Videos
|
International

Robot Viral Video / ଅଚାନକ 'କୁଂ ଫୁ' କରିବାରେ ଲାଗିଲା ରୋବଟ୍: ଭାଇରାଲ ହେଉଛି ଭିଡ଼ିଓ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଅଚାନକ 'କୁଂ ଫୁ' କରିବାରେ ଲାଗିଲା ରୋବଟ୍: ଭାଇରାଲ ହେଉଛି ଭିଡ଼ିଓ
Robot Viral Video

Key Points

ସଦ୍ୟ ଏକ ରୋବଟ୍ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାକୁ 'କୁଂ ଫୁ' କରୁଥିବାର ଦେଖିବାକୁ ମିଳୁଛି।
Robot Kung fu Video Viral: ବିଗତ କିଛି ଦିନ ଏକ ରୋବଟ୍ ଭିଡ଼ିଓ ସୋସିଆଲ୍ ମିଡିଆରେ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଏହି ରୋବୋଟ୍‌କୁ 'କୁଂ ଫୁ' କରୁଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। ଇଣ୍ଡୋନେସିଆରେ ଏକ ମାନବ ରୂପୀ ରୋବୋଟ୍ ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଏପରିକି ସେ ଲୋକଙ୍କୁ ଗୋଇଠା ମାରିବା ଆରମ୍ଭ କରି ଦେଇଥିଲା। ଲୋକ ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି।

କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣାକ୍ରମ?
ନିକଟରେ ଇଣ୍ଡୋନେସିଆରେ ଏକ ମାନବ ରୂପୀ ରୋବୋଟ୍‌ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାର ଦେଖିବାକୁ ମିଳିଥିଲା। ଗୋଟିଏ ଘର ମଧ୍ୟରେ କିଛି ଲୋକ ଏହାକୁ ଧରିବାକୁ ଚେଷ୍ଟା କରୁଛନ୍ତି। ହେଲେ ରୋବୋଟ୍‌ ଦ୍ରୁତ ଗତିରେ ଏହାର ଗୋଡ଼ ହଲାଇବା ଆରମ୍ଭ କରୁଛି। ଏହି ରୋବୋଟ୍ ଏହାର ପଛ ଭାଗରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୋଇଠା ମାରୁଥିବାର ଦେଖିବାକୁ ମିଳୁଛି। ଯାହା ପରେ ସେହି ବ୍ୟକ୍ତି ଜଣଙ୍କ ପଛକୁ ହଟି ଯାଉଛନ୍ତି। ଏହି ଭିଡି଼ଓ ଋଷୀୟ ସରକାରୀ ଗଣମାଧ୍ୟମ @RT_com, ଏହାର ଏକ୍ସ ଆକାଉଣ୍ଟ୍ ଦ୍ୱାରା ସେୟାର କରାଯାଇଛି। ଏହି ଭିଡ଼ିଓ ଏ ପର୍ଯ୍ୟନ୍ତ ୮ ଲକ୍ଷ ୫୦ ହଜାରରୁ ଅଧିକ ଥର ଦେଖାଯାଇ ସାରିଛି।


ଏହା ସହ ପଢନ୍ତୁ: ଚୋରି କରିବାକୁ ଆସି ଫସିଗଲେ ଚୋର; ଭାଇରାଲ ହେଉଛି ଭିଡ଼ିଓ

ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ଆରମ୍ଭ ହୋଇଗଲା ଚର୍ଚ୍ଚା
ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ, ଲୋକେ ଏହି ଘଟଣାକୁ ନେଇ ସେମାନଙ୍କର ମନ୍ତବ୍ୟ ଦେଉଛନ୍ତି। ଅନେକ ଲୋକ ଏହି ଭିଡି଼ଓରେ ମଜାଦାର ମନ୍ତବ୍ୟ ଦେବାରେ ଲାଗିଛନ୍ତି। ହେଲେ କ'ଣ ପାଇଁ ଏହି ରୋବଟ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ତାହାର କାରଣ ଜଣାପଡ଼ିନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Indonesia: Robot Suddenly Performs Kung Fu, Kicks Man; Viral Video Goes Global | Argus News