିଥିଲା।
କୁସୁମ ଗ୍ରୁପ୍ ୨୦୦୭ ମସିହାରେ ଭାରତ ଏବଂ ୨୦୦୯ ମସିହାରେ ୟୁକ୍ରେନ ସୁମି ଠାରେ ଏହାର ଫାର୍ମା ପ୍ଲାଣ୍ଟ (Kusum Group Pharmaceutical Plant) ଖୋଲିଥିଲା। ଏହା ପରେ ଭାରତରେ ଆଉ ଦୁଇଟି ପ୍ଲାଣ୍ଟ ଯୋଡିଥିଲା। ଏହି ଗ୍ରୁପ୍ ପ୍ରାୟ ୫୦ ରୁ ଅଧିକ (ପ୍ରାୟତଃ ଜେନେରିକ) ଉତ୍ପାଦ ଉତ୍ପାଦନ କରିଥାଏ। ଏହି କମ୍ପାନୀ ଏହାର ଉତ୍ପାଦକୁ ୯ ରୁ ଅଧିକ ଦେଶରେ, ମୁଖ୍ୟତଃ ୟୁକ୍ରେନ, ଉଜବେକିସ୍ତାନ, କାଜାଖସ୍ତାନ ଏବଂ ଫିଲିପାଇନ୍ସ ଠାରେ ବିକ୍ରି କରିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories