Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିଶ୍ବ ନୃତ୍ୟ ଦିବସ ; ଚାପ ମୁକ୍ତ କରାଏ ନୃତ୍ୟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଶ୍ବ ନୃତ୍ୟ ଦିବସ ; ଚାପ ମୁକ୍ତ କରାଏ ନୃତ୍ୟ

ଅର୍ଗସ ବ୍ୟୁରୋ : ନୃତ୍ୟ । ଏକ ଆକର୍ଷଣ ।  ଏ ପୃଥିବୀରେ ଏପରି କେହି ବ୍ୟକ୍ତି ନାହିଁ, ଯାହାକୁ ନୃତ୍ୟ ପସନ୍ଦ ନୁହେଁ । ଖାଲି ବ୍ୟକ୍ତି କହିଲେ ଭୁଲ ହେବ, ପଶୁପକ୍ଷୀ ସବୁ ଜୀବଜନ୍ତୁ ଖୁସି ହେଲେ ନାଚନ୍ତି, କିନ୍ତୁ ସେମାନଙ୍କ ଶୈଳୀରେ । ସେଥିପାଇଁ ଖୁସିର ଅନ୍ୟନାମ ନୃତ୍ୟ କହିଲେ ଆଦୌ ଭୁଲ ହେବନି । ଜଣେ ନୃତ୍ୟଶିଳ୍ପିର ପରିଭାଷାରେ ମଣିଷକୁ ଖୁସି ଦେଉଥିବା ଚିଜଟି ହେଉଛି "ନୃତ୍ୟ" ବା "ନାଚ" ।ସେଥିପାଇଁ ଆଜି ଦିନକୁ ବିଶ୍ବ ନୃତ୍ୟ ଦିବସ ପାଳନ କରାଯାଏ । ଚଳିତବର୍ଷ ବିଶ୍ବ ନୃତ୍ୟ ଦିବସର ଥିମ ରହିଛି, ବିଶ୍ବରେ ନୃତ୍ୟକୁ, ନୃତ୍ୟଗୁରୁଙ୍କୁ, ଏବଂ କୋରିଓଗ୍ରାଫରଙ୍କୁ ସମ୍ମାନ ଦେବା ।

ଅଧିକ ପଢନ୍ତୁ ଭାରତ ଖବର

ନୃତ୍ୟ କେବଳ ଏକ କଳା ନୁହେଁ, ଶରୀରକୁ ସୁସ୍ଥ ରଖିବାରେ ନୃତ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ନାଚକୁ ଭଲପାଉଥିବା ଲୋକ ସବୁବେଳେ ଫିଟ ଏବଂ ସ୍ମାର୍ଟ ରହିଥାନ୍ତି । କାରଣ ନାଚ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଯେପରି ମଣିଷ ଅତ୍ୟଧିକ ଚିନ୍ତାରେ ଥିଲେ ନିଜ ମନ ପସନ୍ଦର ଗୀତରେ ନାଚିବା ଦ୍ବାରା ମନ ହାଲକା ହୋଇଥାଏ । ମନର ସମସ୍ତ ଚାପ ଦୂର ହୋଇଥାଏ । ଆପଣ ସକାଳେ ନିଜର ବ୍ୟାୟାମ ସ୍ଥାନରେ ଡ୍ୟାନ୍ସ କରି ମଧ୍ୟ ନିଜକୁ ଫିଟ ରଖିପାରିବେ । ନୃତ୍ୟ କରିବା ଦ୍ବାରା ଶରୀରରେ ହାପି ହରମୋନ କ୍ଷରଣ ହୋଇଥାଏ । ଯାହାଦ୍ବାରା ମନ ଖୁସି ରହିଥାଏ । ଏବଂ ନୂଆନୂଆ ଷ୍ଟେପ ଡ୍ୟାନ୍ସ ଶିଖିବା ଦ୍ବାରା ମନରେ ଏକ ଆତ୍ମବିଶ୍ବାସ ମଧ୍ୟ ବଢିଥାଏ । ତେଣୁ ସମସ୍ତେ ନୃତ୍ୟକୁ ଆଦରି ନିଜ ଜୀବନଶୈଳୀରେ ଏହାକୁ ଯୋଡିଲେ ଶରୀର ସହ ମନ ଖୁସି ରହିଥାଏ ବୋଲି ବୈଜ୍ଞାନିକଙ୍କ ଦ୍ବାରା ପ୍ରମାଣିତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
International Dance Day; Dance is a stress reliever | Argus News