Indian Ships Hormuz / ହର୍ମୁଜ ଦେଇ ଆସିଲା ୭ ଭାରତୀୟ ଜାହାଜ, ଆସିବ ଆଉ ୧୭
·3 hours ago·2 min read

Key Points
ପୁଣି ଭାଙ୍ଗିଲା ଡୋନାଲ୍ଡ ଟ୍ରମ୍ପଙ୍କ ଦମ୍ଭ
ପୁଣି ଆମେରିକାର ବିମାନ ମାରି ଖସାଇଲା ଇରାନ
୨ ପାଇଲଟ ଅଟକ, ଅନ୍ୟଜଣଙ୍କ ପାଇଁ ପୁରସ୍କାର ଘୋଷଣା

ଆମେରିକା ଓ ଇରାନ ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି । ଇରାନର ସାମରିକ ଶକ୍ତିକୁ ଧ୍ୱସ୍ତ କରିଦେଇଥିବା ନେଇ ଡୋନାଲ୍ଡ ଟ୍ରମ୍ପ ଯେଉଁ ଦମ୍ଭୋକ୍ତି କରୁଥିଲେ, ତାହା ଏବେ ମାଟିରେ ମିଶିଛି । ପୁଣି ଥରେ ଆମେରିକାକୁ ଶକ୍ତ ଝଟକା ଦେଇ ଇରାନ ଦୁଇଟି ଶକ୍ତିଶାଳୀ ଯୁଦ୍ଧ ବିମାନକୁ ମାରି ଖସାଇ ଦେଇଛି । ସେତିକି ନୁହେଁ, ଦୁଇଜଣ ଆମେରିକୀୟ ପାଇଲଟଙ୍କୁ ଇରାନ ଅଟକ ରଖିଛି । ସେପଟେ ଭାରତ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଯୁଦ୍ଧ କଟକଣା ସତ୍ତ୍ୱେ ହର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଭାବେ ଭାରତୀୟ ଜାହାଜଗୁଡ଼ିକ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଛନ୍ତି ।
ଇରାନ ଯୁଦ୍ଧରେ ଆମେରିକାକୁ ଲାଗିଛି ଆଉ ଏକ ବଡ଼ ଝଟକା । ଘନ ଘନ ଆକ୍ରମଣରେ ଇରାନର ସାମରିକ ଶକ୍ତି ଧ୍ବସ୍ତ କରିଥିବା ଟ୍ରମ୍ପଙ୍କ ଦାବିକୁ ପୁଣି ଲାଗିଛି ଶକ୍ତ ଧକ୍କା । ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇଥିବା ଦାବି କରିଛି ଇରାନ । ପ୍ରଥମ ବିମାନ F-15E । ଆମେରିକୀୟ ସ୍ପେଶାଲ୍ ଫୋର୍ସ ଏହି ବିମାନର ଜଣେ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ଦ୍ୱିତୀୟ ବିମାନ A-10 ୱାର୍ଥଗ୍ ଫାଇଟର କୁଏତ ଉପରେ ଆକ୍ରମଣର ଶିକାର ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରୁ ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଯାଇଥିଲେ । ତେବେ ୨ ଜଣ ଆମେରିକୀୟ ପାଇଲଟଙ୍କୁ ଅଟକ ରଖିଥିବା ଦାବି କରିଛି ଇରାନ । ନିଖୋଜ ଥିବା ଜଣେ ପାଇଲଟଙ୍କୁ ଖୋଜୁଛି ଇରାନ । ପାଇଲଟଙ୍କୁ ଜୀବନ୍ତ ଧରାଇବାକୁ "ମୂଲ୍ୟବାନ ପୁରସ୍କାର" ଘୋଷଣା କରିଛନ୍ତି ।
ଆମେରିକା, ଇସ୍ରାଏଲ୍ କି ଇରାନ, ଯୁଦ୍ଧରେ କେହି ବି ପଛକୁ ହଟିବାକୁ ନାରାଜ । ପାରସ୍ୟ ଉପସାଗର ଅଞ୍ଚଳରେ ମୁତୟନ ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିଅର USS Abraham Lincoln ଉପରକୁ ୪ଟି କ୍ରୁଜ୍ ମିସାଇଲ୍ ମାଡ଼ କରିଥିବାର ଦାବି କରିଛି ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ । ଆକ୍ରମଣ ପରେ ଜାହାଜ ନିଜର ଗତିପଥ ବଦଳାଇବାକୁ ବାଧ୍ୟ ହୋଇଛି । ଅନ୍ୟପଟେ ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିବା ସହ ଜାହାଜର କୌଣସି କ୍ଷତି ହୋଇନଥିବା କହିଛି ଆମେରିକା ।
ସେପଟେ ଯୁଦ୍ଧ ବେଳେ ଭାରତ ପାଇଁ ଆସିଛି ଖୁସି ଖବର । ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି ସପ୍ତମ ଭାରତୀୟ ଏଲପିଜି ଟ୍ୟାଙ୍କର 'ଗ୍ରୀନ୍ ସାନଭି' । ଯୁଦ୍ଧ ପରଠାରୁ ଏଯାଏଁ ଛଅଟି ଏଲପିଜି ବାହୀ ଜାହାଜ ଏହି ପ୍ରଣାଳୀ ଅତିକ୍ରମ କରି ଭାରତୀୟ ବନ୍ଦରରେ ପହଞ୍ଚିଛନ୍ତି । ଏବେ ହର୍ମୁଜ ପ୍ରଣାଳୀର ପଶ୍ଚିମ ପାର୍ଶ୍ୱରେ ୧୭ଟି ଭାରତୀୟ ଜାହାଜ ଅଟକି ରହିଛନ୍ତି। ଏଥିମଧ୍ୟରେ 'ଗ୍ରୀନ୍ ଆଶା' ଏବଂ 'ଜଗ୍ ବିକ୍ରମ' ନାମକ ଦୁଇଟି ଏଲପିଜିବାହୀ ଜାହାଜ ରହିଛି । ଯାହା ଶୀଘ୍ର ଭାରତ ଅଭିମୁଖେ ଯାତ୍ରା କରିପାରନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories